Mangal Gochar 2023: କର୍କଟକୁ ଚଳନ କଲେ ମଙ୍ଗଳ, ଆଜିଠୁ ଏହି ତିନି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଲାଗିଲା ଲଟେରୀ,ହୋଇଯିବେ ମାଲେମାଲ୍!
Advertisement
Article Detail0/zeeodisha/odisha1726303

Mangal Gochar 2023: କର୍କଟକୁ ଚଳନ କଲେ ମଙ୍ଗଳ, ଆଜିଠୁ ଏହି ତିନି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଲାଗିଲା ଲଟେରୀ,ହୋଇଯିବେ ମାଲେମାଲ୍!

Mangal Gochar 2023: ମଙ୍ଗଳ ଗ୍ରହ (Mangal Gochar 2023) ମଧ୍ୟ ନିଜ ଗତି ପରିବର୍ତ୍ତନ କରିଛନ୍ତି।  ମଙ୍ଗଳ(Mars Transit) ବର୍ତ୍ତମାନ କର୍କଟ (Cancer )ରାଶିରେ ପ୍ରବେଶ କରିଛନ୍ତି । କର୍କଟ ରାଶିରେ ମଙ୍ଗଳଙ୍କ ଗମନ ହେତୁ କିଛି ରାଶି ଉପରେ ଏହାର ଭଲ ପ୍ରଭାବ ପଡିଥିବା ବେଳେ ଆଉ କିଛି ରାଶି ଉପରେ ଏହାର ଖରାପ ପ୍ରଭାବ ପଡିବା । ଏହି କାରଣରୁ ରାଜଯୋଗ ସୃଷ୍ଟି ହୋଇଛି । ଫଳରେ ୧୨ଟି ରାଶି (zodiac signs) ମଧ୍ୟରୁ ଏହି ତିନି ରାଶିର ଲୋକଙ୍କ ଭାଗ୍ୟରେ ଆଜିଠୁ ବଡ଼ ପରିବର୍ତ୍ତନ ଆସିବ। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Mangal Gochar 2023: ପ୍ରତ୍ୟକ ଗ୍ରହ ଏକ ନର୍ଦ୍ଦିଷ୍ଟ ସମୟରେ ଏକ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି । ସେହିପରି ମଙ୍ଗଳ ଗ୍ରହ (Mangal Gochar 2023) ମଧ୍ୟ ନିଜ ଗତି ପରିବର୍ତ୍ତନ କରିଛନ୍ତି। ସେ ନିଜର ରାଶି ପରିବର୍ତ୍ତନ କରିଛନ୍ତି । ମଙ୍ଗଳ(Mars Transit) ବର୍ତ୍ତମାନ  କର୍କଟ (Cancer )ରାଶିରେ ପ୍ରବେଶ କରିଛନ୍ତି । କର୍କଟ ରାଶିରେ ମଙ୍ଗଳଙ୍କ ଗମନ ହେତୁ କିଛି ରାଶି ଉପରେ ଏହାର ଭଲ ପ୍ରଭାବ ପଡିଥିବା ବେଳେ ଆଉ କିଛି ରାଶି ଉପରେ ଏହାର ଖରାପ ପ୍ରଭାବ ପଡିବା । ମଙ୍ଗଳଙ୍କୁ ସାହସ, ବୀରତ୍ୱ ଧନ,ବିବାହର ସ୍ବାମୀ ବୋଲି କୁହାଯାଏ । ଯେଉଁ ରାଶିରେ ମଙ୍ଗଳଙ୍କ ସ୍ଥିତି ଦୁର୍ବଳ ଥାଏ ସେହି ରାଶିରେ ବ୍ୟକ୍ତିଙ୍କ ଜୀବନରେ ଦୁର୍ଦିନ ମାଡିଆସେ । ଖାସକରି , ମଙ୍ଗଳ ଯେଉଁ ରାଶିରେ ଦୁର୍ବଳ ଥାଆନ୍ତି ସେହି ରାଶିର ଲୋକଙ୍କୁ ବଡ ଦୁର୍ଘଟଣା ବା ବିପଦର ସାମ୍ନା କରିବାକୁ ପଡିଥାଏ। ତେବେ, ମଙ୍ଗଳ ୧ ଜୁଲାଇ ପର୍ଯ୍ୟନ୍ତ କର୍କଟରେ ରହିବେ । ଏହି କାରଣରୁ ରାଜଯୋଗ ସୃଷ୍ଟି ହୋଇଛି । ଫଳରେ  ୧୨ଟି ରାଶି (zodiac signs) ମଧ୍ୟରୁ ଏହି ତିନି ରାଶିର ଲୋକଙ୍କ ଭାଗ୍ୟରେ ଆଜିଠୁ ବଡ଼ ପରିବର୍ତ୍ତନ ଆସିବ।

Also Read : WTC Final 2023: ପ୍ଲେଇଂ ଇଲେଭେନରେ ଏହି ଦୁର୍ଦ୍ଦଶ ଖେଳାଳିଙ୍କ ସ୍ଥାନ ପକ୍କା, ସଂକେତ ଦେଲେ ଦ୍ରାବିଡ଼

Also Read : Horoscope Today 6 June 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ଏହି ରାଶିର ବ୍ୟକ୍ତି ହେବେ ମାଲେମାଲ୍:
 
ମେଷ: ମଙ୍ଗଳ କର୍କଟ ରାଶିରେ ପ୍ରବେଶ କରିବା ହେତୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ମଙ୍ଗଳ ମେଷର ଚତୁର୍ଥ ଘରେ ଅଛନ୍ତି। ମଙ୍ଗଳଙ୍କ ଏହି ସ୍ଥିତି ମେଷ ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ଏହି ସମୟରେ ହଠାତ୍ କେଉଁ ଆଡୁ ଆପଣଙ୍କୁ ଧନଲାଭର ଯୋଗ ରହିଛି ।  ଆର୍ଥିକ ସ୍ଥିତି ସୁଦୃଢ ହେବା ସହିତ ଆପଣ ଏହି ସମୟରେ ନୂଆ ଗାଡି ବା ଜମି କିମ୍ବା ଘର କ୍ରୟ କରିପାରିବେ। ଏହି ମାସରେ ଆପଣ ଅଧିକ ଦାମୀ ଜିନିଷ କିଛି କିଣି ଘରକୁ ଆଣିପାରିବେ। ଏପରିକି କର୍ମ କ୍ଷେତ୍ରରେ ପଦୋନ୍ନତି ମିଳିବାର ବେଶ୍ ସମ୍ଭାବନା ରହିଛି । ଏପରିକି ଏହି ସମୟରେ ଏହି ରାଶି ଲୋକଙ୍କ ପାଇଁ ଶୁଭ ସମୟ ଆସିଛି । ବିବାହର ଯୋଗ ମଧ୍ୟ ସୃଷ୍ଟି ହୋଇଛି।  ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ ।  

କର୍କଟ: ମଙ୍ଗଳ କର୍କଟ ରାଶିରେ ପ୍ରବେଶ କରିବା କାରଣରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଆଜିଠାରୁ ସୁନା ପରି ଚମକିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦୂର ହେବା ସହ ଏହି ମାସରେ ଆପଣଙ୍କୁ ନୂତନ ନିଯୁକ୍ତି ମଧ୍ୟ ମିଳିବାର ସମ୍ଭାବନା ରହିଛି । ଆପଣ ଏହି ସମୟରେ ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ। ଯାହା ଆପଣଙ୍କୁ ବେଶ୍ ଅଧିକ ଲାଭ ଦେବ । ଏପରିକି ଆପଣ ଏହି ସମୟରେ ବ୍ୟବସାୟ ପାଇଁ କୌଣସି ନୂଆ ଡିଲ୍ ମଧ୍ୟ କରିପାରିବେ। ଆପଣଙ୍କର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି  ଆସିବ। ଏହି ସମୟରେ, ଆପଣ ସମସ୍ତ କାର୍ଯ୍ୟରେ ନିଜ ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଆପଣଙ୍କ ରାଶିରେ ମଙ୍ଗଳଙ୍କ ସ୍ଥିତି ମଜବୁତ ଥିବାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଟଙ୍କାର ବର୍ଷା ହେବ । ଘରେ ସୁଖ ସମୃଦ୍ଧି ବୃଦ୍ଧି ଘଟିବ।

ତୁଳା: ତେବେ, ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ମଧ୍ୟ ବଡ ପରିବର୍ତ୍ତନ ଆସିଛି। ସମସ୍ତ କ୍ଷେତ୍ରରେ ଏହି ରାଶିର ଲୋକଙ୍କୁ ସଫଳତା ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମିଳିବା ସହ ନୂଆ ଚାକିରି ମିଳିବାର ମଧ୍ୟ ସମ୍ଭାବନା ରହିଛି । କମ୍ପିଟେଟିଭ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭଫଳ ପ୍ରାପ୍ତିହେବ। ମନେରଖନ୍ତୁ ଯେ, ଆପଣ ଏହି ସମୟରେ କାହା ସହିତ ଶତ୍ରୃତା କରନ୍ତୁ ନାହିଁ । ନଚେତ୍ ଆପଣଙ୍କୁ ଏହି ଶତ୍ରୃତା କରିବା ଭାରି ପଡିପାରେ। ଏହା ସହିତ ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ଦିର୍ଘ ଏକ ମାସ ପର୍ଯ୍ୟନ୍ତ ଠିକ୍ ରହିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)