Diwali Offer:୧୫ ଦିନ ପାଇଁ ହାଇ-ସ୍ପିଡ ଇଣ୍ଟରନେଟ ଫ୍ରି, ରିଚାର୍ଜରେ ମିଳିବ ୭୫GB ଅତିରିକ୍ତ ଡାଟା
Advertisement

Diwali Offer:୧୫ ଦିନ ପାଇଁ ହାଇ-ସ୍ପିଡ ଇଣ୍ଟରନେଟ ଫ୍ରି, ରିଚାର୍ଜରେ ମିଳିବ ୭୫GB ଅତିରିକ୍ତ ଡାଟା

Diwali Offer: ନୂଆ ଜିଓ ଫାଇବର ଗ୍ରାହକମାନଙ୍କ ପାଇଁ କମ୍ପାନି ଘୋଷଣା କରିଛି ଜିଓ ଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାନଜା (JioFiber Double Festival Bonanza) ଅଫର । ଏଥିରେ ସଂଯୋଗକାରୀଙ୍କୁ ଅତିରିକ୍ତ ୧୫ ଦିନ ପାଇଁ ଇଣ୍ଟରନେଟ୍ ମାଗଣାରେ ମିଳିବ । ସେପଟେ ଦୀପାବଳିରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଏୟାରଟେଲ ମାତ୍ର ୯୯ ଟଙ୍କା ରିଚାର୍ଜରେ ବର୍ଷେ ପାଇଁ ବୈଧତା ପ୍ରଦାନ କରୁଛି । ସେହିପରି ଭୋଡାଫୋନ୍-ଆଇଡିଆ ଦିୱାଲୀରେ ଉପଭୋକ୍ତାମାନଙ୍କୁ ୭୫ ଜିବି ଅତିରିକ୍ତ ଡାଟା ମାଗଣାରେ ପ୍ରଦାନ କରୁଛି। ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ ।

Diwali Offer:୧୫ ଦିନ ପାଇଁ ହାଇ-ସ୍ପିଡ ଇଣ୍ଟରନେଟ ଫ୍ରି, ରିଚାର୍ଜରେ ମିଳିବ ୭୫GB ଅତିରିକ୍ତ ଡାଟା

Diwali Offer: ଟେଲିକମ୍ ଏବଂ ବ୍ରଡବ୍ୟାଣ୍ଡ କମ୍ପାନି ରିଲାଏନ୍ସ ଜିଓ ଫେଷ୍ଟିଭ ସିଜିନରେ ଜିଓ ଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାନଜା (JioFiber Double Festival Bonanza) ଅଫର୍ ପ୍ରଦାନ କରୁଛି । ସୀମିତ ସମୟ ପାଇଁ ଏହି ଅଫର ଲାଗୁ ହୋଇଥିବାବେଳେ ଏଥିରେ JioFiber ଗ୍ରାହକମାନଙ୍କୁ ସିଲେକ୍ଟଡ ପ୍ଲାନରେ ରିଚାର୍ଜ କରିବା ପରେ ୧୫ ଦିନ ପାଇଁ ମାଗଣା ହାଇ ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ମିଳିବ । ଏହାସହିତ ଭାଉଚର୍ ସହିତ ୧୦୦% ମୂଲ୍ୟ ମଧ୍ୟ ଫେରସ୍ତ ମିଳିବ । 

Jio Diwali Offer 2022

କମ୍ପାନି ଘୋଷଣା ଅନୁସାରେ ନୂତନ ଅଫରର ଲାଭ କେବଳ ସେହି ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଅକ୍ଟୋବର ୧୮ରୁ ଅକ୍ଟୋବର ୨୮ମଧ୍ୟରେ JioFiberର ନୂତନ ସଂଯୋଗ ନେବେ । ଗ୍ରାହକମାନଙ୍କୁ ୫୯୯ ଟଙ୍କା କିମ୍ବା ୮୯୯ ଟଙ୍କା ମୂଲ୍ୟର ଯୋଜନା ସହିତ ଛଅ ମାସର ରିଚାର୍ଜ କରିବାକୁ ପଡ଼ିବ । ଏହାପରେ, ୧୫ ଦିନ ପାଇଁ ମାଗଣା ଇଣ୍ଟରନେଟ୍ ସେବା ବ୍ୟତୀତ ଅନ୍ୟାନ୍ୟ ସୁବିଧା ମିଳିପାରିବ । 

ମାଗଣା ଇଣ୍ଟରନେଟ୍ ସହିତ ୧୦୦ ପ୍ରତିଶତ ମୂଲ୍ୟ ଫେରସ୍ତ 

ଡବଲ୍ ଫେଷ୍ଟିଭାଲ୍ ବୋନାନଜା ଅଫରରେ ଏକ ନୂତନ JioFiber ସଂଯୋଗ ନେଉଥିବା ଗ୍ରାହକଙ୍କୁ ୬ ମାସ ପାଇଁ ୫୯୯ ଟଙ୍କା କିମ୍ବା ୮୯୯ ଟଙ୍କା ପ୍ଲାନ ସହିତ ରିଚାର୍ଜ କରିବାକୁ ପଡ଼ିବ । ରିଚାର୍ଜ କରିବା ପରେ ଦୁଇଟି ଅତିରିକ୍ତ ସୁବିଧା ମିଳିବ । ପ୍ରଥମତଃ ସେମାନେ ୧୫ ଦିନ ପାଇଁ ଅତିରିକ୍ତ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ପାଇବେ ଏବଂ ଦ୍ୱିତୀୟରେ ସେମାନଙ୍କୁ ୧୦୦ ପ୍ରତିଶତ ମୂଲ୍ୟ ମଧ୍ୟ ଦିଆଯିବ । 

ଭାଉଚର ଆକାରରେ ମୂଲ୍ୟ ଫେରସ୍ତ ହେବ

ଯଦି ଆପଣ ୫୯୯ ଟଙ୍କା ପ୍ଲାନ ନିଅନ୍ତି, ତେବେ GST ସମେତ ମୋଟ ୪୨୪୧ ଟଙ୍କା ଦେବାକୁ ପଡ଼ିବ । ଏହାର ପ୍ରତିବଦଳରେ ଆପଣଙ୍କୁ ୪୫୦୦ ଟଙ୍କା ମୂଲ୍ୟର ଭାଉଚର ମିଳିବ । ୧୦୦୦ ଟଙ୍କା AJIO, ୧୦୦୦ ଟଙ୍କା ରିଲାଏନ୍ସ ଡିଜିଟାଲ୍ ଭାଉଚର୍ ବ୍ୟତୀତ ୧୦୦୦ ଟଙ୍କା ନେଟମେଡସ୍ (NetMeds) ଭାଉଚର୍ ଏବଂ ୧,୫୦୦ ଟଙ୍କା IXIGO ଭାଉଚର୍ ପ୍ରଦାନ କରାଯିବ । 

ଅନ୍ୟ ୮୯୯ ଟଙ୍କା ପ୍ଲାନରେ ମୋଟ ୬,୩୬୫ ଟଙ୍କା GSTସହିତ ୬ ମାସ ପାଇଁ ଦେବାକୁ ପଡ଼ିବ । ପ୍ରତିବଦଳରେ ୬,୫୦୦ ଟଙ୍କା ମୂଲ୍ୟର ଭାଉଚର ପ୍ରାପ୍ତ ହେବ । ଏଥିରେ ୨,୦୦୦ ଟଙ୍କା ମୂଲ୍ୟର AJIO ଭାଉଚର,  ୧୦୦୦ ଟଙ୍କା ମୂଲ୍ୟର ରିଲାଏନ୍ସ ଡିଜିଟାଲ ଭାଉଚର, ୫୦୦ ଟଙ୍କା ମୂଲ୍ୟର ନେଟମେଡ ଭାଉଚର ଏବଂ ୩୦୦୦ ଟଙ୍କା ମୂଲ୍ୟର IXIGO ଭାଉଚର ଅନ୍ତର୍ଭୁକ୍ତ ହେବ। ଏହି ଦୁଇଟି ଯୋଜନାରେ ୬ ମାସ ପରେ ୧୫ ଦିନ ପାଇଁ ଅତିରିକ୍ତ ହାଇ-ସ୍ପିଡ୍ ଇଣ୍ଟରନେଟ୍ ମିଳିବ । 

Airtel Diwali Offer 2022

ଦିୱାଲୀ ଅବସରରେ ଏୟାରଟେଲ ଗ୍ରାହକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି । କାରଣ ଦୀପାବଳିର ଶୁଭ ଅବସରରେ ଏୟାରଟେଲ ମାତ୍ର ୯୯ ଟଙ୍କା ରିଚାର୍ଜରେ ଏହାର ସମସ୍ତ ଗ୍ରାହକଙ୍କୁ ୧ ବର୍ଷର ପୂର୍ଣ୍ଣ ବୈଧତା (valid) ଦେବାକୁ ଯାଉଛି । 

ଏହି ଯୋଜନାରେ ଗ୍ରାହକଙ୍କୁ ଏକ ବର୍ଷର ବୈଧତା ମିଳିବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳବ । ଦୈନିକ ଦେଢ଼ ଜିବି ଡାଟା ସହିତ ଅସୀମିତ କଲ୍ ସୁବିଧା ମଧ୍ୟ ଦିଆଯାଉଛି ।  ଯଦି ଆପଣ ମଧ୍ୟ ଏହି ଯୋଜନା ଅଧୀନରେ ଯିବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ ଆପଣ ଏହି ରିଚାର୍ଜ ପ୍ଲାନ ଆକ୍ଟିଭ କରିବା ଆବଶ୍ୟକ । 

Vodafone-Idea Diwali Offer 2022

ଦିୱାଲୀ ଅବସରରେ ଟେଲିକମ୍ କମ୍ପାନି ଭୋଡାଫୋନ୍-ଆଇଡିଆ ଉପଭୋକ୍ତାମାନଙ୍କ ପାଇଁ ନୂଆ ଅଫର ଆଣିଛି। ଏହି ଅଫର ଅଧୀନରେ, ଉପଭୋକ୍ତାମାନେ ଅକ୍ଟୋବର ୧୮ରୁ ୩୧ ମଧ୍ୟରେ ମୋବାଇଲ୍ ରିଚାର୍ଜରେ ୭୫ ଜିବି ଅତିରିକ୍ତ ଡାଟା ମାଗଣା ପାଇବେ। ଏହି ବିଶେଷ ଅଫର ୧୪୪୯ ଏବଂ ୩୦୯୯ ଟଙ୍କା ପ୍ଲାନ ପାଇଁ ବୈଧ ଅଟେ  ।  ଏହି ପ୍ଲାନରେ ଆପଣ ଏକ ବର୍ଷ ପର୍ଯ୍ୟନ୍ତ ଭ୍ୟାଲିଡିଟି ସହିତ ଅସୀମିତ କଲିଂ ସୁବିଧା ପାଇପାରିବେ । ଏହି ପ୍ଲାନ ସହିତ ଡିଜନି + ହଟଷ୍ଟାର ମୋବାଇଲର ଫ୍ରି ସବସ୍କ୍ରିପସନ୍ ଏକ ବର୍ଷ ପାଇଁ ମିଳିବ । 

 

ଏହାବି ପଢ଼ନ୍ତୁ: 7th Pay Commission: ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଡବଲ୍ ଉପହାର! ମହଙ୍ଗା ଭତ୍ତା ପରେ ଏବେ ଟ୍ରାଭେଲ ଭତ୍ତାରେ ବି ବୃଦ୍ଧି, ଖାତାକୁ ଆସିବ ଏତେ ଟଙ୍କା

 

୧୪୪୯ ଟଙ୍କା ପ୍ଲାନରେ ୧୮୦ ଦିନର ବୈଧତା ରହିବ । ଭୋଡାଫୋନ୍-ଆଇଡିଆର ଏହି ଯୋଜନା ସହିତ ଅସୀମିତ କଲିଂ ଓ ପ୍ରତିଦିନ ୧୦୦ ମାଗଣା SMS କରିପାରିବେ । ଦୈନିକ ୧.୫ ଜିବି ଡାଟା ପାଇପାରିବେ । ଏହି ଯୋଜନାରେ କମ୍ପାନି ଦିୱାଲୀ ଅଫର ଅଧୀନରେ ମାଗଣାରେ ୫୦ ଜିବି ଡାଟା ମଧ୍ୟ ଦେଉଛି ।

ସେହିପରି ଭୋଡାଫୋନ୍-ଆଇଡିଆ ୩୦୯୯ ଟଙ୍କା ପ୍ଲାନରେ ବୈଧତା ୩୬୫ ଦିନ ରହିଛି । ଏଥିରେ କମ୍ପାନି ଇଣ୍ଟରନେଟ୍ ବ୍ୟବହାର ପାଇଁ ଦୈନିକ ୨GB ଡାଟା ପ୍ରଦାନ କରୁଛି । ଦିୱାଲୀ ଅଫର ଅଧୀନରେ, ଆପଣ ଏହି ଯୋଜନାରେ ଏକ ବର୍ଷ ପାଇଁ ୭୫ ଜିବି ଅତିରିକ୍ତ ଡାଟା ଏବଂ ଡିଜନି + ହଟଷ୍ଟାର ମୋବାଇଲର ମାଗଣା ସବସ୍କ୍ରିପସନ୍ ମଧ୍ୟ ପାଇବେ । ପ୍ରତିଦିନ ୧୦୦ ମାଗଣା SMS ପ୍ରଦାନ କରୁଥିବା ଏହି ଯୋଜନାରେ, ଆପଣ ଦେଶର ସମସ୍ତ ନେଟୱାର୍କକୁ ଅସୀମିତ କଲିଂ ସୁବିଧା ମଧ୍ୟ ପାଇପାରିବେ । 

କମ୍ପାନି ଉଭୟ ଯୋଜନାରେ ଅନେକ ଅତିରିକ୍ତ ସୁବିଧା ମଧ୍ୟ ପ୍ରଦାନ କରୁଛି । ଏଥିରେ ଅଲ୍ ନାଇଟ୍ ଇଣ୍ଟରନେଟ ଫ୍ରି ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହା ଅଧୀନରେ, ଉପଭୋକ୍ତାମାନେ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମାଗଣାରେ ଅସୀମିତ ଡାଟା ବ୍ୟବହାର କରିବାକୁ ସକ୍ଷମ ହେବେ । ଏହି ଯୋଜନାଗୁଡିକ ୱିକଏଣ୍ଡ୍ ଡାଟା ରୋଲଓଭର ଏବଂ ଡାଟା ଡିଲାଇଟ୍ ଅଧୀନରେ ମାସକୁ ୨ ଜିବି ପର୍ଯ୍ୟନ୍ତ ବ୍ୟାକଅପ୍ ଡାଟା ପ୍ରଦାନ କରିବ । ଏହି ପ୍ଲାନରେ ଗ୍ରାହକମାନେ Vi Movies ଓ TV VIP ଆପ୍ ମଧ୍ୟ ମାଗଣା ବ୍ୟବହାର କରିପାରିବେ ।