AC Blast Reason: ଏସି ବ୍ଲାଷ୍ଟରୁ କେମିତି ପାଇବେ ରକ୍ଷା?
Advertisement
Article Detail0/zeeodisha/odisha2270827

AC Blast Reason: ଏସି ବ୍ଲାଷ୍ଟରୁ କେମିତି ପାଇବେ ରକ୍ଷା?

AC Blast Reason: କେବଳ ଏସି ବ୍ୟବହାର କରିଲେ ହେବନାହିଁ, କେଉଁ କାରଣରୁ ଏସିରେ ସର୍ଟ ସର୍କିଟ  ହୋଇଥାଏ ତାହା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ ଯେ  କୌଣସି ବୈଦ୍ୟୁତିକ ଉପକରଣରେ ଅନେକ ସମୟରେ ସର୍ଟ ସର୍କିଟ ହୋଇପାରେ, ଏହା ଆପଣମାନେ ମନେ ରଖିବା ଆବଶ୍ୟକ।

 

AC Blast Reason

AC Blast Reasons in Summer: ଦେଶର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିସାରିଥିବା ବେଳେ ଦିଲ୍ଲୀରେ ପମାତ୍ରା ୫୪ ଡିଗ୍ରି ଛୁଇଁଛି। ଦେଶରେ ଦିଲ୍ଲୀ ଏବେ ଉତ୍ତପ୍ତ ସହର ଭାବେ ପରିଗଣିତ ହେଉଛି। ତେବେ ଏଇ ଅସହ୍ୟ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଜନସାଧାରଣ। ଯେହେତୁ ଧରାପୃଷ୍ଠରେ ବିଶେଷ ଗଛ ନାହିଁ ତେଣୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଲୋକମାନେ ଏସି, କୁଲର ଭଳି ଖରା ତାପ ନିୟନ୍ତ୍ରିତ ଯନ୍ତ୍ରର ଆବଶ୍ୟକତା ଲୋଡୁଛନ୍ତି। ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏସି ରେ ରହିବାକୁ ପସନ୍ଦ କରୁଛନ୍ତି। ଅଭ୍ୟାସଗତ ହେଉ କିମ୍ବା ଆବଶ୍ୟକ ଭାବେ ଅଫିସ ହେଉ କିମ୍ବା ଘର ୨୪ ଘଣ୍ଟା ଏସି ରେ ରହିବାକୁ ପସନ୍ଦ କରୁଛନ୍ତି ଲୋକେ। ତେବେ ସାଧାରଣ ଭାବେ କୌଣସି ଜିନିଷକୁ ଅଧିକ ସମୟ ଧରି ଚଳାଇବା ଦ୍ୱାରା ତାହା ଉପରେ ନିଶ୍ଚିତ ଭାବେ ଚାପ ପଡ଼ିଥାଏ। ସେହିପରି ଆମେ ବ୍ୟବହାର କରୁଥିବା, ଏସି, କୁଲର ଓ ଫ୍ୟାନ ବିଦ୍ୟୁତ ଦ୍ୱାରା ପରିଚାଳିତ ହେଉଥିବାରୁ ସେଥିରେ ମଧ୍ୟ ବିପଦର ଆଶଙ୍କା ରହିଥାଏ । ଅଧିକ ବ୍ୟବହାର ହେବା ଦ୍ଵାରା ଗରମ ହୋଇ ଫାଟିଯିବାର ବିଶେଷ ସମ୍ଭାବନା ଦେଖାଯାଇଥାଏ। ତେବେ ଆପଣଙ୍କ ଘରେ ରହିଥିବା ଏସିରେ ନିଆଁ ଲାଗିବାର ସମ୍ଭାବନା ମଧ୍ୟ ରହିଥାଏ । ତେଣୁ ଆପଣମାନେ ଏନେଇ ସତର୍କ ରହିବା ଆବଶ୍ୟକ ।

କେବଳ ଏସି ବ୍ୟବହାର କରିଲେ ହେବନାହିଁ, କେଉଁ କାରଣରୁ ଏସିରେ ସର୍ଟ ସର୍କିଟ୍ ହୋଇଥାଏ ତାହା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ ଯେ କୌଣସି ବୈଦ୍ୟୁତିକ ଉପକରଣରେ ଅନେକ ସମୟରେ ସର୍ଟ ସର୍କିଟ ହୋଇପାରେ, ଏହା ଆପଣମାନେ ମନେ ରଖିବା ଆବଶ୍ୟକ। ତେଣୁ ଏସି ଆମ ପାଇଁ ଯେତିକି ଆରାମଦାୟକ ସେତିକି ବିପଦଜନକ । ଏସିରେ ଅଗ୍ନିକାଣ୍ଡ ସୃଷ୍ଟି ହେଲେ ଏକ ବଡ଼ଧରଣର ଦୁର୍ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଥାଏ । ସେଥିପାଇଁ ୬ ମାସକୁ ଥରେ ଏସିର ରକ୍ଷଣାବେକ୍ଷଣ କରିବା ନିହାତି ଜରୁରୀ । ଏସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସଠିକ୍ ଗୁଣବତ୍ତା ଓ ନିର୍ଦ୍ଦିଷ୍ଟ ପାୱାର କେବୁଲ ବ୍ୟବହାର କରିବା ଦରକାର । ଜଣେ ଦକ୍ଷ ଟେକ୍ନିସିଆନଙ୍କ ଦ୍ୱାରା ଏସି କଣ୍ଡିସନରକୁ ନିୟମିତ ଭାବେ ସଫା ସୁତୁରା ରଖିବା ଦରକାର । ଏସି ୟୁନିଟ୍ ଫ୍ୟାନ୍‌ ଓ ଫିଲ୍ଟରକୁ ମଧ୍ୟ ୬ ମାସକୁ ଥରେ  ପରିଷ୍କାର କରିବା ଆବଶ୍ୟକ । ଆପଣ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଫିଲ୍ଟର ପରିବର୍ତ୍ତନ କରନ୍ତୁ ।

ଏସିର କମ୍ପ୍ରେସର ଠିକ୍‌ରେ କାମ କରୁଛି କି ନାହିଁ ତାହା ମଧ୍ୟ ଚେକ୍ କରନ୍ତୁ । ଅଧିକ ସମୟ ଧରି ଏସି ଚାଲିବା ପରେ ଯଦି ରୁମ୍ ଥଣ୍ଡା ହେଉନାହିଁ, ତେବେ ସେ କ୍ଷେତ୍ରରେ କମ୍ପ୍ରେସର କାମ କରୁନଥାଏ ବୋଲି ଜଣାପଡ଼ିଥାଏ । ଏସି ଚାଲିବା ସମୟରେ ଘରର କବାଟ ,ଝରକା, ସ୍କାଏ ଲାଇଟ୍ ଗୁଡ଼ିକୁ ଭଲ ଭାବରେ ବନ୍ଦ କରି ରଖନ୍ତୁ। ଏସି ଚଳାଇ କବାଟ ଝରକା ଖୋଲା ରଖିଲେ କମ୍ପ୍ରେଶର ଖରାପ ହେବାର ସମ୍ଭାବନା ଅଧିକ ଦେଖାଯାଇଥାଏ।ଏବଂ ବାରମ୍ବାର ଏସିର ସୁଇଚ କୁ ଅନ ଅଫ୍ କରନ୍ତୁନି।ଏହାଦ୍ୱାରା ମଧ୍ୟ ଏସି ସର୍ଟ ସର୍କିଟ ହେବାର ସମ୍ଭାବନା ରହିଥାଏ।ସାଧାରଣ ଭାବେ ଏସି ଚାଲିବା ପାଇଁ ଅଧିକ ଭୋଲଟେଜ୍ ଖର୍ଚ୍ଚ ହୋଇଥାଏ । ତେଣୁ ଏସି ସହ ସଂଯୋଗ ହୋଇଥିବା ଇଲେକ୍ଟ୍ରି କେବୁଲର ଗୁଣବତ୍ତା ମଧ୍ୟ ଯାଞ୍ଚ କରିବା ଦରକାର । ଏସି ପାଇଁ ସବୁବେଳେ ଏକ ଅଲଗା ସର୍କିଟ ବ୍ରେକର ରଖିବା ଆବଶ୍ୟକ । ଏହାଦ୍ୱାରା ସର୍ଟ ସର୍କିଟ ଆଶଙ୍କା କମ୍ ରହିଥାଏ । ଏଥିସହିତ ତାହା ଠିକରେ କାମ କରୁଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ପ୍ରତିବର୍ଷ ଖରାଦିନ ଆସିବା ପୂର୍ବରୁ ପ୍ରଫେସନାଲ ଲୋକଙ୍କ ଦ୍ୱାରା ଏସି ସର୍ଭିସ କରାନ୍ତୁ।

(Written By-Tapasa Gyanadarshini)