Blood Group: ବ୍ଳଡ୍ ଗ୍ରୁପ ଅନୁସାରେ ଖାଆନ୍ତୁ ଏହି ସବୁ ଖାଦ୍ୟ, ମିଳିବ ଅନେକ ଫାଇଦା
Advertisement
Article Detail0/zeeodisha/odisha1444575

Blood Group: ବ୍ଳଡ୍ ଗ୍ରୁପ ଅନୁସାରେ ଖାଆନ୍ତୁ ଏହି ସବୁ ଖାଦ୍ୟ, ମିଳିବ ଅନେକ ଫାଇଦା

ଲାକ୍ଟିନ୍ ଲାଗିକି ରହିବା ଭଳି ପ୍ରୋଟିନ୍ ହୋଇଥାଏ। ଯେଉଁ ଲାକ୍ଟିନ୍ ଗୁଡ଼ିକ ବ୍ଲଡ୍ ଟାଇପ୍ ସହ ମେଳ ଖାଆନ୍ତି ନାହିଁ ସେଗୁଡ଼ିକ ଶରୀରର କୋଷଗୁଡ଼ିକ ପ୍ରତି କ୍ଷତି ପହଞ୍ଚାଇଥାଏ।

Blood Group: ବ୍ଳଡ୍ ଗ୍ରୁପ ଅନୁସାରେ ଖାଆନ୍ତୁ ଏହି ସବୁ ଖାଦ୍ୟ, ମିଳିବ ଅନେକ ଫାଇଦା

Blood Group:  ଆମେ ଯେବେ ଖାଦ୍ୟ ଖାଇଥାଉ ଆମ ରକ୍ତରେ ଏକ ଖାସ୍ ଧରଣର ବିପାଚନ ପ୍ରତିକ୍ରିୟା ହୋଇଥାଏ। ଏହା ଆମେ ଖାଇଥିବା ଖାଦ୍ୟରେ ଥିବା ପ୍ରୋଟିନ୍ ଏବଂ ବିଭିନ୍ନ ବ୍ଳଡ୍ ଗ୍ରୁପରେ ଥିବା ଆଣ୍ଟିଜେନ୍ ମଧ୍ୟରେ ପରସ୍ପର ପ୍ରତିକ୍ରିୟା ହେବାରୁ ହୋଇଥାଏ।

ପ୍ରତି ବ୍ଲଡ୍ ଗ୍ରୁପର ନିଜର ଏକ ଆଣ୍ଟିଜେନ୍ ପ୍ରସ୍ତୁତ ହୋଇଥାଏ। ଖରାପ ଖାଦ୍ୟ ଖାଇବା ଦ୍ବାରା ଆଣ୍ଟିଜେନରେ ବଡ଼ ଧରଣର ପ୍ରତିକ୍ରିୟା ହୋଇଥାଏ  ଏବଂ ଯଦି ଆମେ ଆମ ବ୍ଲଡ୍ ଗ୍ରୁପ ହିସାବରେ ଖାଦ୍ୟ ନିର୍ଦ୍ଧାରଣ କରିବା ତାହା ଅତ୍ୟନ୍ତ ଲାଭଦାୟକ ହେବ। ଏହି ଖାଦ୍ୟ ଆମକୁ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିବ। 

ଏକ ଗବେଷଣା ଅନୁସାରେ ସବୁ ପ୍ରକାର ଖାଦ୍ୟରେ ଲାକ୍ଟିନସ୍ ନାମକ ପ୍ରୋଟିନ୍ ରହିଥାଏ। ଅଲଗା ଅଲଗା ବ୍ଲଡ୍ ଗ୍ରୁପର ଲୋକଙ୍କ ରକ୍ତ ଲାକ୍ଟିନ୍ ପ୍ରୋଟିନ୍ ପ୍ରତି ଅଲଗା ଧରଣର ପ୍ରଭାବ ପକାଇଥାଏ। ଯାହା ଦ୍ବାରା ସିଧା ପ୍ରଭାବ ଆମ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ପ୍ରତ୍ୟେକ ବ୍ୟକ୍ତିର ପାଚନ କ୍ରିୟା ଏବଂ ରୋଗ ପ୍ରତିରୋଧକ କ୍ଷମତା ତା’ର ବ୍ଲଡ୍ ଗ୍ରୁପ ଉପରେ ନିର୍ଭର କରିଥାଏ।

ଲାକ୍ଟିନ୍ ଲାଗିକି ରହିବା ଭଳି ପ୍ରୋଟିନ୍ ହୋଇଥାଏ। ଯେଉଁ ଲାକ୍ଟିନ୍ ଗୁଡ଼ିକ ବ୍ଲଡ୍ ଟାଇପ୍ ସହ ମେଳ ଖାଆନ୍ତି ନାହିଁ ସେଗୁଡ଼ିକ ଶରୀରର କୋଷଗୁଡ଼ିକ ପ୍ରତି କ୍ଷତି ପହଞ୍ଚାଇଥାଏ। ଖାଦ୍ୟରୁ ଆସୁଥିବା ଲାକ୍ଟିନ୍ ହାନିକାରକ ହୋଇନଥାଏ କିନ୍ତୁ ଅଳ୍ପ ପ୍ରଭାବ ପକାଇଥାଏ। ଯଦି ଏହି ଲାକ୍ଟିନ୍ ବ୍ଲଡ୍ ଗ୍ରୁପ ସହ ମେଳ ଖାଉନାହିଁ ତେବେ ଶରୀରରେ ପୀଡ଼ା ଏବଂ ଫୁଲା ସମସ୍ୟା ସୃଷ୍ଟି ହୋଇପାରେ।

O ବ୍ଲଡ୍ ଗ୍ରୁପ ଥିବା ବ୍ୟକ୍ତିଙ୍କର ଏକଜିମା, ଆଲର୍ଜି ଏବଂ ଜ୍ବର ଆଦି ରୋଗ ଅଧକତର ହେବାର ସମ୍ଭାବନା ଥାଏ। B ବ୍ଲଡ୍ ଗ୍ରୁପ ଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ। AB ବ୍ଲଡ୍ ଗ୍ରୁପ ଥିବା ବ୍ୟକ୍ତିଙ୍କୁ ଖୁବ୍ କମ୍ ରୋଗ ହୋଇଥାଏ। କିନ୍ତୁ କ୍ବଚିତ୍ ଏହି ଗ୍ରୃପର ବ୍ୟକ୍ତିଙ୍କୁ କ୍ୟାନସର, ଆନିମିଆ ଏବଂ ହୃଦ ରୋଗ ହେବାର ସମ୍ଭାବନା ଥାଏ।

A  ବ୍ଲଡ୍ ଗ୍ରୁପ ଥିବା ବ୍ୟକ୍ତିମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ଅଧିକ ସମ୍ବେଦନଶୀଳ ହୋଇଥାଏ ଏଥିପାଇଁ କାର୍ବୋହାଇଡ୍ରେଟ୍ ଥିବା ଏବଂ କମ୍ ଚର୍ବି ବିଶିଷ୍ଟ ଖାଦ୍ୟ ଖାଇବା ଉଚିତ୍। ସେମାନେ ପ୍ରଚୁର ପରିମାଣରେ ଚାଉଳ, ସୋରିଷ, ପାସ୍ତା, କଖାରୁ, ବାଦାମ, କିସମିସ୍, ଗହମ, ସୋୟା, ଆଖରୋଟ, ଛତୁ, ଅଦା ଏବଂ ଗ୍ରୀନଟି ଆଦି ଖାଇବାର ଆବଶ୍ୟକତା ରହିଛି। ଓଜନ କମାଇବା ପାଇଁ ମାଂସ, କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ଏବଂ ଗହମକୁ ଆଦୌ ଖାଆନ୍ତୁ ନାହିଁ।

B ବ୍ଲଡ୍ ଗ୍ରୁପ ଥିବା ବ୍ୟକ୍ତି ବିଭିନ୍ନ ପ୍ରକାରର ଖାଦ୍ୟ ଖାଇପାରିବେ। ଏଥିରେ ସବୁ ପ୍ରକାରର ମାଂସ, ତରକାରୀ ଏବଂ ପରିବା ରହିଛି। କିନ୍ତୁ ଯେଉଁ ଭୋଜନ ଗ୍ରହଣ କରିବେ ଏହାର ମାତ୍ରା ସୀମିତ ହୋଇଥିବା ଆବଶ୍ୟକ। ଯଦି ଦିନରେ ମାଂସ ଖାଇଛନ୍ତି ତେବେ ରାତିରେ ପନିପରିବା ଖାଆନ୍ତୁ। 

AB ବ୍ଲଡ୍ ଗ୍ରୁପର ବ୍ୟକ୍ତିମାନଙ୍କ ପାଇଁ ମାଛ-ମାଂସ, ତରକାରୀ, କାର୍ବୋହାଇଡ୍ରେଟସ୍, କ୍ଷୀର, ଦହି, କ୍ଷୀରରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଏବଂ ପନିପରିବା ଆଦି ଖାଦ୍ୟ ବେଶ ଲାଭଦାୟକ ହୋଇଥାଏ। ଏମାନେ ଅଧିକ ପରିମାଣରେ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ଉଚିତ୍। ଏହି ଖାଦ୍ୟ ଖାଇବା ଦ୍ୱାରା ସେମାନେ ସୁସ୍ଥ ରହିବେ। 

O ବ୍ଲଡ୍ ଗ୍ରୁପ ଥିବା ବ୍ୟକ୍ତିଙ୍କୁ ପ୍ରୋଟିନ୍ ଅଧିକ ଥିବା ଖାଦ୍ୟ ଯେପରିକି ମାଂସ, ମାଛ, ଅଣ୍ଡା ଆଦି ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ। ନିଜ ଖାଦ୍ୟରେ ପରିବା ଏବଂ ବିନ୍ ସହ ବାଦାମର ମାତ୍ରାକୁ ସନ୍ତୁଳିତ ରଖନ୍ତୁ।