ଅକ୍ଟୋବର ୧୦ ତାରିଖ ପଞ୍ଚମୀ ଦିନରୁ ମାଆଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଯିବ। ଯଥା ରୀତିନୀତି ନେଇ ପୂଜା କାର୍ଯ୍ୟ ହେବ।
Trending Photos
ଭୁବନେଶ୍ୱର: ଏଥର ମଧ୍ୟ କଟକଣାରେ କଟିବ ଦଶହରା। ରାଜ୍ୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣ ଋୁତୁ ପାଇଁ କଟକଣା ଜାରି କରିଛନ୍ତି। ଏହା ସହିତ ଚଳିତ ମାସ ପହିଲରୁ ଆରମ୍ଭ ହୋଇଥିବା ଅକ୍ଟୋବର ମାସ ଗାଇଡଲାଇନ ମୁତାବକ ଟ୍ବିନ୍ ସିଟିରେ ୧୧ ତାରିଖ ୨୦ ପର୍ଯ୍ୟନ୍ତ ନାଇଟ କର୍ଫୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ରହିଛି।
ରାଜ୍ୟ ରାଜଧାନୀ ଭୁବନେଶ୍ବରରେ (Bhubaneswar) ସମାନ ନିୟମକୁ ଲାଗୁ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (Bhubaneswar Municipal Corporation) ବିଏମସି କମିଶନର (BMC Commissioner) କହିଥିବା ବେଳେ ପାର୍ବଣ କଟକଣାକୁ କଡାକଡି କରିବା ଲାଗି ପୋଲିସ ସହାୟତା ନିଆଯିବ ବୋଲି କହିଛନ୍ତି କମିଶନର। ସେପଟେ ନିୟମ ମୁତାବକ ପୂଜା ମଣ୍ଡପରେ (Durga Puja Mandap) ପ୍ରସ୍ତୁତି ଜାରି ରହିଛି।
Also Read: ରାଜଧାନୀରେ ଇକୋ ଫ୍ରେଣ୍ଡଲି ଗଣେଶ ପୂଜା ପାଳିତ; ପ୍ରସାଦ ଆକାରରେ ମିଳିଲା ଗଛ
ପାର୍ବଣର ଦଶହରା (Dussehra 2021) ରଙ୍ଗକୁ ରଙ୍ଗହୀନ କରିବ ମହାମାରୀ। ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହେବ ଦୁର୍ଗାପୂଜା (Durga Puja 2021) । କୋରୋନା ମହାମାରୀ (Corona Pandemic) କୋପକୁ ନଜରରେ ରଖି ଗତ ବର୍ଷ ଭଳି ଏଥର ମଧ୍ୟ କଟକଣା ଭିତରେ ପୂଜା କରିବାକୁ ନିର୍ଦେଶ ରହିଛି। ପାର୍ବଣ ବେଳେ ଭିଡ଼ ହେଲେ ସଂକ୍ରମଣ ବଢିବାର ଆଶଙ୍କା ରହିଛି। ଅଧିକ ଭିଡ଼ କିମ୍ବା ଅଧିକ ସମୟ ବାହାରେ ଏକାଠି ହେଲେ ସଂକ୍ରମଣ ବଢିପାରେ। ଏହାକୁ ଦୃଷ୍ଟି ରଖି ପାର୍ବଣ (Parvan 2021) ସମୟରେ ଘରୁ ବାହାରିବା ଅନୁଚିତ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ସେପଟେ ଯଦିଓ ଭୁବନେଶ୍ୱରରେ କୋରୋନା ମାମଲା ବିଶେଷ ବୃଦ୍ଧି ପାଉନାହିଁ ହେଲେ ପୂଜା ପାଇଁ ଏହା ମାରାତ୍ମକ ନହେଉ ସେଥିପାଇଁ ଏହାକୁ ବିଏମସି ଅଞ୍ଚଳରେ ଲାଗୁ କରାଯିବା ବୋଲି କହିଛନ୍ତି କମିଶନର। ଏନେଇ କମିଶନରେଟ ପୋଲିସ (Bhubaneswar Commissionerate Police) ସହ ବୈଠକ ମଧ୍ୟ ଶେଷ ହୋଇଛି। ବିଏମସି ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ (BMC Enforcement Squad) କମିଶନରେଟ ପୋଲିସ ସହ ମିଶି ନାଇଟ କର୍ଫ୍ୟୁ (Night Cuefew) କିଭଳି କଡାକଡି ହେବ ସେଥିପାଇଁ ପ୍ରସ୍ତୁତ ରହିଥିବା କମିଶନର କହିଛନ୍ତି।
Also Read: ରାତି ପାହିଲେ ଗଣେଶ ପୂଜା; ଘରେ ପୂଜା କରିବାକୁ ନେଇ ବଢୁଛି ଆଦର
୪ ଫୁଟର ମୂର୍ତ୍ତି ସାଙ୍ଗକୁ ଦର୍ଶନ, ଭୋଗରାଗ, ପ୍ରସାଦ ସେବନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭଷାଣୀ ଉସ୍ତ୍ରବ ଆୟୋଜନ ଉପରେ ରୋକ ଲାଗିଛି। ଶେଷରେ ଅକ୍ଟୋବର ଗାଇଡଲାଇନ (October 2021 Corona Guidelines) ଅନୁସାରେ ଟ୍ବିନସିଟିରେ ନାଇଟ କର୍ଫ୍ୟୁ (Night Curfew in Twincity) ମଧ୍ୟ ଲଗାଇଛନ୍ତି ରାଜ୍ୟ ସରକାର। ଆସନ୍ତା ୧୧ ତାରିଖରୁ ୨୦ ତାରିଖ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ପୂଜା ବଜାରରେ ଗହଳି ନକରିବା ସହ ସଂକ୍ରମଣ କମାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଅକ୍ଟୋବର ୧୦ ତାରିଖ ପଞ୍ଚମୀ ଦିନରୁ ମାଆଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଯିବ। ଯଥା ରୀତିନୀତି ନେଇ ପୂଜା କାର୍ଯ୍ୟ ହେବ। କୌଣସି ଜାକଜକମ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ହେବନାହିଁ। ସମସ୍ତ ଗାଇଡ଼ଲାଇନ ପାଳନ କରିବା ନେଇ ପୂଜା କମିଟି ସଦସ୍ୟ ମାନିଥିଲେ ମଧ୍ୟ ନାଇଟକର୍ଫ୍ୟୁ ଲାଗୁ କରିବାକୁ ନେଇ ମଣ୍ଡପ କର୍ତ୍ତୃପକ୍ଷ ସାମାନ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।
Also Read: ଫିକା ପଡିବ ପାର୍ବଣ ଋତୁ; କଟକଣାରେ ପାଳନ ହେବ ଗଣେଶ ପୂଜା
ପାର୍ବଣ ଋତୁ ପାଇଁ ପୂର୍ବରୁ ସ୍ୱତନ୍ତ୍ର ଗାଇଡଲାଇନ ସରକାର ଦେଇଥିବାବେଳେ ସମସ୍ତ ପୂଜା, ପର୍ବ ପାଇଁ ଏହା ଲାଗୁ ରହିବ। ସରକାରଙ୍କ ଗାଇଡଲାଇନ ପାଳନ କରିବା ଉଦ୍ଦେଶ୍ୟ ନୁହେଁ ବରଂ ନିଜ ଘରକୁ କୋରୋନା ମହାମାରୀକୁ ନଆଣିବା ସମସ୍ତଙ୍କ ଲକ୍ଷ୍ୟ ହେବା ଆବଶ୍ୟକ।