Advertisement
Article Detail0/zeeodisha/odisha767216
Zee OdishaOdisha LifeStyle and Othersଦୀନେଶ କାର୍ତ୍ତିକଙ୍କ ବଡ଼ ନିଷ୍ପତ୍ତି, ମୋର୍ଗାନଙ୍କ ପାଇଁ ଛାଡ଼ିଲେ କେକେଆର ଅଧିନାୟକତ୍ୱ

ଦୀନେଶ କାର୍ତ୍ତିକଙ୍କ ବଡ଼ ନିଷ୍ପତ୍ତି, ମୋର୍ଗାନଙ୍କ ପାଇଁ ଛାଡ଼ିଲେ କେକେଆର ଅଧିନାୟକତ୍ୱ

IPL 2020: କୋଲକାତା ନାଇଟ୍ ରାଇଡର୍ସ (KKR) ର ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଦୀନେଶ କାର୍ତ୍ତିକ (Dinesh Karthik) । ସେ ତାଙ୍କ ନିଷ୍ପତ୍ତି ବିଷୟରେ ଟିମ ପ୍ରବନ୍ଧନକୁ କହିଛନ୍ତି । କାର୍ତ୍ତିକ ଇଂଲଣ୍ଡର ସୀମିତ ଓଭରର ଅଧିନାୟକ ଇଏନ୍ ମୋର୍ଗାନ (Eoin Morgan) ଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଦୀନେଶ କାର୍ତ୍ତିକଙ୍କ ବଡ଼ ନିଷ୍ପତ୍ତି, ମୋର୍ଗାନଙ୍କ ପାଇଁ ଛାଡ଼ିଲେ କେକେଆର ଅଧିନାୟକତ୍ୱ

ନୂଆଦିଲ୍ଲୀ: IPL 2020: କୋଲକାତା ନାଇଟ୍ ରାଇଡର୍ସ (KKR) ର ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଦୀନେଶ କାର୍ତ୍ତିକ (Dinesh Karthik) । ସେ ତାଙ୍କ ନିଷ୍ପତ୍ତି ବିଷୟରେ ଟିମ ପ୍ରବନ୍ଧନକୁ କହିଛନ୍ତି । କାର୍ତ୍ତିକ ଇଂଲଣ୍ଡର ସୀମିତ ଓଭରର ଅଧିନାୟକ ଇଏନ୍ ମୋର୍ଗାନ (Eoin Morgan) ଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ବ୍ୟାଟିଂ ଉପରେ ଧ୍ୟାନ ଦେବା ଏବଂ ଦଳର ଉଦ୍ଦେଶ୍ୟରେ ଅଧିକ ଯୋଗଦାନ ଦେବା ପାଇଁ ସେ ଦଳର ଅଧିନାୟକ ଇଏନ୍ ମୋର୍ଗାନ (Eoin Morgan) ଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି ବୋଲି ଦୀନେଶ କାର୍ତ୍ତିକ (Dinesh Karthik) କେକେଆର ପ୍ରବନ୍ଧନକୁ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ ସାମ୍ୱାଦିକ ରବିଶ କୁମାରଙ୍କ ଭାଇ

Add Zee News as a Preferred Source

କେକେଆର ସିଇଓ ଭେଙ୍କି ମୈସୁର କହିଛନ୍ତି ଯେ, ଡି.କେ ଦଳକୁ ସର୍ବଦା ପ୍ରଥମ କରି ରଖିଛନ୍ତି । ତାଙ୍କ ପରି ନିଷ୍ପତ୍ତି ନେବାକୁ ବହୁତ ସାହସ ଦରକାର । ତାଙ୍କର ଏହି ନିଷ୍ପତ୍ତିରୁ ଆମେ ଆଶ୍ଚର୍ଯ୍ୟ ହୋଇଯାଇଛି । ଆମେ ତାଙ୍କ ଇଚ୍ଛାକୁ ସମ୍ମାନ କରୁ । ଆମେ ଭାଗ୍ୟବାନ ଯେ ୨୦୧୯ ବିଶ୍ୱକପ ବିଜେତା ଅଧିନାୟକ ଇଏନ୍ ମୋର୍ଗାନ୍ ବର୍ତ୍ତମାନ ଦଳର ନେତୃତ୍ୱ ନେବେ । ଗତ ଅଢ଼େଇ ବର୍ଷ ମଧ୍ୟରେ ଅଧିନାୟକ ଭାବରେ ଅବଦାନ ପାଇଁ କୋଲକାତା ନାଇଟ୍ ରାଇଡର୍ସ ମ୍ୟାନେଜମେଣ୍ଟ ଦୀନେଶ କାର୍ତ୍ତିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବଂ ଇଏନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

About the Author