Horoscope Today: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ମଙ୍ଗଳବାର
Advertisement
Article Detail0/zeeodisha/odisha1409564

Horoscope Today: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ମଙ୍ଗଳବାର

Horoscope Today 25 October 2022: ଆଜିର ରାଶିଫଳ: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର...ଗୃହ ବିଚାର-ବିଲେଇ ଘରେ ଥିଲେ କେଉଁ ଶୁଭ ଫଳ ମିଳିଥାଏ ? ବିଲେଇ ମା ଷଠୀଙ୍କ ପ୍ରତୀକ । ବିଲେଇ ରହୁଥିବା ଘରେ ସାପ କିମ୍ବା ମୂଷା ରହିବେ ନାହିଁ ।

Horoscope Today: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ମଙ୍ଗଳବାର

Horoscope Today 25 October 2022: ମେଷ- ଦେହ ଆରୋଗ୍ୟ ରହିବ । ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବେ । କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିଙ୍କ ଠାରୁ ପ୍ରଶଂସା ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ ।

ବୃଷ-ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଦୂର ସହରକୁ ଯାତ୍ରା କରିପାରନ୍ତି । ବିବାଦୀୟ ଘଟଣାର ଅବସାନ ଘଟିବ

ମିଥୁନ- ମାନସିକ ଶାନ୍ତି ଫେରି ପାଇବେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । କାର୍ଯ୍ୟାଳୟର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପାରିବାରିକ ଜୀବନ ହର୍ଷ ଉଲ୍ଲାସ ଭରା ରହିବ ।

କର୍କଟ- ଘାତବାର ଭୋଗ ହେତୁ ବିଶେଷ ଭାବେ ସତର୍କ ରୁହନ୍ତୁ । ଧନ କ୍ଷୟ ହେବାର ସମ୍ଭାବନା ରହିଛି । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଶରୀର ପୀଡା ଦେଖାଦେବ ।

ସିଂହ- ଦେହ ଓ ମନ ଭଲ ରହିବ । ଈଶ୍ୱରଙ୍କ ପ୍ରତି ଆସ୍ଥା ବଢିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କାର୍ଯ୍ୟାଳୟରେ ପାରଦର୍ଶିତା ଦେଖାଇବେ । ପାରିବାରିକ ଜୀବନ ସୁଖମୟ ହେବ ।

କନ୍ୟା- ମାନସିକ ଓ ଶାରୀରିକ ସୁସ୍ଥତା ଲାଭ କରିବେ । ପୂଜା ଆରଧନାରେ ସମୟ କାଟିବେ । ପ୍ରତ୍ୟେକ କାର୍ଯ୍ୟରେ ଆତ୍ମସନ୍ତୋଷ ଲାଭ କରିବେ । ପାରିବାରିକ ଜୀବନ ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।

ତୁଳା- ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ ।

ଅଧିକ ପଢ଼ନ୍ତୁ:-ଭାରତଠୁ ହାରିବା ପରେ ଡ୍ରେସିଂ ରୁମରେ ବାବର ଆଜମଙ୍କ ଜୋରଦାର ସ୍ପିଚ୍, ମ୍ୟାଚର ଭିଲେନ ପାଲଟିଥିବା ଏହି ଖେଳାଳିଙ୍କୁ କହିଲେ ଏସବୁ କଥା

ଅଧିକ ପଢ଼ନ୍ତୁ:-ପାକିସ୍ତାନର ପରାଜୟ ପରେ ଅମ୍ପାୟାରଙ୍କ ଉପରେ ଅଙ୍ଗୁଳି ଉଠାଇଲେ ଶୋଏବ ଅଖତର, ଭାରତୀୟ ଫ୍ୟାନ୍ସ ଦେଖାଇଲେ ଆଇନା

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ବିଜୟ ପରେ ଜୋରଦାର ଡ୍ୟାନ୍ସ କଲେ ସୁନୀଲ ଗାଭାସ୍କର-ଇରଫାନ ପଠାନ-ଶ୍ରୀକାନ୍ତ, ଭିଡିଓ ଭାଇରାଲ

 

ବିଛା- ଶରୀର ସୁସ୍ଥ ରହିବ । ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନ ସମୃଦ୍ଧ ହେବ ।

ଧନୁ- ଦେହ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଆୟ ଓ ବ୍ୟୟ ସମାନ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମକର- ଶରୀର ସୁସ୍ଥ ରହିବ । କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଆୟ ଉତ୍ତମ ହେବ ।

କୁମ୍ଭ- ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ମନ ଦୁର୍ବଳ ରହିବ । ଆୟ ମଧ୍ୟମ ଧରଣର ହେବ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ବିପକ୍ଷରେ ଯିବ ।

ମୀନ- କର୍ମ ତତ୍ପରତା ପ୍ରକାଶ ପାଇବ । ସୁଖ ସମ୍ମାନର ଅଧିକାରୀ ହେବେ । ଉଚ୍ଚ ଆଶା ସଫଳ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କର ପତିଆର ବୃଦ୍ଧି ପାଇବ ।

ଗୃହ ବିଚାର-ବିଲେଇ ଘରେ ଥିଲେ କେଉଁ ଶୁଭ ଫଳ ମିଳିଥାଏ ?

ବିଲେଇ ମା ଷଷ୍ଠୀଙ୍କ ପ୍ରତୀକ । ବିଲେଇ ରହୁଥିବା ଘରେ ସାପ କିମ୍ବା ମୂଷା ରହିବେ ନାହିଁ । ବିଲେଇ ଘରେ ରହିବା ଦ୍ୱାରା ଘରେ ଲକ୍ଷ୍ମୀ ଆସିଥାନ୍ତି । ଘରେ ବିଲେଇ ପିଲା ଜନ୍ମ କରିବା ଦ୍ୱାରା ଶୁଭ ହୋଇଥାଏ । ବିଲେଇର ଫୁଳକୁ ଘରେ ରଖନ୍ତୁ, ମା ଲକ୍ଷ୍ୟ ଘରେ ବାସ କରନ୍ତି ।ବିଲେଇକୁ କ୍ଷୀର ଖାଇବାକୁ ଦେଲେ ଗ୍ରହ ଶାନ୍ତି ହୋଇଥାନ୍ତି । ବିଲେଇ ଆପଣଙ୍କ ଦେହରେ ଘସି ହୋଇ ଗଲେ ଏହା ଶୁଭ । ବିଲେଇକୁ ମାରନ୍ତୁ ନାହିଁ ।