କୁକୁର କାମୁଡିବା ସଙ୍ଗେ ସଙ୍ଗେ ଏହିପରି କରନ୍ତୁ ପ୍ରାଥମିକ ଚିକିତ୍ସା
Advertisement
Article Detail0/zeeodisha/odisha876239

କୁକୁର କାମୁଡିବା ସଙ୍ଗେ ସଙ୍ଗେ ଏହିପରି କରନ୍ତୁ ପ୍ରାଥମିକ ଚିକିତ୍ସା

କୁକୁର  ହିଂସ୍ର ଦିଶୁଥିଲେ ଆଖପାଖରେ ଯିବା ଆସିବା କରିବେ ନାହିଁ ।

କୁକୁର କାମୁଡିବା ସଙ୍ଗେ ସଙ୍ଗେ ଏହିପରି କରନ୍ତୁ ପ୍ରାଥମିକ ଚିକିତ୍ସା

ନୂଆଦିଲ୍ଲୀ: ଭାରତରେ ବର୍ଷକୁ ପ୍ରାୟ ୧୦ ଲକ୍ଷ ବ୍ୟକ୍ତି କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି । ଏଥିରେ  ଛୋଟ ପିଲାଙ୍କ ସଂଖ୍ୟା ଅଧିକ ମାତ୍ରାରେ ଥାଏ । କୁକୁର କାମୁଡ଼ିଲେ ମଣିଷ ପାଗଳ ମଧ୍ୟ ହୋଇଯାଇପାରେ । ଅନେକ କ୍ଷେତ୍ରରେ ଡାକ୍ତରୀ ଚିକିତ୍ସା ଅବହେଳା ଫଳରୁ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥାଏ । କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ଥାଏ । ତେବେ କୁକୁର କାମୁଡିବା ମାତ୍ରେ ପ୍ରାଥମିକ ଚିକିତ୍ସା କଲେ ସାଙ୍ଗେ ସାଙ୍ଗେ ମୁତ୍ୟୁରୁ ଏଡାଇ ପାରିହବ । ତେବେ ଆସନ୍ତୁ ଜାଣିବା କୁକୁର କାମୁଡ଼ିଲେ କ'ଣ କରିବେ ।

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ଏହି ସବୁ ରାଜ୍ୟ

ଚିକିତ୍ସା

- କୁକୁର  ହିଂସ୍ର ଦିଶୁଥିଲେ ଆଖପାଖରେ ଯିବା ଆସିବା କରିବେ ନାହିଁ ।

- ବାହାରକୁ ଯିବା ସମୟରେ  କୁକୁରମାନେ ବୁଲୁଥିଲେ ସାଙ୍ଗରେ ବାଡ଼ି ନେଇକରି ଯାଆନ୍ତୁ ।

-  କୁକୁର କାମୁଡ଼ିଲେ ପ୍ରଥମେ ସେହି ସ୍ଥାନକୁ ସାବୁନ ଓ ପାଣିରେ ଧୁଅନ୍ତୁ ।

-  କ୍ଷତ ଉପରେ ପାଣି ଢାଳି ଧୋଇଦିଅନ୍ତୁ ।

- କୌଣସି ଆଣ୍ଟିସେପ୍ଟିକ ଲୋସନ ଲଗାଇ ଡାକ୍ତର ପାଖକୁ ଯାଆନ୍ତୁ ।