Mangal Gochar 2023: ଆଜିଠୁ ଖୋଲିଲା ଏହି ସବୁ ରାଶିର ଭାଗ୍ୟ, ନୂଆ ଚାକିରୀ ସାଙ୍ଗକୁ ରହିଛି ଧନଲାଭର ଯୋଗ!
Advertisement

Mangal Gochar 2023: ଆଜିଠୁ ଖୋଲିଲା ଏହି ସବୁ ରାଶିର ଭାଗ୍ୟ, ନୂଆ ଚାକିରୀ ସାଙ୍ଗକୁ ରହିଛି ଧନଲାଭର ଯୋଗ!

Mangal Gochar Effect 2023: ମଙ୍ଗଳ (Mangal Gochar 2023) ମେ ମାସର ଦ୍ବିତୀୟ ସପ୍ତାହରେ କର୍କଟରେ (Mangal Gochar In Cancer 2023 ) ପ୍ରବେଶ କରିଛନ୍ତି (Mars Transit 2023)। କର୍କଟରେ ମଙ୍ଗଳ ଦୁର୍ବଳ ରହିଛି । ଏଭଳି ସ୍ଥିତିରେ କିଛି ରାଶିର (zodiac sign) ଉପରେ ଏହାର ସୁପ୍ରଭାବ ପଡିବ । ତେବେ, କର୍କଟରେ ମଙ୍ଗଳ ଗ୍ରହର ଚଳନ ହେତୁ ଏହି ୫ ରାଶିର ଲୋକଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିବ । ପଢନ୍ତୁ ପୁରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Mangal Gochar Effect 2023: ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହ ଗମନାଗମନର ନିଜସ୍ୱ ଏକ ଗୁରୁତ୍ୱ ରହିଛି । ଯେତେବେଳେ କୌଣସି ଗ୍ରହ ଗମନାଗମନ କରେ, ଏହାର ପ୍ରଭାବ ସମସ୍ତ ରାଶି (zodiac signs ) ଉପରେ ପଡିଥାଏ । ତେବେ, ଏଠାରେ ଆମେ ଆପଣଙ୍କୁ କୁହନ୍ତୁ ଯେ, ମଙ୍ଗଳ (Mangal Gochar 2023) ମେ ମାସର ଦ୍ବିତୀୟ ସପ୍ତାହରେ କର୍କଟରେ (Mangal Gochar In Cancer 2023 ) ପ୍ରବେଶ କରିଛନ୍ତି  (Mars Transit 2023)।  କର୍କଟରେ ମଙ୍ଗଳ ଦୁର୍ବଳ ରହିଛି । ଏଭଳି ସ୍ଥିତିରେ କିଛି ରାଶିର  (zodiac sign) ଉପରେ ଏହାର ଖରାପ ପ୍ରଭାବ ପଡିବାକୁ ଥିବା ବେଳେ ଏହାର ସୁପ୍ରଭାବ ଆଉ କିଛି ରାଶି ଉପରେ ପଡିବ । ତେବେ,  କର୍କଟରେ ମଙ୍ଗଳ ଗ୍ରହର ଚଳନ ହେତୁ ଏହି ୫ ରାଶିର ଲୋକଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିବ । ସେମାନଙ୍କର ଭାଗ୍ୟ ଆଜିଠୁ ଫିଟିବା ସହ ଆର୍ଥିକ ଅବସ୍ଥାରେ ମଧ୍ୟ ବଡ ପରିବର୍ତ୍ତନ ହେବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ଏହି ରାଶିର ବ୍ୟକ୍ତି ହେବେ ମାଲେମାଲ୍:

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କର୍କଟରେ (cancer ) ମଙ୍ଗଳ ଗ୍ରହର(Mangal Gochar 2023) ଚଳନ ହେତୁ ମେଷ ରାଶିର ଲୋକେ ଏହାର ଶୁଭଫଳ ପାଇବେ । ଏ-ହି ରାଶିର ବ୍ୟକ୍ତିମାନଙ୍କର ଆର୍ଥିକ ସ୍ଥିତି ମଜବୁତ ହେବା ସହ  ହଠାତ୍ କେଉଁ ଆଡୁ ଧନ ଯୋଗ ରହିଛି । ଏହି ସମୟରେ କ୍ୟାରିୟରେ ଆପଣଙ୍କୁ ଶୁଭ ଫଳ ମିଳିବ । ଏହି ସମୟରେ ଆପଣଙ୍କୁ କାର୍ଯ୍ୟାଳୟରେ ନୂତନ ଦାୟିତ୍ବ ମିଳିବା ସହ ନୂଆ ଚାକିରିର ମଧ୍ୟ ମିଳିବାର ସମ୍ଭାବନା ରହିଛି । ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି। କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସମୟରେ ଶୁଭ ଫଳ ପାଇବେ । ଆପଣଙ୍କ ଆୟ ବଢିବା ସବ ପିତାମାତଙ୍କ ସ୍ବାସ୍ଥ୍ୟ ସାମାନ୍ୟ ଖରାପ  ରହିବ । 

ଏହାବି ପଢନ୍ତୁ: Shani Jayanti: ଦୀର୍ଘ ୩୦ ବର୍ଷ ପରେ ପଡୁଛି ଏପରି ମହାସଂଯୋଗ; ଶନି ଜୟନ୍ତୀରେ ମାଲାମାଲ ହେବ ଏହି ୪ ରାଶି!

ଏହାବି ପଢନ୍ତୁ: Pandit P Khurana Passes Away: ଆଉ ନାହାଁନ୍ତି ଆୟୁଷ୍ମାନ ଖୁରାନାଙ୍କ ପିତା

ବୃଷ: କର୍କଟ ରାଶିରେ ମଙ୍ଗଳ ପ୍ରବେଶ କରିବା ଯୋଗୁଁ ଏହି ରାଶିରେ ବ୍ୟକ୍ତିଙ୍କ ଭାଗ୍ୟ ଆଜିଠାରୁ ଖୋଲିଛି । ଏହି ରାଶିର ଲୋକଙ୍କ ପାଇଁ ଏହା ଏକ ଶୁଭ ସମୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସମୟରେ ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। କେବଳ ସେତିକି ନୁହେଁ, ଏହି ସମୟରେ ଆପଣ ନୂଆ ଡିଲ୍ ମଧ୍ୟ ଫାଇନାଲ କଲେ । ବ୍ୟବସାୟରେ ଆଶାତିତ ସଫଳତା ପାଇ ପାରିବେ। ନୂତନ ଗାଡି ଓ ଘର ମଧ୍ୟ ଆପଣ ଏହି ସମୟରେ କିଣି ପାରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଆସିବ । ଏଥି ସହିତ ଆପଣଙ୍କର ବିବାହ ଯୋଗ ମଧ୍ୟ ଫିଟିଛି । ଯେଉଁମାନଙ୍କର ଦିର୍ଘ ଦିନ ଧରି ବିବାହ ହୋଇପାରୁନ ଥିଲା । ସେମାନଙ୍କ ପାଇଁ ଏହି ଏହି ସମୟରେ ଏକ ରାଜ ଯୋଟକ ଆସିଛି । ଏହି ସମୟରେ ସେମାନଙ୍କ ବିବାହ ହୋଇପାରିବ । 

ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,ଏହି ସମୟ ମିଥୁନ ରାଶି ଲୋକଙ୍କ ପାଇଁ କୈଣସି ସୁବର୍ଣ୍ଣ ସମୟ ଠାରୁ କମ୍  ନୁହେଁ । ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବା । ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ସମୟରେ ସେମାନଙ୍କୁ ନୂଆ ଚାକିରିର ଯୋଗ ମଧ୍ୟ ରହିଛି । ଏପରିକି ସରାକାରୀ ଚାକିରିର ମିଳିବାର ମଧ୍ୟ ସମ୍ଭାବନା ରହିଛି। ଏପରିକି କାର୍ଯ୍ୟାଳୟରେ ଆପଣଙ୍କୁ ନୂତନ ଦାୟିତ୍ବ ମିଳିବା ସହ ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ହେବ। ଏପରିକି ଆପଣଙ୍କ ବିରୋଧରେ ଶତ୍ରୃମାନେ କରୁଥିବା ଯୋଜନା ପଣ୍ତ ହେବ । ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି।

କନ୍ୟା:  କର୍କଟରେ ମଙ୍ଗଳ ଗ୍ରହର ଚଳନ ହେତୁ ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଆଜିଠାରୁ ଫିଟି ଯାଇଛି । ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ଏମାନଙ୍କର କୌଣସି ଆର୍ଥିକ ସମସ୍ୟା ରହିବ ନାହିଁ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଥିବାରୁ ଆର୍ଥିକ ସ୍ଥିତି ମଜବୁତ ରହିବ। କେବଳ ଏତିକି ନୁହେଁ, ଏହି ଅବଧି ମଧ୍ୟରେ ବ୍ୟବସାୟରେ ଭଲ ଲାଭ ହେବେ ବ୍ୟବସାୟୀ। ଅଧିକାଂଶ ସମୟ ପୂଜାପାଠରେ କଟିବ । ସାଙ୍ଗସାଥୀଙ୍କ ଠାରୁ ବଡ ସାହାର୍ଯ୍ୟ ମିଳିବ ।
 
ତୁଳା: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ମଧ୍ୟ ସୂର୍ଯ୍ୟଙ୍କ ପରି ଚମକିବ। ଖାସ୍ କରି ଆର୍ଥିକ ସ୍ଥିତି ମଜବୁତ ହେବା ସହ ଘରେ ଲାଗି ରହିଥିବା ଆର୍ଥିକ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଆସିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।  ଏହି ସମୟରେ ଆପଣ ନୂତନ ଜମି କିଣିବାର ମଧ୍ୟ ଯୋଗ ରହିଛି । ଏବଂ ବ୍ୟବସାୟୀ ମାନଙ୍କ ପାଇଁ ଏହି ସମୟ ବେଶ ଅନୁକୂଳ ରହିବ। ଏହି ସମୟରେ ସେମାନେ କୌଣସି ନୂଆ ଡିଲ୍ ମଧ୍ୟ ଫାଇନାଲ କରିପାରିବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )