ରୋଷେଇ ଘରକୁ ଏଭଳି ରଖନ୍ତୁ, ବାସ୍ତୁ ଅନୁଯାୟୀ ପାଇବେ ଶୁଭଫଳ
Advertisement
Article Detail0/zeeodisha/odisha617018

ରୋଷେଇ ଘରକୁ ଏଭଳି ରଖନ୍ତୁ, ବାସ୍ତୁ ଅନୁଯାୟୀ ପାଇବେ ଶୁଭଫଳ

ରୋଷଇ ଘର ପରିଷ୍କାର ରହିଲେ ବାସ୍ତୁ ଅନୁଯାୟୀ ଅନେକ ଶୁଭଫଳ ମିଳିଥାଏ

ସୌଜନ୍ୟ: ସୋସିଆଲ ମିଡିଆ

ମୋନିକା ମହାନ୍ତି, ଭୁବନେଶ୍ୱର: ରୋଷଇ ଘରର ସବୁବେଳେ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା । ତେଣୁକରି ରୋଷଇ ଘରକୁ ଆପଣ ପରିଷ୍କାର ରଖିବା ଉଚିତ । କାରଣ ରୋଷଇ ଘର ପରିଷ୍କାର ରହିଲେ ବାସ୍ତୁ ଅନୁଯାୟୀ ଅନେକ ଶୁଭଫଳ ମିଳିଥାଏ । ନ ହେଲେ ଅପରିଷ୍କାର ଖାଦ୍ୟଖାଇ ଆପଣ ରୋଗବ୍ୟାଧିର ସମ୍ମୁଖୀନ ତ ହୋଇ ପଡିବେ ଏହା ବାଦ ବାସ୍ତୁ ଦୋଷ କାରଣରୁ ଆପଣ ଅନେକ ହିନସ୍ତା ମଧ୍ୟ ହୋଇପାରନ୍ତି । ଆମେ ଆଜି ଏଭଳି କିଛି ବାସ୍ତୁ ସମସ୍ୟା ସମ୍ପର୍କରେ ଅବଗତ କରାଇବୁ ଯାହା ଆପଣଙ୍କ ସମସ୍ୟା ଦୂର କରିଦେବ ।

fallback

ସାଧାରଣତଃ ଦେଖାଯାଏ ରୋଷଇ ଘରକୁ ଆମେ ଗାଧୋଇ ପ୍ରବେଶ କରୁ । ମାତ୍ର ଅନେକ କ୍ଷେତ୍ରରେ ଆମେ ବେଳେବେଳେ ତରବର ହୋଇ କିମ୍ବା ଅଫିସ ଚକ୍କରରେ ରୋଷଇ ଘରକୁ ଅଗାଧୁଆ ପ୍ରବେଶ କରିଥାଉ ନ ହେଲେ ଏଭଳି ବି ଦେଖାଯାଏ ଅନେକ ଲୋକ   ଉଠିବା ମାତ୍ରେ ଚା’ ପିଇବାକୁ ପସନ୍ଦ କରନ୍ତି ଓ ସ୍ନାନ ନ କରି, ଏପରିକି ବ୍ରଶ୍‌ ମଧ୍ୟ ନ କରି କିଚେନ୍‌କୁ ଯାଇ ଚା’ ତିଆରି କରିଥାଆନ୍ତି । ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ଗ୍ରାସ କରିଥାଏ । ପତି ପତ୍ନୀଙ୍କ ମଧ୍ୟରେ ମଦଭେଦ ସୃଷ୍ଟି ହୋଇଥାଏ । ପିଲାଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିଥାଏ । ତେଣୁ ସବୁବେଳେ ସ୍ନାନ କରିବା ପରେ ରୋଷେଇ ଘରେ ପ୍ରବେଶ କରିବା ଉଚିତ । ଯାହାଫଳରେ ଆପଣଙ୍କ ଘର ଲୋକଙ୍କ ସ୍ୱାସ୍ଥ୍ୟ ଓ ଖୁସି ସବୁବେଳେ କାଏମ ରହିବ ।

fallback

ସବୁବେଳେ ଚେଷ୍ଟା କରନ୍ତୁ ଘରର ପଶ୍ଚିମ ଦିଗରେ ରୋଷେଇ କରିବା ପାଇଁ । କାରଣ ଏହି ଦିଗକୁ ମୁହଁକରି ରୋଷେଇ କଲେ ତାହା ପରିବାରକୁ ଶକ୍ତି ଯୋଗାଇଥାଏ । କାରଣ ରୋଷେଇ କରିବା ସମୟରେ ଆପଣ ପୂର୍ବ ଦିଗରେ ଠିଆ ହୋଇ କିମ୍ବା ବସି ରୋଷଇ କରି ପାରିବେ ।

ଅସୁସ୍ଥ ବ୍ୟକ୍ତି କିମ୍ବା ପରିବାରର ସମସ୍ତ ସଦସ୍ୟ ପୂର୍ବାଭିମୁଖ କରି ଭୋଜନ ପ୍ରସ୍ତୁତ କରିବା ବ୍ୟବସ୍ଥା କରାଯିବା ଉଚିତ । ଏହାଦ୍ୱାରା ତାଙ୍କର ଶକ୍ତି ବୃଦ୍ଧି ହେବ ଓ ଘରେ ସୁଖ ଶାନ୍ତି ଅକ୍ଷୂର୍ଣ୍ଣ ରହିବ । ମାତ୍ର ରୋଷଇ ଘରେ ଆପଣ ଦକ୍ଷିଣ ଦିଗରେ ଖାଦ୍ୟ ପ୍ରସ୍ତୁତ କଲେ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ତାହା ହାନିକାରକ ହୋଇଥାଏ ।

ଦକ୍ଷିଣ ଦିଗରେ ଖାଦ୍ୟ ତିଆରି କରିବାର ଭୁଲ୍‌ କେବେ ବି କରନ୍ତୁ ନାହିଁ । ରୋଗ ସହିତ ଏହି ଦିଗରେ ଖାଦ୍ୟ ରାନ୍ଧିବା ଦ୍ୱାରା କଳି ଝଗଡ଼ାର ମଧ୍ୟ ହୋଇଥାଏ । ଯାହାଫଳରେ ଘରର ସୁଖ ଶାନ୍ତି ସମ୍ପୂର୍ଣ୍ଣ ଭାବେ ଭଙ୍ଗ ହୋଇଯାଏ ।

ରୋଷଇ ଘରର ଝରକା ସର୍ବଦା ପୂର୍ବ ଦିଗରେ ରହିବା ଆବଶ୍ୟକ । ଏହାଦ୍ୱାରା ଘରୁ କୌଣସି ବି ପ୍ରକାରର ନେଗେଟିଭ୍‌ ଶକ୍ତି ବାହାରକୁ ବାହାର କରିବାରେ ସହଜ ହୋଇଥାଏ ଆଉ ଏହାଠାରୁ ଭଲ ଉପାୟ ଆଉ କିଛି ନଥାଇ ପାରେ ।
କିଚେନର ଝରକା ସବୁବେଳେ ବଡ଼ ହେବା ଉଚିତ, ଯାହାଫଳରେ କିଚେନ୍‌କୁ ବାହାରର ତାଜା ପବନ ଆସିପାରିବ । 

ବାଥ୍‌ରୁମ୍‌ ସାମ୍ନାରେ ରୋଷେଇ ଘର
ବାସ୍ତୁ ଅନୁସାରେ ଘରର ବାଥ୍‌ରୁମ୍‌ ସାମ୍ନାରେ ରୋଷେଇ ଘର ତିଆରି କରିବା ଉଚିତ ନୁହେଁ । ଯଦି କିଚେନ୍‌ ଆଖପାଖରେ ବାଥ୍‌ରୁମ୍‌ ରହିଛି, ତେବେ ଏହାର କବାଟ ସବୁବେଳେ ବନ୍ଦ ରଖନ୍ତୁ ।