WTC Final 2023: ପ୍ଲେଇଂ ଇଲେଭେନରେ ଏହି ଦୁର୍ଦ୍ଦଶ ଖେଳାଳିଙ୍କ ସ୍ଥାନ ପକ୍କା, ସଂକେତ ଦେଲେ ଦ୍ରାବିଡ଼
Advertisement

WTC Final 2023: ପ୍ଲେଇଂ ଇଲେଭେନରେ ଏହି ଦୁର୍ଦ୍ଦଶ ଖେଳାଳିଙ୍କ ସ୍ଥାନ ପକ୍କା, ସଂକେତ ଦେଲେ ଦ୍ରାବିଡ଼

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଜୁନ୍ ୭ରୁ ଇଂଲଣ୍ଡର ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC)ର ଅନ୍ତିମ ମ୍ୟାଚ୍ ଖେଳିବାକୁ ଯାଉଛି। ଏହି ମ୍ୟାଚ୍ ପାଇଁ ଅଜିଙ୍କ୍ୟ ରାହାଣେ ଟିମ୍ ଇଣ୍ଡିଆରେ ସାମିଲ ହୋଇଛନ୍ତି। ରାହାଣେ ଆଇପିଏଲ ୨୦୨୩ ବିଜେତା CSK ପାଇଁ ବେଶ ଦମଦାର ଇନିଂସ ଖେଳି ନିଜର ଫର୍ମ ପ୍ରମାଣ କରିଥିଲେ। ବର୍ତ୍ତମାନ ସେ

WTC Final 2023: ପ୍ଲେଇଂ ଇଲେଭେନରେ ଏହି ଦୁର୍ଦ୍ଦଶ ଖେଳାଳିଙ୍କ ସ୍ଥାନ ପକ୍କା, ସଂକେତ ଦେଲେ ଦ୍ରାବିଡ଼

WTC Final 2023: ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଜୁନ୍ ୭ରୁ ଇଂଲଣ୍ଡର ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC)ର ଅନ୍ତିମ ମ୍ୟାଚ୍ ଖେଳିବାକୁ ଯାଉଛି। ଏହି ମ୍ୟାଚ୍ ପାଇଁ ଅଜିଙ୍କ୍ୟ ରାହାଣେ ଟିମ୍ ଇଣ୍ଡିଆରେ ସାମିଲ ହୋଇଛନ୍ତି। ରାହାଣେ ଆଇପିଏଲ ୨୦୨୩ ବିଜେତା CSK ପାଇଁ ବେଶ ଦମଦାର ଇନିଂସ ଖେଳି ନିଜର ଫର୍ମ ପ୍ରମାଣ କରିଥିଲେ। ବର୍ତ୍ତମାନ ସେ ୧୮ ମାସ ପରେ ପ୍ରଥମ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଥିବା ନେଇ ସୂଚନା ରହିଛି। 

ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡ ଖେଳୁଥିବା ଏକାଦଶରେ ରାହାଣେଙ୍କୁ ଅନ୍ତର୍ଭୁକ୍ତ କରିଥିବା ସୂଚାଇ ଦେଇଛନ୍ତି। ଦ୍ରାବିଡ କହିଛନ୍ତି ଆମକୁ କିଛି ଆଘାତ ଲାଗିଛି, ଯେଉଁଥିପାଇଁ ସେ ଦଳକୁ ଫେରିବାର ସୁଯୋଗ ପାଇଛନ୍ତି। ତାଙ୍କ ପରି କେହି ଜଣେ ଫେରିବା ଆମ ପାଇଁ ଭଲ ଅଟେ। ସେହି ଅଭିଜ୍ଞତାକୁ ଆଧାର କରି ଖେଳାଳି ଦଳ ପାଇଁ ବହୁତ କିଛି ଆଣିଥାଏ। ସେ ବିଦେଶୀ ଅବସ୍ଥାରେ ପ୍ରଦର୍ଶନ କରନ୍ତି।

ସେ ଇଂଲଣ୍ଡରେ ମଧ୍ୟ ଆମ ପାଇଁ କିଛି ଭଲ ଇନିଂସ ଖେଳିଛନ୍ତି। ସେ ସ୍ଲିପ୍ସରେ ଉତ୍କୃଷ୍ଟ କ୍ୟାଚ୍ ମଧ୍ୟ ନେଇଥାନ୍ତି। ସେ ତାଙ୍କ ଚରିତ୍ରକୁ ଦଳକୁ ଆଣିଥାନ୍ତି ଯାହା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ। ସେ ଦଳ ପାଇଁ ଅନେକ ସଫଳତା ଆଣିଛନ୍ତି। ମୁଁ ଚାହେଁ ନାହିଁ ଯେ ସେ ଏହିପରି କେବଳ ଗୋଟିଏ ଟେଷ୍ଟ ଖେଳନ୍ତୁ | ଦ୍ରାବିଡ କହିଛନ୍ତି ଯେ ୮୨ ଟେଷ୍ଟ ଖେଳିଥିବା ଏହି ଭେଟେରାନ ଖେଳାଳି ଦେଶ ପାଇଁ ଏହି ଟେଷ୍ଟ ଖେଳିବାର ସମର୍ଥ ରହିବେ। 

ଦ୍ରାବିଡ ଆହୁରି କହିଛନ୍ତି ବେଳେବେଳେ ଆପଣ ଦଳ ବାହାରେ ଅଛନ୍ତି। ନିୟମରେ ଏହା ଲେଖା ନାହିଁ ଯେ ତୁମେ କେବଳ ଗୋଟିଏ ମ୍ୟାଚ୍ ପାଇବ। ଯୁବକମାନେ ଆହାତ ସମସ୍ୟାରୁ ଫେରି ଆସିଲେ ମଧ୍ୟ କ’ଣ ହୋଇପାରେ ତାହା ଆପଣ କେବେ ଜାଣି ନାହାଁନ୍ତି। ତେଣୁ ମୋ ମତରେ ଏହା କେବଳ ଏହି ମ୍ୟାଚ୍ ବିଷୟରେ ନୁହେଁ। ହଁ, ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତା’ପରେ ଏହାକୁ ଜିନିଷଗୁଡ଼ିକର ବୃହତ ପ୍ରସଙ୍ଗରେ ଦେଖିବାକୁ ପଡିବ।

ଭାରତୀୟ ଦଳ: ରୋହିତ ଶର୍ମା (କ୍ୟାପଟେନ), ରବିଚନ୍ଦ୍ରନ ଅଶ୍ୱିନ, କେ.ଏସ୍ ଭରତ, ଶୁଭମାନ ଗିଲ, ରବିନ୍ଦ୍ର ଜାଡେଜା, ବିରାଟ କୋହଲି, ଇଶାନ କିଶନ, ଚେତେଶ୍ୱର ପୂଜାରା, ଆକ୍ସାର ପଟେଲ, ଅଜିଙ୍କ୍ୟ ରାହାଣେ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଜୟଦେବ ଉନାଦକତ।

ସେପଟେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ହରଭଜନ ପ୍ଲେଇଂ ଏକାଦଶ ପ୍ରସ୍ତୁତ କରି ଭରତୀୟ ଦଳକୁ ବେସ ଝଟକା ଦେଇଥିଲେ। ହରଭଜନ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକାଦଶ ସମ୍ପର୍କରେ ଖେଳାଳି ଚୟନ କରିଛନ୍ତି।  ଏଥିରେ ସେ ରୋହିତ ଶର୍ମା ଏବଂ ଶୁବମାନ ଗିଲଙ୍କୁ ପାଳି ଆରମ୍ଭ କରିବାକୁ ବାଛିଛନ୍ତି। ଏଥି ସହିତ ପୂଜାରାଙ୍କୁ ତିନି ନମ୍ବରରେ ସ୍ଥାନ ଦିଆଯାଇଛି। ଏହା ବ୍ୟତୀତ ଭଜୀ ବିରାଟ କୋହଲିଙ୍କୁ ଚତୁର୍ଥ ସ୍ଥାନରେ ରଖିଛନ୍ତି। ଯିଏ ଆଜିକାଲି ସର୍ବୋତ୍ତମ ଫର୍ମ ଦେଇ ଗତି କରୁଛନ୍ତି। ହରଭଜନଙ୍କ କହିବା ଅନୁଯାୟୀ ଅଜିଙ୍କ୍ୟ ରାହାଣେ ପଞ୍ଚମ ସ୍ଥାନରେ ଖେଳିବେ। ରାହାଣେ ଆଇପିଏଲରେ ଦମଦାର ଫର୍ମରେ ରହିଛନ୍ତି। ଲିଗ୍‌ରେ ପ୍ରଦର୍ଶନ ହେତୁ ରାହାଣେଙ୍କୁ ସୁଯୋଗ ଦେଇଛନ୍ତି ହରଭନୃଜନଦଳ ପରିଚାଳନା ଏବଂ ଚୟନକର୍ତ୍ତାମାନେ ଅଭିଜ୍ଞତାକୁ ଗୁରୁତ୍ୱ ଦେଇଛନ୍ତି ଭଜି। ରାହାନେ ଜଣେ ମଜବୁତ ଖେଳାଳି ବୋଲି ଭଜି ସୂଚନା ଦେଇଛନ୍ତି। 

ଓ୍ୱିକେଟ କିପର ଭାବେ ଏହି ଖେଳାଳିଙ୍କୁ ବାଛିଲେ
ହରଭଜନ ସିଂ ତାଙ୍କ ଚୂଡ଼ାନ୍ତ ଏକଦାଶରେ ୱିକେଟ କିପର ଭାବରେ ଇଶାନ କିଶନଙ୍କୁ ଚୟନ କରିଛନ୍ତି। ସେ ଯୁବ ଖେଳାଳିଙ୍କୁ ଖେଳ ପରିବର୍ତ୍ତନକାରୀ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି। ୟୁଟ୍ୟୁବ୍ ଚ୍ୟାନେଲରେ ଆଲୋଚନା ସମୟରେ ସେ କହିଛନ୍ତି ଯେ ୱିକେଟ୍ କିପର କେ.ଏସ୍ ଭରତ ଏବଂ ଇଶାନ କିଶନଙ୍କ ବିଷୟରେ ୬ ନମ୍ବରରେ ଆଲୋଚନା ହେଉଛି। ମୁଁ କହିବି ଯେ ଯଦି ଆପଣ ଏକ ଗେମ୍ ଚେଞ୍ଜର ଚାହୁଁଛନ୍ତି, ତେବେ କିଶାନକୁ ବାଛନ୍ତୁ ବୋଲି ଭଜି କହିଛନ୍ତି। ପୂର୍ବରୁ ଏହି ନମ୍ବରରେ କେ.ଏଲ୍ ରାହୁଲ ଥିଲେ, ଯାହାଙ୍କୁ ମୁଁ ସମର୍ଥନ କରୁଥିଲି କିନ୍ତୁ ସେ ଆହତ ହୋଇ ଦଳରୁ ବାଦ ପଡ଼ିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଇଶାନ 'ତୁମେ କହିବ ଯେ ହଠାତ୍ ଦଳକୁ ଆସିବା ପରେ ମୁଁ ଇଶାନ କିଶାନଙ୍କୁ ସମର୍ଥନ କରୁଛି? ଦେଖ, ଏହା କେବଳ ଗୋଟିଏ ମ୍ୟାଚ୍। ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ କି କିନ୍ତୁ ମନରେ ରଖନ୍ତୁ ନାହିଁ। ପ୍ରଭାବଶାଳୀ ଖେଳାଳିଙ୍କୁ ଫେରାନ୍ତୁ ଯେଉଁମାନେ ଆପଣଙ୍କୁ ମ୍ୟାଚ୍ ଜିତାଇପାରିବେ। ମୁଁ ଏଠାରେ ଇଶାନ କିଶନଙ୍କୁ ସମର୍ଥନ କରୁଛି। ହରଭଜନ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଏହା ଆଗରେ ସାତ ନମ୍ବରରେ ରଖିଛନ୍ତି। ଏଥି ସହିତ ଅଷ୍ଟମ ସ୍ଥାନ ପାଇଁ ସେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରୁ ଜଣେ ଚୟନ ବିଷୟରେ କହିଛନ୍ତି। ଏହା ବ୍ୟତୀତ ଦ୍ରୁତ ବୋଲରମାନଙ୍କ ମଧ୍ୟରେ ଶାମି, ସିରାଜ ଏବଂ ଉମେଶ ଯାଦବଙ୍କୁ ସ୍ଥାନ ଦିଆଯାଇଛି।

ହରଭଜନ ସିଂହଙ୍କ ଚୂଡ଼ାନ୍ତ ଏକଦଶ
ରୋହିତ ଶର୍ମା (କ୍ୟାପଟେନ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ଇଶାନ କିଶନ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର / ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସିରାଜ, ମହମ୍ମଦ ଶାମି, ଉମେଶ ଯାଦବ।