Anant Ambani: ଅନନ୍ତ ଅମ୍ବାନୀଙ୍କୁ ହୋଇଥିଲା କି ରୋଗ, ମୁହଁ ଖୋଲିଲେ ମା ନୀତା ଅମ୍ବାନୀ
Advertisement

Anant Ambani: ଅନନ୍ତ ଅମ୍ବାନୀଙ୍କୁ ହୋଇଥିଲା କି ରୋଗ, ମୁହଁ ଖୋଲିଲେ ମା ନୀତା ଅମ୍ବାନୀ

Anant Ambani Health Update: ରାଧିକା ମରଚାଣ୍ଟଙ୍କ ପିତା ବିରେନ୍ ମରଚାଣ୍ଟ ଏବଂ ମୁକେଶ ଅମ୍ବାନୀ ବହୁତ ଘନିଷ୍ଠ ବନ୍ଧୁ। ବିରେନ୍ ଏନ୍କୋର ସ୍ୱାସ୍ଥ୍ୟସେବାର ସିଇଓ ଅଟନ୍ତି । ରାଧିକା ବିରେନ ଏବଂ ଶାଇଲା ମରଚାଣ୍ଟଙ୍କ ଏକମାତ୍ର ଝିଅ। ସେପଟେ ଅନନ୍ତ ଅମ୍ବାନୀଙ୍କୁ ପୂର୍ବରୁ ହୋଇଥିବା ରୋଗକୁ ନେଇ ନୀତା ଅମ୍ୱାନୀ ଏକ ସାକ୍ଷାତକାରରେ କିଛି ପ୍ରତିକ୍ରିୟା ଦେଇଛନ୍ତି।

Anant Ambani: ଅନନ୍ତ ଅମ୍ବାନୀଙ୍କୁ ହୋଇଥିଲା କି ରୋଗ, ମୁହଁ ଖୋଲିଲେ ମା ନୀତା ଅମ୍ବାନୀ

Anant Ambani: ଦୁନିଆର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରେ ଥିବା ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ନିଜ ବିବାହ ଖବରକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି।  ରାଧିକା ମରଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ଗତକିଛି ଦିନ ତଳେ ଉଭୟଙ୍କ ନିର୍ବନ୍ଧ ବହୁ ଧୁମଧାମରେ ପାଳନ ହୋଇଯାଇଛି। ଆଣ୍ଟିଲିଆର ଅମ୍ବାନୀଙ୍କ ଘରେ ଏହି ନିର୍ବନ୍ଧର ଆୟୋଜନ କରାଯାଇଥିଲା ଯେଉଁଠାରେ ବଲିଉଡର ବଡ ଶିଳ୍ପପତି ଏବଂ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ। ନିର୍ବନ୍ଧ ପରେ ଅନନ୍ତ ଏବଂ ରାଧିକାଙ୍କ ଅନେକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଅନନ୍ତ ଅମ୍ବାନୀଙ୍କ ଓଜନକୁ ନେଇ ଅନେକ ସମୟରେ ଖବର ସାମ୍ନାକୁ ଆସିଥାଏ। 

ପାଞ୍ଚ ବର୍ଷ ପୂର୍ବେ, TOI କୁ ଦେଇଥିବା ଏକ ସାକ୍ଷାତକାରରେ ନୀତା ଅମ୍ବାନୀ(Nita Ambani) କହିଥିଲେ ଯେ ତାଙ୍କ ସାନ ପୁଅ ଆସ୍ଥମା ରୋଗରେ ପୀଡିତ ଥିଲେ । ସେଥିପାଇଁ ତାଙ୍କୁ ଅନେକ ଷ୍ଟେରଏଡ ନେବାକୁ ପଡ଼ିଥିଲା। ବାରମ୍ବାର ଷ୍ଟେରଏଡ ନେବା କାରଣରୁ, ଅନନ୍ତଙ୍କ ଓଜନ ୨୦୮ କିଲୋଗ୍ରାମ ପର୍ଯ୍ୟନ୍ତ ଯାଇଥିଲା । ଅନନ୍ତ ଅମ୍ବାନୀ ଏହା ପରେ ପରେ ଶହେ କିଲୋ କୁ ଖସିଆସିଥିଲେ ଅର୍ଥାତ୍ ୧୦୮ କିଲୋ କମାଇଥିଲେ ଅନନ୍ତ। ଯାହା ଇଣ୍ଟରନେଟ(Internet)ରେ ବହୁତ ହଇଚଇ ସୃଷ୍ଟି କରିଥିଲା। ସମସ୍ତେ ତାଙ୍କଠାରୁ ଏହି ପରିବର୍ତ୍ତନର ଟିପ୍ସ ଏବଂ ଏହା ପଛରେ କଠିନ ପରିଶ୍ରମ ଜାଣିବାକୁ ଚାହୁଁଥିଲେ । ରିପୋର୍ଟ ଅନୁଯାୟୀ, ଅନନ୍ତ ଅମ୍ବାନୀ ମାତ୍ର ୧୮ ମାସ ମଧ୍ୟରେ କଠିନ ପରିଶ୍ରମ କରି ୧୦୮ କିଲୋଗ୍ରାମ ହ୍ରାସ କରିଥିଲେ।

ନୀତା ଅମ୍ବାନୀ କହିଥିଲେ ଯେ ଅସୁସ୍ଥତା ହେତୁ ତାଙ୍କ ପୁଅ ଅନନ୍ତଙ୍କୁ ଅନେକ ଷ୍ଟେରଏଡ(Steroid) ନେବାକୁ ପଡିଥିଲା। ସେ ଏବେ ମଧ୍ୟ ମେଦବହୁଳତା ପରି ସମସ୍ୟା ଦେଇ ଗତି କରୁଛନ୍ତି। ସେ କହିଛନ୍ତି ଯେ ଅନେକ ମାଆ ଏହାକୁ ସ୍ୱୀକାର କରିବାକୁ ଲଜ୍ଜିତ, କିନ୍ତୁ ମୁଁ ଭାବୁଛି ପିଲାଟି ତୁମକୁ ଦେଖେ । ସେଥିପାଇଁ ସେ ଓଜନ ହ୍ରାସ କରିବାକୁ ଉତ୍ସାହିତ ହେବା ଉଚିତ୍, ଯାହା ମୁଁ କରିଥିଲି । ଓଜନ କମାଇବା ପାଇଁ ଅନନ୍ତ ଅମ୍ବାନୀ ସଠିକ୍ ଖାଦ୍ୟ ସହିତ ପ୍ରତିଦିନ ପାଞ୍ଚରୁ ଛଅ ଘଣ୍ଟା ବ୍ୟାୟାମ କରୁଥିଲେ। ସେ ପ୍ରତିଦିନ ୨୧ କିଲୋମିଟର ଚାଲିବା ସହିତ ଯୋଗ, କାର୍ଡିଓ କରୁଥିଲେ । ଡାଏଟ୍ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଅନନ୍ତ ଅମ୍ବାନୀ(Anant Ambani) ଏହି ସମୟ ମଧ୍ୟରେ ଜଙ୍କ୍ ଫୁଡ୍ ଛାଡିଥିଲେ । ସେ କେବଳ ୧୨୦୦ ରୁ ୧୪୦୦ କ୍ୟାଲୋରୀ ନେଉଥିଲେ । 

ଦୁନିଆର ସବୁଠାରୁ ଧନୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାଲିକ ମୁକେଶ ଅମ୍ବାନୀଙ୍କ ଘରେ ଖୁସି ଏବେ କହିଲେ ନସେର। ବାସ୍ତବରେ, ମୁକେଶଙ୍କ ସାନପୁଅ ଅନନ୍ତ ଅମ୍ବାନୀ ରାଧିକାଙ୍କ (Anant Ambani-Radhika Merchant) ସହ ନିର୍ବନ୍ଧ ସରିଛି । ବର୍ତ୍ତମାନ ଏହି ସମାରୋହର ଅନେକ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଉଭୟ ପରିବାରରେ ଖୁସିର ବାତାବରଣ ଖେଳିଯାଇଛି। ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ମୁମ୍ବାଇରେ ନୁହେଁ ବରଂ ରାଜସ୍ଥାନର ଶ୍ରୀନଥଜୀ ମନ୍ଦିରରେ ପୁରୋହିତ ଏବଂ ପଣ୍ଡିତ ମାନଙ୍କ ଉପସ୍ଥିତିରେ ପୂରା ରୀତିନୀତି ଏବଂ ମନ୍ତ୍ରଜପରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉଭୟ ପରିବାରରୁ କେବଳ ପରିବାର ସଦସ୍ୟ ଏବଂ କିଛି ଅତି ଘନିଷ୍ଠ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଥିଲେ।

(Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡି଼ଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ ।)

Also Read: Hug Benefits: ଆଲିଙ୍ଗନରୁ ମିଳିଥାଏ ଏହି ଜବରଦସ୍ତ ଫାଇଦା, ଦୂର ହୋଇଥାଏ ଏହି ସବୁ ରୋଗ

Aslo Read: Hindu Dharma: ଏହି ୬ ଦିନ ପୁରୁଷ ଓ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ଅନୁଚିତ, ନଚେତ୍ କୂଳର ହେବ ନାଶ!