Pandit P Khurana Passes Away: ଆଉ ନାହାଁନ୍ତି ଆୟୁଷ୍ମାନ ଖୁରାନାଙ୍କ ପିତା
Advertisement
Article Detail0/zeeodisha/odisha1702712

Pandit P Khurana Passes Away: ଆଉ ନାହାଁନ୍ତି ଆୟୁଷ୍ମାନ ଖୁରାନାଙ୍କ ପିତା

Pandit P Khurana Passes Away News In Odia: ଆୟୁଷ୍ମାନ ଖୁରାନାଙ୍କ(bollywood actor ayushmann khurrana) ପିତା ପଣ୍ତିତ ପି. ଖୁରାନାଙ୍କର(Pandit P Khurana) ଆଜି ପରଲୋକ ହୋଇଛି (Pandit P Khurana Passes Away)। ହୃଦଘାତରେ (heart attack) ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Pandit P Khurana Passes Away News In Odia: ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ(bollywood actor ayushmann khurrana) ପିତା  ପଣ୍ତିତ ପି. ଖୁରାନାଙ୍କର(Pandit P Khurana) ଆଜି ପରଲୋକ ହୋଇଛି (Pandit P Khurana Passes Away)। ହୃଦଘାତରେ (heart attack) ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପିତାଙ୍କ ମୃତ୍ୟୁ ନେଇ ଭାଙ୍ଗି ପଡିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପରିବାର ଲୋକେ । କୁହାଯାଉଛି ଯେ, ଆଜି ସକାଳେ ହଠାତ୍ ପଣ୍ତିତ ପି. ଖୁରାନାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହୋଇ ପଡିଥିଲା। ଯେଉଁ କାରଣରୁ ତାଙ୍କୁ (Fortis Hospital) ମୁମ୍ବାଇରେ ଥିବା ଫୋରିଷ୍ଟ ହସପିଟାଲରେ ଭର୍ତ୍ତୀ କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ।  

ଦିର୍ଘ ଦିନ ହେବ ହୃଦରୋଗରେ ପୀଡିତଲ ଥିଲେ :ମିଡିଆ ରିପୋର୍ଟ ଅନୁଯାୟୀ, ଆୟୁଷ୍ମାନ ଖୁରାନାଙ୍କ ପିତା ପି ଖୁରାନା (Pandit P Khurana) ଗତ କିଛି ଦିନ ହେବ ଅସୁସ୍ଥ ରହିଥିଲେ।  ସେ ଦିର୍ଘ ଦିନ ଧରି ହୃଦରୋଗ ଜନିତ ସମସ୍ୟାରେ ପୀଡିତ ଥିଲେ । ଏନେଇ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଶୁକ୍ରବାର(ଆଜି) ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇପଡିଥିଲା। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତୀ କରିଥିଲେ। କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ଗମ୍ଭୀର ହେବାକୁ ଲାଗିଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । 

Also Read: Road Accident: ପିକନିକ୍ ସାରି ଘରକୁ ଫେରୁଥିଲେ ୫ ସାଙ୍ଗ, ଧକ୍କା ଦେଲା ଟ୍ରକ୍ ଘଟଣାସ୍ଥଳରେ ଆଖି ବୁଜିଲେ ୩

Also Read: Angul News: ଦିର୍ଘ ୧୦ ବର୍ଷ ପରେ ନିଜ 'ସାବିତ୍ରୀ' ପାଖକୁ ଫେରିଲେ ଓଡ଼ିଶାରେ ଏହି 'ସତ୍ୟବାନ', ପଢନ୍ତୁ ଏହି ରିପୋର୍ଟ...

ଆୟୁଷ୍ମାନ ଖୁରାନାଙ୍କ ପିତା ଜଣେ ଜଣାଶୁଣା ପଣ୍ତିତ ଥିଲେ: ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆୟୁଷ୍ମାନ ଖୁରାନାଙ୍କ ପିତା ପଣ୍ଡିତ ପି ଖୁରାନା ଜଣେ ନାଁ କରା ଜ୍ୟୋତିଷ ଥିଲେ। ପି ଖୁରାନାଙ୍କର ୨ ପୁଅ ଅଛନ୍ତି । ଜଣେ ହେଲେ ଅପାରଶକ୍ତି ଖୁରାନା ଓ ଆୟୁଷ୍ମାନ ଖୁରାନା । ତେବେ, ନିଜ ପିତାଙ୍କ ଦେହାନ୍ତ ନେଇ ଆୟୁଷ୍ମାନ ଖୁରାନା ଟ୍ବିଟ୍ ଯୋଗେ ସମସ୍ତଙ୍କୁ ସୂଚନା ଦେଇଛନ୍ତି । ସେ ନିଜ ଟ୍ବିଇଟରେ ଲେଖିଛନ୍ତି ଯେ, ଆଜି ସକାଳ ୧୦ଟା  ୩୦ ମିନିଟ୍ ସମୟରେ ମୋ ପିତାଙ୍କ ଦେହାନ୍ତ ହୋଇଛି । ଏହି ସମୟରେ ସମସ୍ତଙ୍କ ସମବେଦନା ମୋତେ ଏଭଳି ମୂହୁର୍ତ୍ତରେ ଆଗକୁ ବଢିବାରେ ଶକ୍ତି ଦେଇଛି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। 

ଆୟୁଷ୍ମାନ ଖୁରାନା ତାଙ୍କ ପିତାଙ୍କ ସହ ଅତି ନିକଟତର ।  ସମସ୍ତ ସୁଖଦୁଖ ସେ ତାଙ୍କ ପିତାଙ୍କ ସହ ବାଣ୍ଟନ୍ତି ।  ଆୟୁଷ୍ମାନ ତାଙ୍କ ପିତାଙ୍କୁ ତାଙ୍କର ହିରୋ ବୋଲି ଭାବନ୍ତି । 'ଫାଦର୍ସ ଡେ' ଆୟୁଷ୍ମାନ  ତାଙ୍କ ପିତାଙ୍କ ପାଇଁ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ଆୟୁଷ୍ମାନ ଲେଖିଥିଲେ ଯେ, 'ମୋ ବାପା ଆଇନର ପାଠ ପଢିଥିଲେ,  କିନ୍ତୁ ସେ ଜ୍ୟୋତିଷ ହେବାକୁ ପସନ୍ଦ କରିଥିଲେ। ସଙ୍ଗୀତ, କବିତା ଏବଂ କଳା ବିଷୟରେ ତାଙ୍କର ବହୁତ ବୁହୁତ କିଛି ଜଣା ଅଛି । ତାଙ୍କ ଠାରୁ ହିଁ ମୁଁ କଳା ଜଗତରେ ଆଗେଇବାକୁ ପ୍ରେରଣା ପାଇଲି, ଆଜି ମୁଁ ଯେଉଁଠି ପହଞ୍ଚିଛି ,ସେଥିରେ ମୋ ବାପାଙ୍କର ପୂର୍ଣ୍ଣ ସହଯୋଗ ରହିଛି। ତୁମେ କେବଳ ଆମକୁ ଶୃଙ୍ଖଳା ଶିଖାଇଲ ଏବଂ ଜୀବନରେ ଆଗକୁ ବଢିବାକୁ ଆମକୁ ପ୍ରେରଣା ଦେଲ । ପ୍ରତ୍ୟକ ବିପଦ ସମୟରେ ତମେ ହିଁ ସାହାରା ସାଜି ଛିଡା ହୁଅ । '