ଆଜି ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କ'ଣ କରିବେ ଓ କ'ଣ କରିବେ ନାହିଁ?
Advertisement

ଆଜି ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କ'ଣ କରିବେ ଓ କ'ଣ କରିବେ ନାହିଁ?

୧୯ ନଭେମ୍ବର ୨୦୨୧ରେ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ରଗ୍ରହଣ ବୋଲି ମନେ କରାଯାଉଛି । ଚନ୍ଦ୍ରଗ୍ରହଣର ଆରମ୍ଭ ଭାରତୀୟ ସମୟ ଅନୁଯାୟୀ ସକାଳ ୧୧.୩୪ରୁ ଆରମ୍ଭ ହେବ । ଏହା ସନ୍ଧ୍ୟା ୫:୩୩ ରେ ଶେଷ ହେବ । 

ଆଜି ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କ'ଣ କରିବେ ଓ କ'ଣ କରିବେ ନାହିଁ?

ନୂଆଦିଲ୍ଲୀ: Chandra Grahan 2021: ନଭେମ୍ବର ୧୯ରେ ଅର୍ଥାତ୍ ଶୁକ୍ରବାର ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ (lunar eclipse) ହେବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣକୁ ଅନେକ ଉପାୟରେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ବାସ୍ତବରେ, ଏହି ଚନ୍ଦ୍ର ଗ୍ରହଣ କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ପୂର୍ଣ୍ଣିମା ତିଥିରେ ଲାଗୁଛି, ଯାହାକୁ କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ଦିନ କାର୍ତ୍ତିକ ମାସ ଶେଷ ହେଉଛି ।

ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ 

ଏହା ମଧ୍ୟ ଅତ୍ୟନ୍ତ ଖାସ୍ କାରଣ ୫୮୦ ବର୍ଷ ପରେ ଏପରି ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଏହା ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ ବୋଲି ମନେ କରାଯାଉଛି । ଏହି ଚନ୍ଦ୍ର ଗ୍ରହଣ ଗତ ୫୮୦ ବର୍ଷର ଦୀର୍ଘତମ ଆଂଶିକ ଚନ୍ଦ୍ର ଗ୍ରହଣ ହେବ । ଚନ୍ଦ୍ର ଗ୍ରହଣର ଅବଧି ପ୍ରାୟ ସାଢ଼େ ୩ ଘଣ୍ଟା ରହିବ । ଭାରତରେ ଏହି ଚନ୍ଦ୍ର ଗ୍ରହଣ ରାତି ୧୨:୪୮ରୁ ୦୪:୧୭ ମିନିଟ୍ ପର୍ଯ୍ୟନ୍ତ ଚାଲିବ ।

ଲାଗିବ ନାହିଁ ସୂତକ

ଏହା ଏକ ଆଂଶିକ ଚନ୍ଦ୍ର ଗ୍ରହଣ, ତେଣୁ ଚନ୍ଦ୍ର ଗ୍ରହଣ ସମୟରେ କୌଣସି ସୂତକ ଲାଗିବ ନାହିଁ । ଜ୍ୟୋତିଷଙ୍କ ଅନୁଯାୟୀ, ଏହି ଚନ୍ଦ୍ର ଗ୍ରହଣର ଭାରତ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । କାରଣ ଏହା ଏକ ଆଂଶିକ ଅର୍ଥାତ୍ ଛାୟା ଚନ୍ଦ୍ର ଗ୍ରହଣ, ତେଣୁ ସୂତକ କାଳ ରହିବ ନାହିଁ । ଏହା କେବଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେଲେ ସେତେବେଳେ ଏହା ଲାଗୁ ହୋଇଥାଏ । ଯଦି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୁଏ, ତେବେ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ସୂତକ ଆରମ୍ଭ ହୁଏ ।

କେଉଁ ରାଶିରେ ଚନ୍ଦ୍ର ଗ୍ରହଣ ଲାଗିବ?

ଏଥର ଚନ୍ଦ୍ର ଗ୍ରହଣ ବୃଷ ରାଶିରେ ହେବାକୁ ଯାଉଛି । ତେଣୁ, ବୃଷ ରାଶି ଉପରେ ସର୍ବାଧିକ ପ୍ରଭାବ ଦେଖାଯିବ । ଏହା ବ୍ୟତୀତ କୃତ୍ତିକା ନକ୍ଷତ୍ରରେ ଚନ୍ଦ୍ର ଗ୍ରହଣ ଲାଗୁଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କୃତ୍ତିକା ନକ୍ଷତ୍ର ସୂର୍ଯ୍ୟଙ୍କ ନକ୍ଷତ୍ର ବୋଲି ମନେ କରାଯାଏ । ତେଣୁ, ଯେଉଁମାନେ କୃତ୍ତିକା ନକ୍ଷତ୍ରରେ ଜନ୍ମଗ୍ରହଣ କରନ୍ତି, ସେମାନେ ସାବଧାନ ହେବା ଆବଶ୍ୟକ ।

ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ରଗ୍ରହଣ 

୧୯ ନଭେମ୍ବର ୨୦୨୧ରେ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ରଗ୍ରହଣ ବୋଲି ମନେ କରାଯାଉଛି । ଚନ୍ଦ୍ରଗ୍ରହଣର ଆରମ୍ଭ ଭାରତୀୟ ସମୟ ଅନୁଯାୟୀ ସକାଳ ୧୧.୩୪ରୁ ଆରମ୍ଭ ହେବ । ଏହା ସନ୍ଧ୍ୟା ୫:୩୩ ରେ ଶେଷ ହେବ । ଚନ୍ଦ୍ର ଗ୍ରହଣ ସମୟର ମୋଟ ଅବଧି ୫ ଘଣ୍ଟା ୫୯ ମିନିଟ୍ ହେବ ।

ଏହି ରାଶିର ଲୋକମାନେ ରହୁନ୍ତୁ ସାବଧାନ 

ମେଷ- ଚନ୍ଦ୍ର ଗ୍ରହଣର ପ୍ରଭାବ ଆପଣଙ୍କ ରାଶି ଉପରେ ମଧ୍ୟ ଦେଖାଯିବ । ଟଙ୍କା ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସାବଧାନ ରୁହନ୍ତୁ । ଶୀଘ୍ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ ଓ ଏହି ସମୟ ମଧ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ ।

ବୃଷ- ଏଥର ଚନ୍ଦ୍ର ଗ୍ରହଣ ବୃଷ ରାଶିରେ ଲାଗୁଛି, ତେଣୁ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ । ବିବାଦରୁ ଦୂରେଇ ରୁହନ୍ତୁ, ଚିନ୍ତା ଓ ଚାପରୁ ଦୂରେଇ ରୁହନ୍ତୁ । ଗାଡ଼ି ଚଳାଇବା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ । କ୍ରୋଧ, ଅହଂକାର ଏବଂ ଦ୍ୱନ୍ଦ୍ୱରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ ।

ସିଂହ- ଚନ୍ଦ୍ର ଗ୍ରହଣ କୃତ୍ତିକା ନକ୍ଷତ୍ରରେ ଲାଗୁଛି । ସୂର୍ଯ୍ୟ ହେଉଛନ୍ତି କୃତ୍ତିକା ନକ୍ଷତ୍ରର ସ୍ୱାମୀ । ସୂର୍ଯ୍ୟ ମଧ୍ୟ ଆପଣଙ୍କ ରାଶିର ସ୍ୱାମୀ । ତେଣୁ, ସ୍ୱଭାବରେ ନମ୍ରତା ଓ ବାଣୀରେ ମଧୁରତା ବଜାୟ ରଖନ୍ତୁ । ଅଧିକାରର ଅପବ୍ୟବହାର କରନ୍ତୁ ନାହିଁ ।

ଏସବୁ ବିଷୟରେ ରଖନ୍ତୁ ଧ୍ୟାନ

ଯଦିଓ ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ଭାରତରେ ଦେଖାଯିବ ନାହିଁ, କିନ୍ତୁ ଚନ୍ଦ୍ର ଗ୍ରହଣ ସମୟରେ ଭଗବାନଙ୍କର ଧ୍ୟାନ କରିବାକୁ ଜ୍ୟୋତିଷମାନେ ପରାମର୍ଶ ଦେଇଛନ୍ତି । ଚନ୍ଦ୍ର ଗ୍ରହଣ ଶେଷ ହେବା ପରେ ସ୍ନାନ କରନ୍ତୁ ଓ ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ଆପଣଙ୍କୁ ବିଶେଷ ଯତ୍ନ ନେବା ଆବଶ୍ୟକ ।

ଆପଣ ଏଠାରେ ଦେଖିପାରିବେ ଚନ୍ଦ୍ର ଗ୍ରହଣ 

ଯଦି ଆପଣ ଏହି ଚନ୍ଦ୍ର ଗ୍ରହଣକୁ ଲାଇଭ୍ ଦେଖିବା ପାଇଁ ଚାହାଁନ୍ତି, ତେବେ ଆପଣ ୟୁଟ୍ୟୁବରେ ଏହିପରି ଅନେକ ଚ୍ୟାନେଲ୍ ପାଇବେ ଯାହା ଏହି ଚନ୍ଦ୍ର ଗ୍ରହଣକୁ ସିଧା ପ୍ରସାରଣ କରିବ । ଲାଇଫ୍ ସାଇନ୍ସ ଡଟ୍ କମ୍ (livescience.com) ଓ ଟାଇମ୍ୟାଣ୍ଡଡେଟ୍ ଡଟ୍ କମ୍ (timeanddate.com) ରେ  ଲାଇଭ୍ ଆପଣ ଚନ୍ଦ୍ର ଗ୍ରହଣକୁ ସହଜରେ ଦେଖିପାରିବେ ।

ଚନ୍ଦ୍ର ଗ୍ରହଣ ସମୟରେ କ’ଣ କରିବେ?

୧. ଚନ୍ଦ୍ର ଗ୍ରହଣ ସମୟରେ ଆପଣ ଭଗବାନଙ୍କ ନାମ ମନ୍ତ୍ର ଜପ କରିପାରିବେ ।

୨. ଚନ୍ଦ୍ର ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଖାଦ୍ୟ ପଦାର୍ଥରେ ତୁଳସୀ ପତ୍ର ରଖନ୍ତୁ ।

ଚନ୍ଦ୍ର ଗ୍ରହଣ ସମୟରେ କ'ଣ କରିବେ ନାହିଁ?

୧. ଏହି ସମୟରେ ରାନ୍ଧିବା କିମ୍ବା ଖାଇବା ପିଇବା ନିଷେଧ ବୋଲି ଧରାଯାଏ ।

୨. ଚନ୍ଦ୍ର ଗ୍ରହଣ ସମୟରେ ପୂଜା କରାଯାଏ ନାହିଁ । ମନ୍ଦିରର କବାଟ ବନ୍ଦ ରଖନ୍ତୁ ।

୩. କୁହାଯାଏ ଯେ ଚନ୍ଦ୍ର ଗ୍ରହଣ ସମୟରେ ଶୋଇବା ଉଚିତ୍ ନୁହେଁ ।

୪. ଚନ୍ଦ୍ର ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ ।

୫. ଏହି ସମୟରେ, ଗଛ ଏବଂ ଉଦ୍ଭିଦକୁ ଛୁଇଁବା ଉଚିତ୍ ନୁହେଁ ।

୬. ଚନ୍ଦ୍ର ଗ୍ରହଣ ଆରମ୍ଭ ହେବା ପରେ, ସିଲେଇ, କାଟିବା ଆଦି କାର୍ଯ୍ୟ କରିବା ଉଚିତ୍ ନୁହେଁ  ।

୭. ଚନ୍ଦ୍ର ଗ୍ରହଣ ସମୟରେ ପରିବାରରେ କିମ୍ବା ଅନ୍ୟ କାହା ସହିତ ଝଗଡା କରିବା ଉଚିତ୍ ନୁହେଁ  ।

ଚନ୍ଦ୍ର ଗ୍ରହଣ ପରେ କରନ୍ତୁ ଏହି କାର୍ଯ୍ୟ 

୧. ଚନ୍ଦ୍ର ଗ୍ରହଣ ପରେ ଘରକୁ ସଫା କରନ୍ତୁ ।

୨. ଘର ସାରା ଗଙ୍ଗା ପାଣି ଛିଞ୍ଚନ୍ତୁ ଓ ଗାଧାନ୍ତୁ ।

୩. ଚନ୍ଦ୍ର ଗ୍ରହଣ ପରେ ଦାନ ଧର୍ମ କରିବା ଉଚିତ୍ ।

ଏହା ବି ପଢ଼ନ୍ତୁ:-'ସିଡନୀ ଡାଏଲୋଗ'କୁ ସମ୍ବୋଧନ କଲେ ପିଏମ ମୋଦି, ଜାଣନ୍ତୁ ତାଙ୍କ ଭାଷଣର ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୭୦ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଶେଷରେ ଧୋନିଙ୍କ ପରି ଟିମ୍ ଇଣ୍ଡିଆକୁ ମିଳିଯାଇଛି ଫିନିସର୍, ଏହି ଖେଳାଳି ମାହିଙ୍କ ପରି ଦମଦାର୍!

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍