Horoscope Today 24 December 2022: ଆଜି ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର
Advertisement
Article Detail0/zeeodisha/odisha1498952

Horoscope Today 24 December 2022: ଆଜି ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

Horoscope Today 24 December 2022: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

ସୌଜନ୍ୟ-ସୋସିଆଲ ମିଡିଆ

Horoscope Today 24 December 2022: ମେଷ : ମେଶ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ସେତେ ଖାସ ରହିବ ନାହିଁ । ଆପଣଙ୍କ ପ୍ରିୟ ସାଙ୍ଗ ଆପଣଙ୍କ ପରିଚୟ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ କରେଇବେ । ଯାହା କାରଣରୁ ଆପଣଙ୍କ ଭାବନା ଉପରେ ଗଭୀର ପ୍ରଭାବ ପଡ଼ିବ । ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ । ପ୍ରଭାବଶାଳୀ ଓ ମହତ୍ଵପୁର୍ଣ ଲୋକଙ୍କ ସାଙ୍ଗରେ ପରିଚୟ ବଢ଼େୟିବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ । ଆପଣଙ୍କ ଜୀବନ-ସାଥୀଠୁ କୌଣସି ଉପହାର ମିଳିପାରେ । 

ବୃଷ : ସେହିପରି ବୃଷ ରାଷିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଆଦୌ ଭଲ ନାହିଁ । ଆଜି ଆପଣକୁ କିଛିଟା ଯୁକ୍ତି ତର୍କ ଯୋଗୁଁ ଚାପ କିମ୍ବା ମନ ଖରାପ ଅନୁଭବ ହାଇ ପାରେ ।  ଅର୍ଥ ଅବସ୍ଥା ଯୋଗୁଁ ଆପଣଙ୍କ ରଚନାତ୍ମକ ଭାବରେ ଭାବିବା ଶକ୍ତି ନଷ୍ଟ ହୋଇ ଯାଇଛି । ଆପଣଙ୍କୁ ଚିନ୍ତାମୁକ୍ତ ହୋଇ ନିଜର ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କ ମଧ୍ୟରେ ଖୁସିର ସମୟ ଖୋଜିବାକୁ ଚେଷ୍ଟା କରିବା କଥା।  ଆପଣଙ୍କ ଜୀବନରେ ଲାଗି ରହିଥିବା ଅନେକ ସମସ୍ୟାର ସମାଧାନ ମଧ୍ୟ ଆଜି ଘଟିପାରେ। 

ମିଥୁନ : କୌଣସି ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଜି ବାଣିଜ୍ୟ ବ୍ୟାପାରରେ ବହୁତ ଧାନ ଲାଭ ହେବାର ସମ୍ଭାବନା ଅଛି । ଏହି ଧନଦ୍ୱାରା ଆପଣ ଆପଣଙ୍କର ଅନେକ ସମସ୍ୟାର ସମାଧାନ କରିପାରିବେ । ମାନସିକ ଚାପ ଲାଗି ରହିବ, କିନ୍ତୁ ପାରିବାରିକ ଲୋକଙ୍କ ସହଯୋଗ ମିଳିବ। ଆଜି ଦିନ ଆପଣଙ୍କ ପାଇଁ କୌତୁହଳଜନକ ରହିବ,କାରଣ ଆପଣଙ୍କ ପ୍ରିୟ ଆପଣଙ୍କୁ ଉପହାର ଦେଇ ପାରନ୍ତି । 

କର୍କଟ: ଭୟାଳୁ ହୋଇପାରନ୍ତି। ସନ୍ମାର୍ଗକୁ ହୁଡ଼ି ପ୍ରଥମେ କଣ୍ଟକୀୟ ପଥକୁ ବାଛି ନେଇପାରନ୍ତି। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ।

ସିଂହ: ମନ ଚଞ୍ଚଳ ରହିବ। ଶତ୍ରୁପକ୍ଷ ବଳବାନ୍‌ ହୋଇପାରେ। ପରିସ୍ଥିତି ଏପରି ହେବ; ଯେଉଁ ଘଟଣାରେ କ୍ଷମାଶୀଳ ହେବେ ନାହିଁ କିମ୍ବା ଦୟାଳୁ ନ ହୋଇ ପାରନ୍ତି। ତୀର୍ଥ ପର୍ଯ୍ୟଟନ କରି ପାପମୁକ୍ତ ହେବେ।

କନ୍ୟା: ଉପକାରୀ ଲୋକ ଚାହୁଁ ଥିବା ସାହାଯ୍ୟ ନ ଦେଲେ କୃତଘ୍ନ ହୋଇପାରନ୍ତି, ମାତ୍ର ସୁକର୍ମ ବଳରେ ପ୍ରବଳ ପ୍ରତାପୀ ହେବେ। ଜଣେ ମହାମନୁଷ୍ୟ ଓ କୁଳପ୍ରଧାନ ଭାବେ ବିବେଚିତ ହେବେ। ମାତାପିତାଙ୍କ ଆଶିଷ ମିଳିବ।

ତୁଳା: ଭାଗ୍ୟବାନ୍‌ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ସାଧୁସେବା କରିପାରନ୍ତି। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ସତ୍‌ସଙ୍ଗୀ ହେବେ। ବିଭୁକୃପା ଲାଭ କରିବେ। ପରିସ୍ଥିତିର ଦାସ ହୋଇ ସାଧୁ ପରାଙ୍‌ମୁଖ ହୋଇପାରନ୍ତି।

ବିଛା: କୁକର୍ମରେ ଲିପ୍ତ ହେଲେ ଦୁଃଖ ଭୋଗିବାକୁ ପଡ଼ିବ। ନିଜ ଲୋକ ଭାବୁଥିବା ବ୍ୟକ୍ତିଙ୍କ ବିରୋଧରେ ସମ୍ମୁଖୀନ ହେବେ। ସାମାନ୍ୟ ପରିମାଣ ଅର୍ଥ ମିଳିବ। ବହୁ ମିତ୍ରଙ୍କ ସହାୟତା ସହାୟତା ପାଇବେ।

ଧନୁ : ଆଲୋଚନା ପରିସରରେ ଆପୋସ ମିଳାମିଶାରୁ ପୂର୍ବ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ। ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟମାନେ କ୍ରମଶଃ ଦୂରେଇଯିବେ। 

ମକର : ସବୁ ସମୟରେ ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ। ଭଲରୂପେ ନ ଜାଣି ଅଯଥା ସନ୍ଦେହକଲେ ନିଜେହିଁ କ୍ଷତିରେ ପଡ଼ିବେ। ମୂଲ୍ୟବାନ ଜିନିଷଟି ପରକୁ ଦେଇ ଆବଶ୍ୟକ ସମୟରେ ନ ପାଇ ଅପଦସ୍ଥ ହୋଇପାରନ୍ତି। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।

କୁମ୍ଭ :ମାନସିକ ସ୍ଥିତି ପ୍ରାୟତଃ ଭଲ ରହିଲେ ମଧ୍ୟ ଦୁର୍ବଳତା ଲାଗିରହିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।

ମୀନ : ଆଜି ସକାଳୁ ସକାଳୁ ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ। ଆନୁଷ୍ଠାନିକ ସ୍ତରରେ ସବୁ ସମସ୍ୟା ଆଲୋଚନା ମାଧ୍ୟମରେ ସମାଧାନ କରିବେ। ଅଫିସ୍‌ରେ କୌଣସି ବ୍ୟତିକ୍ରମ ଅବଲୋକନ କରି ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।