Vastu Tips: ଘରେ ଅଶାନ୍ତି ହେଉଥିଲେ ଲଗାନ୍ତୁ ଏହି ଗଛ
Advertisement
Article Detail0/zeeodisha/odisha2314116

Vastu Tips: ଘରେ ଅଶାନ୍ତି ହେଉଥିଲେ ଲଗାନ୍ତୁ ଏହି ଗଛ

Benefits of Having a Snake Plant in Home : ଜାଣନ୍ତୁ ଘରେ ସ୍ନେକ୍ ପ୍ଲାଣ୍ଟ ଲଗାଇବା ଦ୍ୱାରା କ’ଣ ସବୁ ଫାଇଦା ହୋଇଥାଏ...

Snake Plant

5 Benefits of Snake Plant : ଜ୍ୟୋତିଷଙ୍କ ଅନୁଯାୟୀ ବାସ୍ତୁଶାସ୍ତ୍ର ବ୍ୟକ୍ତିର ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ବାସ୍ତୁଶାସ୍ତ୍ରରେ ଏପରି ଅନେକ ଉପାୟ ବିଷୟରେ ଉଲ୍ଲେଖ ରହିଛି ଯାହାର ପାଳନ କରିବା ଦ୍ୱାରା ଜୀବନ ସୁଖ, ସମୃଦ୍ଧି ଏବଂ ଶାନ୍ତିରେ କଟିଯାଏ । ସେହିପରି ବାସ୍ତୁଶସ୍ତ୍ରରେ ଏଭଳି କିଛି ଇଣ୍ଡୋର ପ୍ଲାଣ୍ଟ ବିଷୟରେ ଉଲ୍ଲେଖ ରହିଛି ଯାହା ପ୍ରାକୃତିକ ବାୟୁ ବିଶୋଧନକାରୀ ଭାବରେ କାର୍ଯ୍ୟ କରିଥାଏ । ଏହାକୁ ଘରର ସାଜସଜ୍ଜା ଭାବରେ ମଧ୍ୟ ବ୍ୟବହାର କରାଯାଏ । ଏଭଳି ଏକ ଇଣ୍ଡୋର ପ୍ଲାଣ୍ଟ ହେଉଛି ‘ସ୍ନେକ୍ ପ୍ଲାଣ୍ଟ’ । ତେବେ ଆସନ୍ତୁ ଜାଣିବା ଘରେ ସ୍ନେକ୍ ପ୍ଲାଣ୍ଟ ଲଗାଇବା ଦ୍ୱାରା କ’ଣ ସବୁ ଫାଇଦା ହୋଇଥାଏ ।

. ଘରେ ସ୍ନେକ୍ ପ୍ଲାଣ୍ଟ ଲଗାଇବା ଦ୍ୱାରା ବ୍ୟକ୍ତିର ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ । ବିଶେଷକରି ସ୍ନେକ୍ ପ୍ଲାଣ୍ଟକୁ ଦକ୍ଷିଣ ଦିଗରେ ରଖିଲେ ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ ।

. ଘରର ବାତାବରଣକୁ ଶୁଦ୍ଧ କରିବାରେ ସ୍ନେକ୍ ପ୍ଲାଣ୍ଟ ପ୍ରମୁଖ ଭୂମିକା ତୁଳାଇଥାଏ । ସ୍ନେକ୍ ପ୍ଲାଣ୍ଟକୁ ଘରର ପ୍ରମୁଖ ସ୍ଥାନରେ ରଖିବା ଦ୍ୱାରା ଘରର ଶୁଦ୍ଧତା ବଜାୟ ରହିଥାଏ । ଏହା ଘରର ନକାରାତ୍ମକ ଶକ୍ତିକୁ ହ୍ରାସ କରି ସକାରାତ୍ମକତା ବୃଦ୍ଧି କରିଥାଏ ।
 ୩. ସ୍ନେକ୍ ପ୍ଲାଣ୍ଟକୁ ସବୁବେଳେ ନିଜ ପାଖାପାଖି ରଖିଲେ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ବ୍ୟବସାୟ କିମ୍ବା ଚାକିରିରେ ପ୍ରଗତି ଚାହୁଁଥିଲେ ସ୍ନେକ୍ ପ୍ଲାଣ୍ଟକୁ ସବୁବେଳେ ନିଜ କର୍ମକ୍ଷେତ୍ରରେ ରଖନ୍ତୁ । ଏହା ସୁରକ୍ଷା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରଦାନ କରିଥାଏ ।

. ସାଧାରଣତଃ ସ୍ନେକ୍ ପ୍ଲାଣ୍ଟକୁ ଘରର ମୁଖ୍ୟ ଦ୍ୱାର କିମ୍ବା କବାଟ ପାଖରେ ରଖିବା ଶୁଭ ଅଟେ । ତେବେ ସ୍ନେକ୍ ପ୍ଲାଣ୍ଟକୁ କୌଣସି ଉଚ୍ଚା ସ୍ଥାନ(ଟେବୁଲ କିମ୍ବା କ୍ୟାବିନେଟ) ଉପରେ ରଖିବା ଅଧିକ ଲାଭକାରୀ ହୋଇଥାଏ ।

. ସ୍ନେକ୍ ପ୍ଲାଣ୍ଟକୁ ଶୌଚାଳୟ ଠାରୁ ଦୂରରେ ରଖନ୍ତୁ । ଶୌଚାଳୟରୁ ବାହାରୁଥିବା ନକାରାତ୍ମକ ଉର୍ଜ୍ଜା ସ୍ନେକ୍ ପ୍ଲାଣ୍ଟର ପ୍ରାକୃତିକ ଉର୍ଜ୍ଜାକୁ ପ୍ରଭାବିତ କରିପାରେ । ବେଳେ ବେଳେ ସ୍ନେକ୍ ପ୍ଲାଣ୍ଟକୁ ସୂର୍ଯ୍ୟ କିରଣରେ ରଖନ୍ତୁ ।