Horoscope Today: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର
Advertisement
Article Detail0/zeeodisha/odisha1604484

Horoscope Today: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

Horoscope Today 11 March 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୧୧ ହେଉଛି ଶନିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Horoscope Today: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

Horoscope Today 11 March 2023: ମେଷ- ଆଜି ଆପଣଙ୍କ ଦେହ ଭଲ ରହିବ । ମନରେ ସାମାନ୍ୟ ଅଶାନ୍ତି ଉପୁଜିପାରେ । ପରିଶ୍ରମ ଅନୁଯାୟୀ ଫଳ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପଢାପଢିରେ ଆଗକୁ ବଢ଼ିବେ ।

ବୃଷ- ଦେହ ଓ ମନ ଭଲ ରହିବ । ଦୂରଯାତ୍ରା ସୁଖପୂର୍ଣ୍ଣ ହେବ । ମାଲି ମକଦ୍ଦମାରେ ବିଜୟୀ ହେବେ । ପରିବାରରେ ହସଖୁସିର ଲହରି ଲାଗି ରହିବ । ଛାତ୍ରଛାତ୍ରୀ ଖେଳକୁଦରେ ଭଲ ପ୍ରଦର୍ଶନ କରିବେ ।

ମିଥୁନ- ଉଭୟ ସ୍ୱାସ୍ଥ୍ୟ ଓ ମାନସିକ ସ୍ତରରେ ପ୍ରଫୁଲ୍ଲ ରହିବେ । ନକରାତ୍ମକ ଭାବନା ଦୂରେଇଯିବ । ବ୍ୟବସାୟରେ ଲାଭ ମିଳିବ । କୌଣସି ଜରୁରୀ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି । ପ୍ରେମ ସମ୍ପର୍କ ମଜବୁତ ହେବ ।

କର୍କଟ- ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକୁଳିବେ । ମାନସିକ ଶାନ୍ତି ଫେରିପାଇବେ । ଦୂରଯାତ୍ରାରୁ ଲାଭ ମିଳିବ । କର୍ମକ୍ଷେତ୍ରରେ ପଦନ୍ନୋତୀର ସୁଯୋଗ ରହିଛି । ପାରିବାରିକ ଜୀବନରେ ସମସ୍ୟାର ସମାଧାନ ହେବ ।

ସିଂହ- ଘାତଚନ୍ଦ୍ର ଯୋଗୁଁ ଜଗିରଖି ଚଳନ୍ତୁ । ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ହୋଇପାରେ । ଦୂରଯାତ୍ରା ବିପଦପୂର୍ଣ୍ଣ ହୋଇପାରେ । ଆର୍ଥିକ ସ୍ଥିତି ସୁଦୃଢ ରହିବ । କ୍ରିଡାବିତ୍ ମାନେ ପଛେଇ ଯିବେ ।

କନ୍ୟା- ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ । ପରିବାରିକ ଚିନ୍ତାରେ ସମୟ କଟିବ । ଅର୍ଥ ସଞ୍ଚୟ ପାଇଁ ଯୋଜନା କରିବେ । ଇଶ୍ୱରଙ୍କ ପ୍ରତି ଆସ୍ଥା ବଢିବ । ବନ୍ଧୁଙ୍କ ସହ ଦୂରଯାତ୍ରା ପାଇଁ ଯୋଜନା କରିବେ ।

ତୁଳା- ମାନସିକ ସ୍ତରରେ ସାମାନ୍ୟ ଚିନ୍ତା ଲାଗି ରହିଲେ ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିବ । ନୂତନ ନିଯୁକ୍ତି କିମ୍ୱା ବ୍ୟବସାୟ ପାଇଁ ମନ ବଳାଇବେ । ଦାମ୍ପତ୍ୟ ଜୀବନରେ ମଧୁରତା ପରିଲକ୍ଷିତ ହେବ । ଆୟ ଅପେକ୍ଷା ବ୍ୟୟ ସାମାନ୍ୟ ବଢିଯିବ । ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ ।

ବିଛା- ସାମାନ୍ୟ ଥଣ୍ଡା ଜ୍ୱରରେ ପଡିତ ହୋଇପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ । ଦୂରଯାତ୍ରା ଶୁଭଙ୍କର ହେବ । ଦେବାଦେବୀଙ୍କ ପୂଜାର୍ଚ୍ଚନା ପାଇଁ ମନ ବଳାଇବେ । ପାରିବାରିକ ସ୍ନେହ ଓ ଆଦର ପାଇବେ । 

ଧନୁ- ସ୍ୱାସ୍ଥ୍ୟ ଠିକ୍ ରହିବ । ଆର୍ଥିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ବ୍ୟବସାୟରେ ଆୟ ଓ ବ୍ୟୟ ସମାନ ରହିବ । ଦୂରଯାତ୍ରାରେ ମଧ୍ୟମ ଧରଣର ଲାଭ ହେବ । ବିଦ୍ୟାର୍ଥୀଙ୍କ ପାଇଁ ଭଲ ଦିନଟିଏ ।

ମକର- ଦେହ ଓ ମନ ଭଲ ରହିବ । ବ୍ୟବସାୟରୁ ପ୍ରଚୁର ଲାଭ ହେବ ।  ଚାକିରିରେ ପଦୋନ୍ନତୀ ସହ ବଦଳି ହେବାର ଯୋଗ ରହିଛି । ପାରିବାରିକ ସ୍ଥିତି ଭଲ ରହିବ । ଖେଳାଳୀ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ।

ଅଧିକ ପଢ଼ନ୍ତୁ:-BCCI ଚାଲିଲେ ଖତରନାକ୍ ଚାଲ୍, ହଠାତ୍ ୮ ମାସ ପରେ ଦିନିକିଆ ଦଳରେ ଏହି ଘାତକ ଖେଳାଳଙ୍କ ହେଲା ଏଣ୍ଟ୍ରି!

ଅଧିକ ପଢ଼ନ୍ତୁ:-ସରକାର ଆରମ୍ଭ କଲେ ଆଉ ଏକ ପେନସନ ଯୋଜନା, କର୍ମଚାରୀଙ୍କୁ ମିଳିବ OPS ଅପେକ୍ଷା ଅଧିକ ଲାଭ!

ଅଧିକ ପଢ଼ନ୍ତୁ:-ରାସନ କାର୍ଡ ଧାରକଙ୍କ ପାଇଁ ବଡ଼ ଖୁସି ଖବର, ଏଣିକି ମାଗଣା ରାସନ ସହ ମିଳିବ ୧୦୦୦ ଟଙ୍କା!

କୁମ୍ଭ- ପୂର୍ବରୁ ରହିଥିବା ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହେବ । ତୈଳ ଜନିତ ବ୍ୟବସାୟରୁ ଲାଭ ମିଳିବ । ପଡୋଶୀଙ୍କ ସହ ସାମାନ୍ୟ ମତଭେଦ ଦେଖାଦେଇପାରେ । ଲେଖା ପଢାରେ ରୁଚି ବଢିବ । ଦୂରଯାତ୍ରା ସଫଳ ହେବ ।

ମୀନ- ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ଆଳସ୍ୟପଣ ଲାଗି ରହିବ । ଧାତୁ ଜନିତ ବ୍ୟବସାୟରୁ କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇବେ । ନବଦମ୍ପତି ଦୂରସ୍ଥାନକୁ ଯିବାପାଇଁ ମନ ବଳାଇବେ । ଗଣମାଧ୍ୟମରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ । ଛାତ୍ରଛାତ୍ରୀଙ୍କ ମନ ଖେଳକୁଦରେ ରହିବ ।