Advertisement
Article Detail0/zeeodisha/odisha871609

ବିନା UANରେ ଜାଣି ହେବ PF Balance

EPF ଆକାଉଣ୍ଟ୍ ବାଲାନ୍ସ ଜାଣିବା ପାଇଁ PF ଗ୍ରାହକମାନଙ୍କ ନିକଟରେ ଚାରୋଟି ଭିନ୍ନ ଉପାୟ ଅଛି। ONLINE, UMANG App, SMS ଏବଂ MISSED CALL ଦ୍ୱାରା PF ଆକାଉଣ୍ଟର ଜମା ରାଶି ବିଷୟରେ ଜାଣିହେବ।

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ବିନିଯୋଗ ପାଇଁ ଭବିଷ୍ୟନିଧି ବା PF ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ। ବିଶେଷକରି ମଧ୍ୟବିତ୍ତଙ୍କ ପାଇଁ ଏହା ନିଶ୍ଚିତ ରିଟର୍ଣ୍ଣ ଏବଂ ସାମାଜିକ ସୁରକ୍ଷା। ତେବେ EPF ଆକାଉଣ୍ଟ୍ ବାଲାନ୍ସ ଜାଣିବା ପାଇଁ PF ଗ୍ରାହକମାନଙ୍କ ନିକଟରେ ଚାରୋଟି ଭିନ୍ନ ଉପାୟ ଅଛି। ONLINE, UMANG App, SMS ଏବଂ MISSED CALL ଦ୍ୱାରା PF ଆକାଉଣ୍ଟର ଜମା ରାଶି ବିଷୟରେ ଜାଣିହେବ।

UAN ପୋର୍ଟାଲରେ ପଞ୍ଜିକୃତ ସଦସ୍ୟମାନେ ସେମାନଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବରରୁ SMS ‘EPFOHO UAN’ କୁ 7738299899 କୁ SMS ପଠାଇ କିମ୍ବା UANରେ ପଞ୍ଜିକୃତ ମୋବାଇଲ୍ ନମ୍ବରରୁ 011-22901406 ରେ ଏକ ମିସ୍ କଲ ଦେଇ ସେମାନଙ୍କର PF ବିବରଣୀ ପାଇପାରିବେ। କିନ୍ତୁ ଯଦି UAN ନମ୍ବର ମନେ ନାହିଁ କିମ୍ବା ପାଖରେ ନାହିଁ ତେବେ EPF ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରିବାପାଇଁ ଏହି ଉପାୟ ଆପଣାନ୍ତୁ।

Also Read: ଚାକିରି ଛାଡ଼ିଲେ କିମ୍ବା କମ୍ପାନୀ ବନ୍ଦ ହେଲେ କେମିତି ପାଇବେ ଆପଣଙ୍କ PF ଟଙ୍କା?

Add Zee News as a Preferred Source

 

UAN ବିନା EPF ଆକାଉଣ୍ଟ୍ ବାଲାନ୍ସ କିପରି ଯାଞ୍ଚ କରିବେ?

  • EPFO ଅଫିସିଆଲ୍ ୱେବସାଇଟ୍ https://www.epfindia.gov.in/ ଖୋଲନ୍ତୁ।
  • ବର୍ତ୍ତମାନ “click here to know your PF balance” ରେ କ୍ଲିକ୍ କରନ୍ତୁ।
  • EPFO ଲିଙ୍କ୍ ଆପଣଙ୍କୁ epfoservices.in.epfo ପେଜକୁ ନେଇଯିବ।
  • ବର୍ତ୍ତମାନ, ଆପଣଙ୍କର ରାଜ୍ୟ ଚୟନ କରନ୍ତୁ।
  • EPF କାର୍ଯ୍ୟାଳୟ ବିଷୟରେ ଉଲ୍ଲେଖ କରନ୍ତୁ।
  • ଆପଣଙ୍କର establishment code ଭରନ୍ତୁ।
  • PF ଆକାଉଣ୍ଟ ନମ୍ବର, ନାମ ଏବଂ ପଞ୍ଜିକୃତ ମୋବାଇଲ୍ ନମ୍ବର ଦିଅନ୍ତୁ।
  • acknowledgment boxରେ କ୍ଲିକ୍ କରି “I agree” ବକ୍ସକୁ ଦବାନ୍ତୁ। 
  • ବର୍ତ୍ତମାନ PF ବାଲାନ୍ସ ଦେଖାଯିବ।

 

 

 

 

About the Author