ବଳକା ଭାତକୁ ଆପଣ ଫିଙ୍ଗି ଦେଉଛନ୍ତି କି । ଏହି ଉପାୟ ଜାଣିବା ପରେ ଆପଣ ଆଉ ଭାତକୁ ଫୋପାଡିବେ ନାହିଁ । ବଳକା ଭାତରେ ଆପଣ ବନାଇ ପାରିବେ ପାମ୍ପଡ । ଆଉ ଏହି ସ୍ବାଦିଷ୍ଟ ପାମ୍ପଡକୁ ୬ ମାସ ପର୍ଯ୍ୟନ୍ତ ସାଇତି ବି ରଖିପାରିବେ।
Trending Photos
ନୂଆଦିଲ୍ଲୀ: ଖାଇବା ପରେ ରହିଯାଉଥିବା ବଳକା ଭାତକୁ ଆମେ ସାଧାରଣତଃ ଫିଙ୍ଗି ଦେଇଥାଉ । ପ୍ରାୟତଃ ସମସ୍ତଙ୍କ ଘରେ ଖାଇସାରିବା ପରେ ଭାତ ବଳିଯାଏ । କିଛି ଲୋକେ ଏହାକୁ ପଖାଳ କରି ଖାଇଥାନ୍ତି ତ ଆଉ କିଛି ଲୋକେ ଫିଙ୍ଗିଦିଅନ୍ତି । ଫ୍ରିଜରେ ବି ଆମେ ବଳକା ଭାତକୁ ରଖିଥାଉ । କିନ୍ତୁ କେବେ କେବେ ଫ୍ରିଜରେ ଭାତ ରଖିବା ପରେ ଭୁଲିଯାଇଥାଉ ଯାହାପରେ ଏହାକୁ ଫୋପାଡିବା ପାଇଁ ବାଧ୍ୟ ହୋଇଥାଉ । ଭାତକୁ ଆମେ ସାଧାରଣତଃ ଲକ୍ଷ୍ମୀଙ୍କ ଆଶୀର୍ବାଦ ବୋଲି ମାନିଥାଉ। ତେଣୁ ବିଶ୍ବାସ ରହିଛି ସବୁବେଳେ ଭାତ ଫିଙ୍ଗିବା ମଧ୍ୟ ଘର ପାଇଁ ଶୁଭ ନୁହେଁ।
ହେଲେ ସମସ୍ତଙ୍କ ମନରେ ପ୍ରଶ୍ନ ଆସେ ବଞ୍ଚିଯାଇଥିବା ଭାତ (Boil Rice) କୁ ନଫୋପାଡି ଆମେ କରିବୁ କଣ । ଆପଣଙ୍କ ଏହି ପ୍ରଶ୍ନର ଉତ୍ତର ଆମେ ଆଜି ନେଇ ଆସିଛୁ । ଭାତକୁ ନଫିଙ୍ଗି ସେଥିରୁ ନୂଆ କିଛି ଏମିତି ଆପଣ ତିଆରି କରିପାରିବେ ଯାହାକୁ ଆପଣ ୬ ମାସ ପର୍ଯ୍ୟନ୍ତ ସାଇତି ରଖି ଖାଇପାରିବେ । ବଞ୍ଚିଯାଇଥିବା ଭାତରୁ ଆପଣ ପାମ୍ପଡ ତିଆରି କରିପାରିବେ । ଆଉ ଏହି ପାମ୍ପଡକୁ ଆପଣ ୬ ମାସ ପର୍ଯ୍ୟନ୍ତ ସାଇତି ରଖି ଖାଇପାରିବେ ।
ଆପଣ ଚାଉଳକୁ ନେଇ ସେଥିରେ ଭାତ ରାନ୍ଧି ଏହି ପାମ୍ପଡ ବନାଇ ପାରିବେ , ନଚେତ ବଞ୍ଚିଯାଇଥିବା ଭାତରେ ବି ବନେଇପାରିବେ । ଏହି କ୍ରିସ୍ପି ବା କ୍ରଞ୍ଚି ପାମ୍ପଡ ବନାନ୍ତୁ ନିଜ ଘରେ । ଆଉ ଏହାକୁ ଆପଣ ବାରମ୍ବାର ବନାଇବାକୁ ମଧ୍ୟ ଇଚ୍ଛା କରିବେ । କାହିଁକି ନା ବଞ୍ଚିଯାଇଥିବା ଭାତକୁ ବ୍ୟବହାର କରି ଏହାଠାରୁ ଭଲ ଆଉ ସ୍ବାଦିଷ୍ଟ ରେସିପି ଆପଣ ଆଉ କେଉଁଠୁ ବା ପାଇବେ।
ପ୍ରଣାଳୀ:
ଚାଉଳ ହେଉ ବା ଭାତ ତାକୁ ଭଲଭାବରେ ଫୁଟାଇ ନିଅନ୍ତୁ , ସେପର୍ଯ୍ୟନ୍ତ ଏହାକୁ ଫୁଟାଇବେ ଯେପର୍ଯ୍ୟନ୍ତ ଭାତ ନରମ ହୋଇନାହିଁ । ଭାତ ପୁରା ନରମ ହେବା ପରେ ଅଳ୍ପ ଲୁଣ ପକାଇ ଏହାକୁ ଭଲଭାବେ ମିଶାନ୍ତୁ । ଆପଣ ପ୍ରେସର କୁକରରେ ବସାଇ ସିଟି ଦେଇ ପାରିବେ । ଦୁଇଟି ସିଟି ପରେ ବନ୍ଦ କରି ଦେଇ ଭାତକୁ ଭଲ ଭାବରେ ଫେଣ୍ଟି ଏହାର ଯନ୍ତଣି ତିଆରି କରନ୍ତୁ । ଏହା ପରେ ତାକୁ ହାତରେ ତେଲ ଲଗାଇ ଗୋଲ ଗୋଲ ଆକାର କରି ନିଅନ୍ତୁ । ଛାତରେ କିମ୍ବା ଏକ ବଡ ଥାଳିରେ ଏକ ଜରି ପାରି ଦିଅନ୍ତୁ । ତା ଉପରେ ଗୋଲାକୁ ରଖି ପାମ୍ପଡ ବେଲନ୍ତୁ । ଏବଂ ଏହାକୁ ଗୋଟେ ଦିନ ପାଇଁ ଖରାରେ ଶୁଖାଇ ନିଅନ୍ତୁ । ଆପଣ ଏହି ଚାଉଳ ପାମ୍ପଡ (Pampad) କୁ ୫ରୁ ୬ ମାସ ପର୍ଯ୍ୟନ୍ତ କୌଣସି ଡବାରେ ସାଇତିକି ରଖି ପାରିବେ । ବନାନ୍ତୁ ଏହି ସ୍ବାଦିଷ୍ଟ ରେସିପି । ନିଜେ ଖାଆନ୍ତୁ ଏବଂ ଆପଣଙ୍କ ପରିବାର ଲୋକଙ୍କୁ ଖୁଆନ୍ତୁ ।
Also Read: ପୁଣି ବଢ଼ିଲା ତୈଳ ଦର, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ପେଟ୍ରୋଲ-ଡିଜେଲର ନୂଆ ରେଟ୍
Also Read: 'ଛାଡପତ୍ର ଦିଅ ନଚେତ୍ ମୁଁ ଉଲଗ୍ନ ହୋଇ ରାସ୍ତାରେ ବୁଲିବି'