kartika Panchuka 2023: ଗୁରୁବାରଠାରୁ ଆରମ୍ଭ ହେବ ପଞ୍ଚୁକ ବତ୍ର, ଜାଣନ୍ତୁ କାହିଁକି କରାଯାଏ ପାଳନ?
Advertisement
Article Detail0/zeeodisha/odisha1972233

kartika Panchuka 2023: ଗୁରୁବାରଠାରୁ ଆରମ୍ଭ ହେବ ପଞ୍ଚୁକ ବତ୍ର, ଜାଣନ୍ତୁ କାହିଁକି କରାଯାଏ ପାଳନ?

Panchuka 2023: କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଲ ଏକାଦଶୀଠାରୁ ପୂର୍ଣ୍ଣିମା ପାଳନ କରାଯାଏ । ଏହା ମହା ପଞ୍ଚକ, ବଳ ପଞ୍ଚକ ବା ଭୀଷ୍ମ ପଞ୍ଚକ ଭାବେ ବେଶ ଜଣାସୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ ପାଳନ କରିପାରନ୍ତି ନାହିଁ ସେମାନେ ଏହି ପାଞ୍ଚ ଦିନ ହବିଷ୍ୟ ପାଳନ କରିପାରନ୍ତି ।

ସୌ(ସୋସିଆଲ ମିଡିଆ)

kartika Panchuka 2023: ଗୁରୁବାରଠାରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଲ ଏକାଦଶୀଠାରୁ ପୂର୍ଣ୍ଣିମା ପାଳନ କରାଯାଏ । ଏହା ମହା ପଞ୍ଚକ, ବଳ ପଞ୍ଚକ ବା ଭୀଷ୍ମ ପଞ୍ଚକ ଭାବେ ବେଶ ଜଣାସୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ ପାଳନ କରିପାରନ୍ତି ନାହିଁ ସେମାନେ ଏହି ପାଞ୍ଚ ଦିନ ହବିଷ୍ୟ ପାଳନ କରିପାରନ୍ତି । ଆଉ କେତେକ ଲୋକେ ଅଳାଁ ନବମୀଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚ ଦିନ ଆମିଷ ଛାଡ଼ି ହିନ୍ଦୁମାନେ ସାତ୍ତ୍ବିକ ଭୋଜନ କରିଥାଆନ୍ତି ।

ପଞ୍ଚୁକ କିମ୍ବଦନ୍ତୀ

କିମ୍ବଦନ୍ତୀ ଅନୁଯାୟୀ, ଏହି ପଞ୍ଚୁକ ପାଞ୍ଚ ଦିନ ବଗମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହିଥାଆନ୍ତି । ତେଣୁ ଏହାକୁ "ବକ ପଞ୍ଚକ" ମଧ୍ୟ କୁହାଯାଏ ।

ଅନ୍ୟପଟେ, ଶର ଶଯ୍ୟା ଉପରେ ଶାୟିତ ଭୀକ୍ଷ୍ମ ମୋକ୍ଷ ଧର୍ମ, ରାଜ ଧର୍ମ, ଦାନ ଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ତବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଞ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, "ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ଆପଣ ଜଳର ଇଚ୍ଛା କରିଛନ୍ତି  । ଅର୍ଜୁନ ବାଣ ଦ୍ୱାରା ଗଙ୍ଗା ଜଳ ପ୍ରସ୍ତୁତ କଲେ, ଯାହାଦ୍ୱାରା ଆପଣଙ୍କର ଦେହ ମନ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚ ଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ ସେମାନେ ମୋତେ ତୃପ୍ତ କରିବେ । ଏହା ‘ଭୀଷ୍ମ ପଞ୍ଚକ’ ଭାବେ ନାମିତ ହେବା ସହ ପ୍ରତିବର୍ଷ ଏହାର ପାଳନ କରାଯିବ ।

ସାଧାରଣତଃ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଲୋକ ଏହି ‘ଭୀଷ୍ମ ପଞ୍ଚକ ବ୍ରତ’ ପାଳନ କରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏକ ଲକ୍ଷ ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କ ନିକଟରେ ଅର୍ପଣ କଲେ ସମସ୍ତ ଦେବତା ପ୍ରସନ୍ନ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି ।

ତେବେ ପଞ୍ଚୁକ ଅବସରରେ ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କୁ ଅନେକ ଆକର୍ଷଣୀୟ ବେଶରେ ସଜ୍ଜିତ କରାଯାଏ ।

ଏକାଦଶୀରେ- ଲକ୍ଷ୍ମୀ ନାରାୟଣ ବେଶ

ଦ୍ବାଦଶୀରେ- ବାଙ୍କଚୂଡ଼ା ବା ବାମନ ବେଶ

ତ୍ରୟୋଦଶୀରେ-ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ

ଚତୁର୍ଦ୍ଦଶୀରେ- ଲକ୍ଷ୍ମୀନୃସିଂହ ବେଶ

ପୂର୍ଣ୍ଣମୀରେ- ରାଜରାଜେଶ୍ବର ବେଶ

ଅବକାଶ ନୀତି ଶେଷ ହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ । ବେଶ ଥାଇ ଠାକୁରମାନଙ୍କ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳ ଧୂପ ଓ ଭୋଗ ମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ । ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଜଗନ୍ନାଥଙ୍କ ପଞ୍ଚକ ପାଞ୍ଚ ଦିନ ଏହି ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ ।

ଏହା ବି ପଢନ୍ତୁ-Guru Gochar 2024: ତୁଳା ରାଶିକୁ ଚଳନ କରିବେ ବୃହସ୍ପତି, ୩ ରାଶିଙ୍କ ବଦଳିବ ଜୀବନ!