Advertisement
Article Detail0/zeeodisha/odisha773222
Zee OdishaOdisha LifeStyle and OthersIPL 2020: ଆଜି ୪ର୍ଥ ସ୍ଥାନ ପାଇଁ କୋଲକାତା-ପଞ୍ଜାବ ପଞ୍ଝା ଲଢେଇ

IPL 2020: ଆଜି ୪ର୍ଥ ସ୍ଥାନ ପାଇଁ କୋଲକାତା-ପଞ୍ଜାବ ପଞ୍ଝା ଲଢେଇ

ଆଜି ଶାରଜାହ ଷ୍ଟାଡିୟମରେ ଖେଳାଯିବ ଚଳିତ ଆଇପିଏଲର ୪୬ତମ ମ୍ୟାଚ। ସନ୍ଧ୍ୟା ସାଢେ ୭ଟାରେ ମୁହାଁମୁହିଁ ହେବେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆଇପିଏଲ ୪୬ତମ ମ୍ୟଚରେ ଆଜି ଲଢିବେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ(କେକେଆର)। ଦୁବାଇର ଶାରଜାହ ଷ୍ଟାଡିୟମରେ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନ ପାଇଁ ହେବ ମହାମୁକାବିଲା। କୋଲକାତା ପୂର୍ବରୁ ୪ର୍ଥ ସ୍ଥାନରେ ଥିବା ବେଳେ ପଞ୍ଜାବ ଏହାକୁ ଦଖଲ କରିବାକୁ ସମସ୍ତ ରଣନୀତି ପ୍ରସ୍ତୁତ କରିଛି।

ଲଗାତାର ୪ଟି ବିଜୟ ସହ ପଞ୍ଜାବ ଆଇପିଏଲରେ ଏବେ ଫର୍ମରେ ଅଛି। ସେପଟେ ଦିଲ୍ଲୀ ବିପକ୍ଷରେ ବିଶାଳ ବିଜୟ କୋଲକାତାର ଆତ୍ମ ବିଶ୍ୱାସକୁ ଆହୁରି ସୁଦୃଢ କରିଛି। ବର୍ତ୍ତମାନ ସ୍ଥିତିରେ ଉଭୟ ଟିମ କେହି କାହାରିଠୁ କମ ନୁହନ୍ତି। ଚଳିତ ସିଜିନରେ ପଞ୍ଜାବ ଦୁବାଇରେ ୪ଟି ମ୍ୟାଚ ଖେଳିଛି। ସେଥିରୁ ୩ଟିରେ ବିଜୟ ହୋଇଥିବା ବେଳେ ଗୋଟିଏରେ ପରାଜିତ ହୋଇଛି। ସେପେଟେ ଦୁବାଇରେ କୋଲକାତା ୨ଟି ମ୍ୟାଚ ହାତଛଡା କରିଛି।

ଶାରଜାହରେ ଶେଷ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆନୁଷ୍ଠିତ ହୋଇଥିଲା। ଯେଉଁଥିରେ ଚେନ୍ନାଇକୁ ବ୍ୟାଟିଂ ଲାଇନରେ ବହୁତ ସଙ୍ଘର୍ଷ କରିବାକୁ ପଡିଥିଲା। ଗ୍ରାଉଣ୍ଡ ବୋଲିଂ ପାଇଁ ସୁହାଉଥିବା ବେଳେ ପ୍ରଥମ ଇନିଂସରେ ୧୬୦-୧୭୦ ରନ କଲେ ବି ବିଜୟ ଆଶା ରହିଛି। ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ପଞ୍ଜାବ ଓ କୋଲକାତା ୨୬ଟି ମ୍ୟାଚ ଖେଳିଛନ୍ତ। ସେଥିରୁ କୋଲକାତା ୧୮ଟି କବଜା କରିଥିବା ବେଳେ ପଞ୍ଜାବ ପଞ୍ଝାରେ ପଡିଛି ମାତ୍ର ୮ଟି ମ୍ୟାଚ୍।

Add Zee News as a Preferred Source

ସେହିପରି ଅନ୍ୟ ଦୃଷ୍ଟିରେ ଦେଖିଲେ ବି ପଞ୍ଜାବ ଅପକ୍ଷା କୋଲକାତାର ପଲ୍ଲା ଭାରି ରହିଛି। ଆହତ କାରଣରୁ ଆଜିର ମ୍ୟାଚରୁ ପଞ୍ଜାବ ଅଲରାଉଣ୍ଡର ବାଦ ପଡିପାରନ୍ତି। ତାଙ୍କ ସ୍ଥାନରେ ମନଦୀପ ସିଂହଙ୍କୁ ଆଣିବାକୁ ଦଳ ପ୍ଲାନିଂ କରୁଛି। ତେବେ ମ୍ୟାକ୍ସୱେଲଙ୍କ ଫର୍ମ ଉପରେ ଟିମ ବିଶେଷ ଧ୍ୟାନ ଦେବ। ସେପଟେ ଆଣ୍ଡରେ ରସେଲଙ୍କୁ ନେଇ କୋଲକାତା ଦ୍ୱନ୍ଦରେ ପଡିଛି। ଅସୁସ୍ଥତା ଯୋଗୁଁ ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ ନଜର ଆସିନ ଥିଲେ। ତେବେ ଏବେ ତାଙ୍କର ସ୍ଥିତି ନେଇ ଟିମ ସ୍ପଷ୍ଟ କରିନାହିଁ।

କୋଲକାତା ନାଇଟ ରାଇଡର୍ସ ବନାମ କିଙ୍ଗସ ଏକାଦଶ ପଞ୍ଜାବ (KKR vs KXIP)
ସମୟ: ସନ୍ଧ୍ୟା ସାଢେ ୭ଟା
ସ୍ଥାନ: ଶାରଜାହ ଷ୍ଟାଡ଼ିୟମ, ଦୁବାଇ

କିଙ୍ଗସ ଏକାଦଶ ପଞ୍ଜାବ (ସମ୍ଭାବ୍ୟ ଦଳ) (KXIP)
କେଏଲ ରାହୁଲ(ଅଧିନାୟକ)
ମୟଙ୍କ ଅଗ୍ରଓ୍ୱାଲ/ମନଦୀପ ସିଂହ
କ୍ରିସ ଗେଲ
ନିକୋଲାସ ପୁରଣ
ଗ୍ଲେନ ମ୍ୟାକ୍ସଓ୍ୱେଲ/ଜେମ୍ସ ନୀଷାମ
ଦୀପକ ହୁଡା
କ୍ରିସ ଜୋର୍ଡାନ
ଏମ ଅଶ୍ୱିନ
ରବି ବିଷ୍ଣୋଇ
ମହମ୍ମଦ ସାମୀ
ଅର୍ଶଦୀପ ସିଂହ

କୋଲକାତା ନାଇଟ ରାଇଡର୍ସ(ସମ୍ଭାବ୍ୟ ଦଳ)(KKR)
ଇଅନ ମୋର୍ଗାନ(ଅଧିନାୟକ)
ଶୁବମନ ଗିଲ
ନୀତିଶ ରାଣା
ରାହୁଲ ତ୍ରିପାଠୀ
ଦିନେଶ କାର୍ତ୍ତିକ
ସୁନୀଲ ନାରାୟଣ
ପାଟ କୁମିନ୍ସ
ଶିବମ ମାବି/କମଲେଶ ନାଗରକୋଟି
ଲକି ଫର୍ଗୁସନ
ପ୍ରସିଦ୍ଧ କ୍ରିଷ୍ଣା
ବରୁଣ ଚକ୍ରବର୍ତ୍ତୀ

 

 

 

 

 

About the Author