'ଚିହ୍ନା' ଥିଲେ ରିୟଲିଟି ସୋ'ରେ ସୁଯୋଗ ମିଳେ: ନବାଗତ ପ୍ରଭେଜ
Advertisement
Article Detail0/zeeodisha/odisha620245

'ଚିହ୍ନା' ଥିଲେ ରିୟଲିଟି ସୋ'ରେ ସୁଯୋଗ ମିଳେ: ନବାଗତ ପ୍ରଭେଜ

ବିନା ସଂଘର୍ଷରେ ସଫଳତା ନାହିଁ: ନବାଗତ ପ୍ରଭେଜ

ବିନା ସଂଘର୍ଷରେ ସଫଳତା ନାହିଁ: ନବାଗତ ପ୍ରଭେଜ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ସିନେ ଦୁନିଆରେ ନବାଗତ, ହେଲେ ପ୍ରତିଭା କୌଣସି ଅଭିଜ୍ଞ ଠାରୁ କମ ନୁହେଁ । ବଡ଼ ପରଦାକୁ ଲକ୍ଷ୍ୟ ରଖି ସିନେ ଦୁନିଆରେ ପାଦ ରଖିଛନ୍ତି ସେ । ଆଉ ଓଡ଼ିଆ ଆଲବମ ମାଧ୍ୟମରେ ବେଶ ଖ୍ୟାତି ସାଉଟିଛନ୍ତି ଗଞ୍ଜାମର ପ୍ରଭେଜ କୁମାର । ସିନେ ଦୁନିଆରେ ନିଜର କ୍ୟାରିୟର ଗଢିବା ପାଇଁ ସେ ଖୁବ ଆଗ୍ରହୀ । ତାଙ୍କର ନିଶାକୁ ପେଶାରେ ପରିବର୍ତ୍ତନ କରିବା ପାଇଁ ଅଗାଧ ପରିଶ୍ରମ ଜାରି ରଖିଛନ୍ତି ସେ ।

fallback

ତେବେ ସୁଯୋଗକୁ ଅପେକ୍ଷା କରିଥିବା ପ୍ରଭେଜଙ୍କୁ ସୁଯୋଗ ଦେଇଥିଲେ ସମ୍ରେଶ ରାଉତରାୟ । ଅଭିଶେଖ ତିୱାରିଙ୍କ ହିନ୍ଦୀ ଆଲବମ 'ମେରା ଚାନ୍ଦ'ରୁ ହିଁ ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି ସେ । ଓଡ଼ିଆ ଆଲବମରୁ କ୍ୟାରିଅର ଆରମ୍ଭ କରିଥିବା ପ୍ରଭେଜ ନିଜର ନିଖୁଣ ଅଭିନୟ ବଳରେ ଅଭିଜ୍ଞ କଳାକାରଙ୍କୁ ମଧ୍ୟ ପଛରେ ପକାଇ ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୪ଟି ଆଲବମ ସଙ୍ଗ କରିସାରିଛନ୍ତି । ଏସବୁ ସୋସିଆଲ ମିଡ଼ିଆ ୟୁଟ୍ୟୁବ ଓ ଫେସବୁକରେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିପାରିଛି । ତେବେ ତାଙ୍କ ସହିତ ଆମର ଅଳ୍ପ ଆଳାପରେ ସେ ବାଣ୍ଟିଛନ୍ତି ନିଜର କିଛି ଅନୁଭୂତି ଓ ଲକ୍ଷ୍ୟ ସମ୍ପର୍କରେ ।

fallback

ପ୍ରଭେଜ କହିଥିଲେ '' ହିନ୍ଦୀ ଆଲବମ 'ମେରା ଚାନ୍ଦ'  ଗୀତରେ ମାଇଲେଜ ମିଳିବା ପରେ ସେ ଆଉ ପଛକୁ ଫେରିନାହାନ୍ତି । ଏହି ଆଲବମ ପରେ ତାଙ୍କ ପାଖକୁ ଆସିଛି ଗୋଟିଏ ପରେ ଗୋଟିଏ ଅଫର । ଦୁଇଟି ଯାକ ଆଲବମ ହିଟ୍ ହେବା ପରେ ପୁଣି ଏକ ଭିନ୍ନ ସ୍ୱାଦର ରାପ୍ ସଙ୍ଗରେ କାମ କରିବାର ତାଙ୍କୁ ସୁଯୋଗ ମିଳିଥିଲା । 'ସ୍କିଲ୍ଡ ଇନ ଓଡ଼ିଶା' ରାପ୍ ସଙ୍ଗରେ ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ଆଉ ନିଜର କ୍ୟାରିଅରକୁ ଆହୁରି ମଜଭୁତ କରିଥିଲେ । ରାପ୍ ସଙ୍ଗ ପରେ  'ପୁଣି କେବେ ଦେଖା ହେବ'ରେ ପୁଣି ନିଜର ନିଖୁଣ ଅଭିନୟ କରିବାର ସୁଯୋଗ ପାଇଥିଲେ ଓ ଆଲବମଟି ମଧ୍ୟ ଖୁବ ହିଟ୍ ହୋଇଥିଲା । ବର୍ତ୍ତମାନ ତାଙ୍କର ପୁଣି ଏକ ଓଡ଼ିଆ ହିଟ୍ ଆଲବମ 'ଇସ୍କ ହୋଇଗଲା ତ ସାଥିରେ'  ନିକଟରେ ରିଲିଜ ହୋଇଛି । ଏହି ଆଲବମଟି ମଧ୍ୟ ସୋସିଆଲ ମିଡିଆରେ ଖୁବ ଲୋକପ୍ରିୟତା ସାଉଁଟୁଛନ୍ତି । 

fallback

ନିଜର କ୍ୟାରିଅର ଅନୁଭୂତି ବାଣ୍ଟିବାପରେ ପ୍ରଭେଜ ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ଥିତି ସହିତ ନିଜକୁ କିପରି ଖାପ ଖୁଆଇ ଚଳେଇବାକୁ ହେବ ସେ ନେଇ ନିଜର ପ୍ରସ୍ତୁତି ସମ୍ପର୍କରେ କହିଥିଲେ । 

ପୂର୍ବରୁ ଅନେକ ନବାଗତ ଓଡ଼ିଆ ଆଲବମ କରି ସେଥିରେ ତିଷ୍ଠି ନ ପାରି ସାଇଡ ହୋଇଯାଇଥିବା ବେଳେ ପ୍ରଭେଜ ନିଜର କ୍ୟାରିଅରକୁ ନେଇ କେତେ କନଫିଡେଣ୍ଟ ତାର ଉତ୍ତର ମଧ୍ୟ ରଖିଥିଲେ । 

ପ୍ରଭେଜଙ୍କ ମତରେ ଯେଉଁମାନେ ତିଷ୍ଠି ନ ପାରି ସାଇଡ ହୋଇ ଯାଉଛନ୍ତି ସେମାନେ ସଙ୍ଘର୍ଷ କରିବାକୁ ଚାହୁଁ ନାହାନ୍ତି । ଆଉ ବିନା ସଙ୍ଘର୍ଷରେ ସଫଳତା ନାହିଁ । ସଫଳତାର ଶୀର୍ଷକୁ ପହଞ୍ଚିବା ପାଇଁ ହେଲେ ଆତ୍ମଗର୍ବ ଓ ଅହଙ୍କାରକୁ ଦୂରେଇ ରଖି ଉତଥାନ ଓ ପତନ ଦୁଇଟିକୁ ସାମ୍ନା କରିବାକୁ ପଡିବ । ଆଉ ଗୋଟିଏ କଳାକାର ଜୀବନରେ ଏସବୁ ଲାଗି ରହିଥାଏ । 

ରିଆଲିଟି ସୋ ବର୍ତ୍ତମାନ ସମୟରେ କଳାଜଗତକୁ ଏଣ୍ଟ୍ରି ମାରିବାରେ ଏକ ମାଧ୍ୟମ ପାଲଟିଗଲାଣି । ଏବଂ ଏହି ମାଧ୍ୟମର ପ୍ରଭେଜ କେବେ ସାହାର୍ଯ୍ୟ ନେଇଛନ୍ତି କି ନାଇ ତାର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ସବୁ ରିଆଲଟି ସୋରେ ଖୁବ ରାଜନୀତି ହେଉଛି । ପ୍ରାୟତଃ ନିଜର ଚିହ୍ନା ପରିଚୟ ଥିଲେ ସୋ ଜିତିବାର ସୁଯୋଗ ମିଳୁଥିବାବେଳେ ଖୁବ୍ କମ କଳାକାରଙ୍କ କଳାଙ୍କୁ ରିୟାଲିଟି ସୋରେ ସମ୍ମାନୀତ କରାଯାଉଛି । ତେଣୁ ମୁଁ ରିୟାଲିଟି ସୋକୁ ଏକ ବଡ଼ ମାଧ୍ୟମ ବୋଲି ଭାବୁ ନାହିଁ । 

୨୦୨୦ରେ ପ୍ରଭେଜଙ୍କର ଅନେକ ସର୍ଟ ଫିଲ୍ମ ଓ ୱେବ ସିରିଜ ରିଲିଜ ହେବ । ଯାହାକୁ ନେଇ ଖୁବ ଆଶାବାଦୀ ଅଛନ୍ତି ପ୍ରଭେଜ ।

ବର୍ତ୍ତମାନ ଯାଏ ପାଇଥିବା ସଫଳତା ପାଇଁ ପ୍ରଭେଜ ଅଭିଶେଖ ଗୁଡୁ ପାତ୍ର, ସମରେଶ ରାଉତରାୟ, କେଡି ସିପୁନ, ରେଜେନ୍ଦ୍ର ମହାନ୍ତ, ମଣ୍ଟି, ସାଙ୍ଗସାଥୀ ଓ ନିଜର ପରିବାରବର୍ଗଙ୍କୁ ଶ୍ରେୟ ଦେବା ସହିତ ସମସ୍ତଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।