ହୃଦଘାତରୁ ରକ୍ଷା କରିବ ଏହି ୫ଟି ଦେଶୀ ଜିନିଷ,ପ୍ରାକୃତିକ ଉପାୟ ଆପଣାନ୍ତୁ ସୁସ୍ଥ ରୁହନ୍ତୁ
Advertisement
Article Detail0/zeeodisha/odisha1266028

ହୃଦଘାତରୁ ରକ୍ଷା କରିବ ଏହି ୫ଟି ଦେଶୀ ଜିନିଷ,ପ୍ରାକୃତିକ ଉପାୟ ଆପଣାନ୍ତୁ ସୁସ୍ଥ ରୁହନ୍ତୁ

କେତେକ ଲୋକେ ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ହୃଦରୋଗର ବିପଦକୁ ଏଡାଇବା ପାଇଁ  ବ୍ଲଡ଼ ଥିନର ବା ରକ୍ତକୁ ପତଳା କରିବା ପାଇଁ କିଛି ଔଷଧ ସେବନ କରିଥାଆନ୍ତି । ହୃଦଘାତରୁ ରକ୍ଷା କରିବ ଏହି ୫ଟି ଦେଶୀ ଜିନିଷ

ହୃଦଘାତରୁ ରକ୍ଷା କରିବ ଏହି ୫ଟି ଦେଶୀ ଜିନିଷ,ପ୍ରାକୃତିକ ଉପାୟ ଆପଣାନ୍ତୁ ସୁସ୍ଥ ରୁହନ୍ତୁ

କେତେକ ଲୋକେ ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ହୃଦରୋଗର ବିପଦକୁ ଏଡାଇବା ପାଇଁ  ବ୍ଲଡ଼ ଥିନର ବା ରକ୍ତକୁ ପତଳା କରିବା ପାଇଁ କିଛି ଔଷଧ ସେବନ କରିଥାଆନ୍ତି । ଏହି ଔଷଧକୁ ( Blood Thinner ) କୁହାଯାଏ । ଏହା ରକ୍ତକୁ  ଜମାଟ ନ  ବାନ୍ଧିବା ଏବଂ ରକ୍ତ କୋଷିକା ମଧ୍ୟରେ ଏକତ୍ରିତ ନ କରିବା ପାଇଁ ସେବନ କରାଯାଇଥାଏ । କିନ୍ତୁ ଆପଣ ଯଦି ୫ଟି ଉପାୟରେ କିଛି ଜିନିଷ ଖାଆନ୍ତି ତେବେ ଆପଣଙ୍କୁ ଏପରି ଔଷଧ ସେବନ କରିବା ଆବଶ୍ୟକତା ନାହିଁ । ଆପଣଙ୍କୁ କହି ରଖୁଛୁ କି ଯେବେ ଶରୀରରେ ରକ୍ତ ଗାଢା ହେବାକୁ ଲାଗେ ସେତେବେଳେ ଏହାର ଲକ୍ଷଣ ମଧ୍ୟ ଦେଖିବା ଆରମ୍ଭ ହୋଇଥାଏ । ଯେତେବେଳେ ରକ୍ତ ଗାଢା ହୁଏ ସେତେବେଳେ ମୁଣ୍ଡବିନ୍ଧା, ଉଚ୍ଚ ରକ୍ତଚାପ, କୁଣ୍ଡେଇ ହେବା, ଆର୍ଥ୍ରାଇଟିସ୍ , ମୁଣ୍ଡ ବୁଲାଇବା, ଦୃଷ୍ଟିଶକ୍ତି ହ୍ରାସ ପାଇବା , ଋତୁସ୍ରାବ ସମୟରେ ରକ୍ତହୀନତା ସମସ୍ୟା ଦେଖିବାକୁ ମିଳେ । ତେବେ ଆସନ୍ତୁ ସେହି ୫ଟି ଜିନିଷ ବିଷୟରେ ଜାଣିବା ଯାହା ରକ୍ତକୁ ପତଳା କରିପାରେ । 

ଭିଟାମିନ୍-E ଖାଦ୍ୟ-
ଜାଣି ରଖନ୍ତୁ ଭିଟାମିନ୍-E ରକ୍ତ ଜମାଟ ବାନ୍ଧିବାର ସ୍ଥିତିକୁ ରୋକିଥାଏ । ରକ୍ତକୁ ପତଳା କରୁଥିବା ଔଷଧ ସେବନ କରୁଥିବା ଲୋକଙ୍କୁ , ଭିଟାମିନ-E ସପ୍ଲିମେଣ୍ଟ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ । ଭିଟାମିନ୍-E ଏକ ପ୍ରାକୃତିକ ରକ୍ତ ପତଳା ଭାବରେ କାମ କରିଥାଏ । ଭିଟାମିନ-E ପାଇବା ପାଇଁ ଆପଣ ପାଳଙ୍ଗ ଏବଂ ଆଲମଣ୍ଡ୍ ଭଳି ଜିନିଷ ଖାଇପାରିବେ । 
 
ହଳଦୀ ଏକ ପ୍ରାକୃତିକ ବ୍ଲଡ ଥିନର ପରି କାମ କରେ -
ଖାଦ୍ୟରେ ବ୍ୟବହାର କରାଯାଉଥିବା ହଳଦୀ ହେଉଛି ଏକ ପ୍ରାକୃତିକ ବ୍ଲଡ ଥିନର ବା ରକ୍ତ ପତଳା କରିବାର ଉପାୟ । ହଳଦୀରେ କର୍କୁମିନ୍ ଥାଏ ଯାହା ରକ୍ତକୁ ପତଳା କରିଥାଏ ଏବଂ ରକ୍ତ ଜମାଟ ବାନ୍ଧିବାରେ ରୋକିଥାଏ । 

ରସୁଣ ଖାଇବା ଦ୍ବାରା ରକ୍ତ ପତଳା ହୋଇଥାଏ -
ଖାଦ୍ୟର ସ୍ବାଦ ବଢାଇବା ପାଇଁ ଲୋକେ ରସୁଣ ଖାଆନ୍ତି କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ କି ରସୁଣ ଏକ ପ୍ରାକୃତିକ ଆଣ୍ଟିବାୟୋଟିକ୍ । ରସୁଣରେ ଆଣ୍ଟିଥ୍ରୋମ୍ବୋଟିକ୍ ଏଜେଣ୍ଟ ଥାଏ ଯାହା ରକ୍ତକୁ ପତଳା କରିଥାଏ ଏବଂ ରକ୍ତ ଜମାଟ ବାନ୍ଧିବାରେ ରୋକିଥାଏ । 

ନାଲି ଲଙ୍କାର ଉପକାରିତା-
ନାଲି ଲଙ୍କା ବହୁତ ଲାଭଦାୟକ । ଏହା ଆମ ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ । ନାଲି ଲଙ୍କାରେ ସାଲିସିଲେଟ୍ ମିଳିଥାଏ ଯାହା ଆପଣଙ୍କ ରକ୍ତଚାପ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ । 

ଅଦାର ଉପକାରିତା-
ଉଲ୍ଲେଖନୀୟ ବିଷୟ ଏହା କି ଅଦା ଏକ ଆଣ୍ଟି-ଇନଫ୍ଲାମେଟୋରୀ ମସଲା ଅଟେ । ଅଦାରେ ଆସ୍ପିରିନ୍ ସାଲିସିଲାଟ୍ର ସିନ୍ଥେଟିକ୍ ଗୁଣ ରହିଛି । ଯାହା ଏକ ଶକ୍ତିଶାଳୀ ବ୍ଲଡ ଥିନର ଭାବେ କାର୍ଯ୍ୟ କରିଥାଏ । ଆପଣ ସାଧାରଣତଃ ଅଦାକୁ ଚା ଏବଂ  ବିଭିନ୍ନ ଖାଦ୍ୟରେ ମିଶାଇ ଖାଇପାରିବେ ।