Lunar Eclipse 2022: ସରିଲା ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ ଦିନ ହେବ ବର୍ଷର ଶେଷ ଚନ୍ଦ୍ରଗ୍ରହଣ?
Advertisement

Lunar Eclipse 2022: ସରିଲା ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ ଦିନ ହେବ ବର୍ଷର ଶେଷ ଚନ୍ଦ୍ରଗ୍ରହଣ?

Lunar Eclipse 2022:  ଏଥର ଦୀପାବଳିରେ ସୂର୍ଯ୍ୟପରାଗ ଏବଂ ଦୀପାବଳିର ଠିକ୍ ୧୫ ଦିନ ପରେ ଅର୍ଥାତ ଦେବ ଦୀପାବଳି (Dev Deepawali)ରେ ଚନ୍ଦ୍ରଗ୍ରହଣ ଲାଗିବ। ଚନ୍ଦ୍ରଗ୍ରହଣ ସମ୍ବନ୍ଧରେ ହିନ୍ଦୁ ଧର୍ମରେ ଅନେକ ନିୟମ ରହିଥିବାବେଳେ ଶାସ୍ତ୍ର ଅନୁଯାୟୀ, ଏହା ଏକ ଅଶୁଭ ଘଟଣା ଭାବେ ବିବେଚନା କରାଯାଏ। ଚନ୍ଦ୍ରଗ୍ରହଣ ପରେ ହିନ୍ଦୁ ଧର୍ମରେ ଦାନ ଏବଂ ସ୍ନାନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। 

Lunar Eclipse 2022: ସରିଲା ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ ଦିନ ହେବ ବର୍ଷର ଶେଷ ଚନ୍ଦ୍ରଗ୍ରହଣ?

Lunar Eclipse 2022: ୨୫ ଅକ୍ଟୋବରରେ ବର୍ଷର ଶେଷ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି। ଦୀପାବଳିର ୧୫ ଦିନ ପରେ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବ। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଗତ ମେ'୨୦୨୨ ରେ ହୋଇଥିବାବେଳେ, ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ଦୀପାବଳିର ୧୫ ଦିନ ପରେ ଅର୍ଥାତ୍ ନଭେମ୍ୱର ମାସରେ ସଂଗଠିତ ହେବାକୁ ଯାଉଛି । ଆସନ୍ତୁ ଜାଣିବା ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ କେବେ ହେବ ଏବଂ ଏହାର ଅବଧି କେତେ ?

ଚଳିତବର୍ଷର ଶେଷ ଅର୍ଥାତ୍ ଦ୍ୱିତୀୟ ଚନ୍ଦ୍ରଗ୍ରହଣ (last lunar eclipse) ଦୀପାବଳି (Diwali)ର ୧୫ ଦିନ ପରେ ଅର୍ଥାତ୍ ନଭେମ୍ୱର ମାସରେ ସଂଗଠିତ ହେବାକୁ ଯାଉଛି। ପ୍ରଥମ ଚନ୍ଦ୍ରଗ୍ରହଣ ଗତ ମେ ମାସରେ ସଂଗଠିତ ହୋଇଥିବାବେଳେ ଆସନ୍ତା ମାସରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ସୂର୍ଯ୍ୟପରାଗର ଠିକ୍ ୧୫ ଦିନ ପରେ ଏକ ଚନ୍ଦ୍ରଗ୍ରହଣ ସଂଗଠିତ ହୋଇଥାଏ। ସେହିକ୍ରମରେ ଏଥର ଦୀପାବଳିରେ ସୂର୍ଯ୍ୟପରାଗ ଏବଂ ଦୀପାବଳିର ଠିକ୍ ୧୫ ଦିନ ପରେ ଅର୍ଥାତ ଦେବ ଦୀପାବଳି (Dev Deepawali)ରେ ଚନ୍ଦ୍ରଗ୍ରହଣ ଲାଗିବ। ସୂର୍ଯ୍ୟପରାଗ ସର୍ବଦା ଅମାବାସ୍ୟା ଦିନ ପଡେ ଏବଂ ଚନ୍ଦ୍ରଗ୍ରହଣ ସର୍ବଦା ପୂର୍ଣ୍ଣିମା ଦିନ ପଡ଼ିଥାଏ । ଚଳିତ ବର୍ଷ ଦେବ ଦୀପାବଳି ନଭେମ୍ବର ୮ ତାରିଖରେ ପଡୁଛି। ମାତ୍ର ଦୀପାବଳି ଚନ୍ଦ୍ରଗ୍ରହଣର ସୂତକ ସମୟର ପୂର୍ବରୁ ପାଳନ କରାଯିବ, ତେଣୁ ପଣ୍ଡିତମାନଙ୍କ ମତ ଅନୁଯାୟୀ, ଚଳିତଥର ନଭେମ୍ବର ୭ରେ ଦେବ ଦିପାବଳୀ ପାଳନ କରାଯିବ। 

Also Read: Horoscope of 26th October 2022: ମଉଜ ମଜଲିସରେ ଦିନ କାଟିବ, କର୍ମକ୍ଷେତ୍ର ଉଜ୍ଜଳମୟ ହେବ !

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣର ବିଶେଷ ମହତ୍ତ୍ୱ ରହିଛି। ଚନ୍ଦ୍ରଗ୍ରହଣ ସମ୍ବନ୍ଧରେ ହିନ୍ଦୁ ଧର୍ମରେ ଅନେକ ନିୟମ ରହିଥିବାବେଳେ ଶାସ୍ତ୍ର ଅନୁଯାୟୀ, ଏହା ଏକ ଅଶୁଭ ଘଟଣା ଭାବେ ବିବେଚନା କରାଯାଏ। ଏହି ସମୟ ମଧ୍ୟରେ କୌଣସି ପ୍ରକାରର ପୂଜା ଓ ଶୁଭ କାର୍ଯ୍ୟ ନିଷେଧ ରହିଥାଏ । ଚଳିତ ବର୍ଷ ସମୁଦାୟ ୪ ଟି ଗ୍ରହଣ (4 eclipses this year) ରହିଥିବାବେଳେ ଦୁଇଟି ଚନ୍ଦ୍ରଗ୍ରହଣ ଏବଂ ଦୁଇଟି ସୂର୍ଯ୍ୟପରାଗ ରହିଛି । ତେବେ ଏପର୍ଯ୍ୟନ୍ତ ଦୁଇଟି ସୂର୍ଯ୍ୟପରାଗ ଏବଂ ଗୋଟିଏ ଚନ୍ଦ୍ରଗ୍ରହଣ ଲାଗିସାରିଛି । ଆଉ ଗୋଟିଏ ଚନ୍ଦ୍ରଗ୍ରହଣ ଏପର୍ଯ୍ୟନ୍ତ ପଡିନାହିଁ। ୨୦୨୨ ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଏହାର ସମୟ ନଭେମ୍ବର ୮ ରାତି ୧ଟା ୩୨ରୁ ସନ୍ଧ୍ୟା ୭ଟା ୨୭ ପର୍ଯ୍ୟନ୍ତ ରହିବ।

ଜାଣନ୍ତୁ କେଉଁ କେଉଁ ସ୍ଥାନରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ :-

ବୈଜ୍ଞାନିକଙ୍କ ଅନୁଯାୟୀ ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ଭାରତ, ଦକ୍ଷିଣ-ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ (Australia), ଉତ୍ତର ଆମେରିକା (North America), ଦକ୍ଷିଣ ଆମେରିକା (South America), ପ୍ରଶାନ୍ତ (Pacific), ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗର (Atlantic and Indian Ocean)ରେ ଦେଖିବାକୁ ମିଳିବ।

ଚନ୍ଦ୍ରଗ୍ରହଣର ସୂତକ ଅବଧି (Sutak period):-

ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ରଗ୍ରହଣ ସମୟରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ସମାନ କ୍ରମରେ ରହୁଥିବାରୁ (Sun, Moon and Earth in same order), ଚନ୍ଦ୍ରଗ୍ରହଣ ସଂଗଠିତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣର ସୂତକ ଅବଧି ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ। ତେଣୁ ନଭେମ୍ବର ୭ ତାରିଖ ସଂନ୍ଧ୍ୟା ସାଢେ ଚାରିଟାରୁ ସୂତକ ଆରମ୍ଭ ହେବ। ଏଭଳି ପରିସ୍ଥିତିରେ ସୂତକ ଆରମ୍ଭ ହେବା ପୂର୍ବରୁ ଦେବ ଦୀପାବଳି ପାଳନ କରାଯିବ। ଚନ୍ଦ୍ରଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ସୂତକ ଅବଧି ରହିଥାଏ।

Also Read: Solar Eclipse 2022: ବିଶ୍ୱାସ ବନାମ ବିଜ୍ଞାନ! ପାକତ୍ୟାଗ ବେଳେ ବିରିୟାନୀ ଖାଇଲେ ହେତୁବାଦୀ

ଚନ୍ଦ୍ରଗ୍ରହଣ ସମୟରେ ସତର୍କତା:-

  • ଚନ୍ଦ୍ର ଗ୍ରହଣ ପରେ ହିନ୍ଦୁ ଧର୍ମରେ ଦାନ ଏବଂ ସ୍ନାନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। କୁହାଯାଏ ଯେ, ଚନ୍ଦ୍ରଗ୍ରହଣର ସୂତକ ଅବଧି ଅତ୍ୟନ୍ତ ଅଶୁଭ ଅଟେ। 
  • ଏଥିରେ କୌଣସି ଶୁଭ କାର୍ଯ୍ୟ କିମ୍ବା ପୂଜା କାର୍ଯ୍ୟ କରାଯିବା ଉଚିତ୍ ନୁହେଁ। କୁହାଯାଏ କି, ଗ୍ରହଣ ସମୟରେ କରାଯାଇଥିବା ଶୁଭ କାମର ବିପରୀତ ଫଳ ହୋଇଥାଏ ।
  • ଗର୍ଭବତୀ ମହିଳାମାନେ ବିଶେଷ ଭାବରେ ଚନ୍ଦ୍ରଗ୍ରହଣ ସମୟରେ ନିଜର ଯତ୍ନ ନେବା ଜରୁରୀ। ଜ୍ୟୋତିଷ ମାନ୍ୟତା ଅନୁସାରେ, ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳା ଗ୍ରହଣର ଛାୟାଠାରୁ ଦୂରେଇ ରହିବା ଭଲ। ଗ୍ରହଣର ଛାୟା ଗର୍ଭରେ ଥିଲା ଶିଶୁକୁ କ୍ଷତି ପହଞ୍ଚାଇଥାଏ।
  • ଏହି ସମୟରେ ଇଶ୍ବରଙ୍କ ନାମ ସ୍ମରଣ କରିବା ସହିତ କୌଣସି ପ୍ରକାର ଶୁଭ କାର୍ଯ୍ୟ କରନ୍ତୁ ନାହିଁ। 
  • ଏହି ସମୟରେ ଭ୍ରମଣ ଏବଂ ଶୋଇବା ମଧ୍ୟ ନିଷେଧ ରହିଛି। 
  • ଚନ୍ଦ୍ରଗ୍ରହଣ ସମୟରେ କୌଣସି ତୀକ୍ଷ୍ଣ ବସ୍ତୁ ବ୍ୟବହାର କରନ୍ତୁ ନାହିଁ। 
  • ଗ୍ରହଣ ସମୟରେ ଦେବପୂଜା ନିଷେଦ୍ଧ କରାଯାଇଥିବାରୁ ଗ୍ରହଣ ସମୟରେ ମନ୍ଦିରର କବାଟ ବନ୍ଦ କରାଯାଇଥାଏ। କିନ୍ତୁ ଏହି ସମୟରେ ଆପଣ ଶିବଲିଙ୍ଗର ପୂଜା କରିପାରନ୍ତି। 
  • ଚନ୍ଦ୍ରଗ୍ରହଣ ସମୟରେ ପ୍ରକୃତି ଅଧିକ ସମ୍ବେଦନଶୀଳ ହୋଇଥାଏ। ଏହି କାରଣରୁ ଗ୍ରହଣ ସମୟରେ ଗଛ, ଫୁଲ ଓ ପତ୍ରକୁ ତୋଳିବା ବା ଓପାଡିବା କଥା ନୁହେଁ ।
  • ଜ୍ୟୋତିଷଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ ସମୟରେ ନଖ ଓ କେଶ କାଟିବାକୁ ଅଶୁଭ।
  • ଚନ୍ଦ୍ରଗ୍ରହଣ ସମୟରେ ଭୋଜନରେ ତୁଳସୀ ଜଳ ମିଶାନ୍ତୁ ଓ ପରେ ଖାଦ୍ୟ ଗ୍ରହଣ କରନ୍ତୁ।
  • ଗ୍ରହଣ ପରେ ସ୍ନାନ କରି ସଫା ଓ ପବିତ୍ର ବସ୍ତ୍ର ପିନ୍ଧିବା ଜରୁରୀ। ଏହା ପରେ ଦାନ ଓ ପୁଣ୍ୟର କାମ କରିବା ଦରକାର।
  • ଧାର୍ମିକ ମାନ୍ୟତା ଅନୁସାରେ, ଚନ୍ଦ୍ରଗ୍ରହଣ ସମୟରେ କୌଣସି ଗରିବ ବା ଅସହାୟ ବ୍ୟକ୍ତିଙ୍କୁ ଅପମାନ କରନ୍ତୁ ନାହିଁ। କାହିଁକି ନା ଏପରି କରିବା ଦ୍ୱାରା ଶନିଦେବ ରାଗିଥାନ୍ତି।