Horoscope Today 12 February 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୧୨ ହେଉଛି ରବିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....
Trending Photos
Horoscope Today 12 February 2023: ମେଷ- ପୂଜା ଅର୍ଚ୍ଚନା ପାଇଁ ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଆୟ ଅବ୍ୟାହତ ରହିବ ।
ବୃଷ- ମନ ଅସ୍ଥିର ରହିବ । କର୍ମ ଚାପ ବଢିଯିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଦୁଃସମ୍ବାଦ ପ୍ରାପ୍ତି ହେବ । ପାରିବାରିକ ଅଶାନ୍ତି ଦେଖାଦେବ ।
ମିଥୁନ- ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ର ଉତ୍ସାହ ପ୍ରଦ ହେବ । ଆୟ ଓ ବ୍ୟୟ ସମାନ ରହିବ । ମହିଳାମାନେ ଧର୍ମ କର୍ମରେ ବ୍ୟସ୍ତ ରହିବେ ।
କର୍କଟ- ଦୃଢ ମନୋବଳ ନେଇ କାର୍ଯ୍ୟ କଲେ ସୁଫଳ ପାଇବେ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ପାଇବେ ।
ସିଂହ- ବୁଦ୍ଧି ବିଚାରୀ କାର୍ଯ୍ୟ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ସନ୍ତାନଙ୍କ କାର୍ଯ୍ୟକଳାପରେ ଚିନ୍ତା ପ୍ରକଟ କରିବେ ।
କନ୍ୟା- ମନ ଉତ୍ଫୁଲ ରହିବ । ଧର୍ମସ୍ଥଳକୁ ପରିଦର୍ଶନରେ ଯିବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ ମିଳନର ଯୋଗ ରହିଛି । ଆୟ ଉତ୍ତମ ହେବ ।
ତୁଳା- କର୍ମ ତତ୍ପରତା ପ୍ରକାଶ ପାଇବ । କେତେକ ବକେୟା କାର୍ଯ୍ୟର ସମ୍ପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ଜୀବନ ସୁଖଶାନ୍ତିପୂର୍ଣ୍ଣ ରହିବ । ଛାତ୍ରଛାତ୍ରୀମାନେ ପଢାପଢିରେ ପାରଦର୍ଶିତା ଦେଖାଦେବ ।
ଅଧିକ ପଢ଼ନ୍ତୁ:-ମହମ୍ମଦ ଶାମି ଭାଙ୍ଗିଲେ ଏହି ବଡ଼ ରେକର୍ଡ, ବିରାଟ କୋହଲି ଓ ରାହୁଲଙ୍କ ପରି ବ୍ୟାଟ୍ସମ୍ୟାନଙ୍କୁ ପଛକୁ ପକାଇଲେ
ଅଧିକ ପଢ଼ନ୍ତୁ:-ମ୍ୟାଚ୍ ଜିତିବା ପରେ ରୋହିତ ଶର୍ମା ହେଲେ ଭାବୁକ, ଏସବୁ ଖେଳାଳିଙ୍କୁ ବିଜୟ ପାଇଁ ଦେଲେ ଶ୍ରେୟ
ଅଧିକ ପଢ଼ନ୍ତୁ:-ପରାଜୟ ପରେ ଅଷ୍ଟ୍ରେଲିଆର ଅଧିନାୟକ ଅତ୍ୟନ୍ତ ନିରାଶ, ମ୍ୟାଚ୍ ପରେ କହିଲେ କେଉଁଠାରେ ହୋଇଛି ଭୁଲ୍
ବିଛା- ଦିନଟିରେ ଚିନ୍ତାଗ୍ରସ୍ତ ରହିବେ । ଆର୍ଥିକ ଅନାଟନ ଦେଖାଦେବ । କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀଙ୍କ କ୍ରୋଧର ଶିକାର ହେବେ । ପାରିବାରିକ ଅଶାନ୍ତି ଦେଖାଦେବ ।
ଧନୁ- ସମସ୍ତ ଯୋଜନା ବ୍ୟର୍ଥ ଯିବ । ଶରୀର ଅସୁସ୍ଥ ରହିବ । ଧାର କରଜ କରିପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ମନରେ ଆଘାତ ଦେବ ।
ମକର- ସମୟାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନ କରିବେ । ମନ ପ୍ରସନ୍ନ ରହିବ । ଦାୟିତ୍ୱବୋଧ ବୃଦ୍ଧି ପାଇବ । ଆୟର ଅଭିବୃଦ୍ଧି ପରିଲକ୍ଷିତ ହେବ ।
କୁମ୍ଭ- ସମସ୍ତ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ସନ୍ତାନଙ୍କ କୃତିତ୍ୱରେ ଆତ୍ମସନ୍ତୋଷ ପାଇବେ । ମହିଳାମାନେ ଗୃହ ନିପୁଣା ହେବେ । ବିଦ୍ୟାର୍ଥୀମାନେ ଲିଖନ ପଠନରେ ପାରଦର୍ଶିତା ଲାଭ କରିବେ ।
ମୀନ- ମୁଣ୍ଡ ବିନ୍ଧା, ଉଦରପୀଡା ଭଳି ଶାରୀରିକ ଅସୁସ୍ଥତା ବୋଧ ହେବ । ଭାତୃ ବିବାଦ ବଢିଯିବ । ଆୟ ବାଧାପ୍ରାପ୍ତ ହେବ । ବନ୍ଧୁଙ୍କ ସାହାଯ୍ୟ ମିଳିବ ।