Horoscope Today 8 March 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର
Advertisement
Article Detail0/zeeodisha/odisha1600435

Horoscope Today 8 March 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର

Horoscope Today 8 March 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୮ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Horoscope Today 8 March 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର

Horoscope Today 8 March 2023: ମେଷ ରାଶି:- ଗୃହ କାର୍ଯ୍ୟରେ ମନ ବଳାଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ସତ୍‌କର୍ମରେ ବ୍ୟୟ କରିପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ବିବାଦରେ ବିଜୟୀ ହେବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । 

ବୃଷ ରାଶି:- ଉଚ୍ଚପଦସ୍ଥ ଅଫିସରଙ୍କ ସହାୟତା ମିଳିବ । ଉଚ୍ଚ ଆଶା ବଳବତୀ ହେବ । ସମ୍ମାନିତ ହେବେ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ଭୋଗ-ବିଳାସ କରିପାରନ୍ତି । ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିବେ ।  

ମିଥୁନ ରାଶି:- ଷଡଯନ୍ତ୍ରରୁ ଉଧୁରି ଯାଇପାରନ୍ତି । ଦୁଃଖର ପରିମାଣ ଅଧିକ ଥିବାବେଳେ ସୁଖର ମାତ୍ରା କମ୍ ରହିବ । କର୍ମକ୍ଷେତ୍ରରେ ଅବହେଳା କରିବାର ସୂଚନା ମିଳୁଛି । କେବଳ କଥା ମଧୁର ଯୋଗୁଁ ସାମାଜିକ କ୍ଷେତ୍ରରେ ଆଦରଣୀୟ ହୋଇପାରନ୍ତି ।  

କର୍କଟ ରାଶି:- ଯାତ୍ରାକାଳୀନ କ୍ଳେଶ ଅନୁଭବ କରିପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଦେଖା ଦେଇପାରେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । 

ସିଂହ ରାଶି:- ହୃଦୟରୁ ଜାତ ହୋଇଥିବା ସାହସର ଉପଯୋଗ କରିପାରନ୍ତି । ମନୋବଳ ଦୃଢ ହେବ । ବିଭିନ୍ନ ସୁତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ । ଉପୁଜିଥିôବା ସମସ୍ୟାର ସମାଧାନ ହେବ । ପାରିବାରିକ ସୁଖ ମିଳିବ ।   

କନ୍ୟା ରାଶି:- କାର୍ଯ୍ୟ ବ୍ୟସ୍ତତା ବଢିଯାଇପାରେ । ସୁଖ ସନ୍ତୋଷ ଲାଭ କରିବେ । ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପୁତ୍ର ସୁଖ ମିଳିବ । ଜିତେନ୍ଦ୍ରିୟ ହେବେ । ପରାକ୍ରମୀ ହେବେ ।  

ତୁଳା ରାଶି:- ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । ସେବା-ପୂଜାରେ ନିମଗ୍ନ ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ଅନୁକୂଳ ରହିଛି । କୌଶଳରେ କାର୍ଯ୍ୟ ହାସଲ କରିବେ । ବିଳାସ-ବ୍ୟସନରେ ନିଜକୁ ନିୟୋଜିତ କରିବେ ।  

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ଦଳକୁ ଲାଗିଲା ଜୋରଦାର ଧକ୍କା, ଆହତ କାରଣରୁ ଜସପ୍ରୀତ ବୁମ୍ରାଙ୍କ ପରେ ଏହି ଘାତକ ଖେଳାଳି ବି ହେଲେ ବାହାର!

ଅଧିକ ପଢ଼ନ୍ତୁ:-ହୋଲିରେ ଚାଷୀଙ୍କ ପାଇଁ ଖୁସି ଖବର! କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର କଲେ ଏହି ଘୋଷଣା

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଟେଷ୍ଟ ପରେ ଦିନିକିଆ ସିରିଜରୁ ବାଦ୍ ପଡ଼ିଲେ ଏହି ଦମଦାର୍ ଖେଳାଳି!

ବିଛା ରାଶି:- ରୋଜଗାର ଅତ୍ୟଧିକ ହୋଇପାରେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଧନ-ମାନ-ସୁଖ-ସମ୍ଭୋଗ ସବୁ କିଛି ମିଳିବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । କନ୍ୟା ସହାୟିକା ହେବେ ।  

ଧନୁ ରାଶି:- ହସ ଖୁସିରେ ଦିନ ଅତିବାହିତ କରିବେ । ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ବ୍ୟବସାୟରେ ଅଗ୍ରଗତି ହେବ । ଦୂରଯାତ୍ରା ସଫଳ ହେବ । 

ମକର ରାଶି:- ଦୁଃସାହସିକ କାର୍ଯ୍ୟ କରି ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିବେ । ରୋଜଗାର ଆଶାନୁରୂପ ହେବ । ନୈତିକତା ବୃଦ୍ଧି ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ମାନ୍ୟତା ଲାଭ କରିବେ । ସୁଖ ଶାନ୍ତିରେ ଦିନଟି  ଅତିବାହିତ ହେବ । ସର୍ବତ୍ର ସୁଖ ଆଶାକରାଯାଏ ।      

କୁମ୍ଭ ରାଶି:- ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସନ୍ତାନ ବର୍ଗରେ ଉନ୍ନତି ଘଟିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ସର୍ବ ସୁଖ ମିଳିବା ଆଶା କରାଯାଏ । ବ୍ୟବସାୟରୁ ଲାଭ ମିଳିବ । 

ମୀନ ରାଶି:- ଦୀନ ଚର୍ଯ୍ୟାରେ ସାବଧାନତା ଅବଲମ୍ବନ କରନ୍ତୁ । ଶାରୀରିକ କ୍ଲେଶ ଦେଖାଦେବ । ଦୁର୍ଘଟଣାର ଶିକାର ହେବେ । ପଡୋଶୀଙ୍କ ସହ ମତଭେଦ ଦେଖାଦେବ । ଦୂରଯାତ୍ରାରୁ ନିବୃ ରୁହନ୍ତୁ ।