Odisha News: ଗାଁରେ ମଦ ବନ୍ଦ ପାଇଁ ପୂଜା, ମଦ ପିଇଲେ ଓ ବିକିଲେ ପଡିବ ଅଭିଶାପ
Advertisement
Article Detail0/zeeodisha/odisha2498962

Odisha News: ଗାଁରେ ମଦ ବନ୍ଦ ପାଇଁ ପୂଜା, ମଦ ପିଇଲେ ଓ ବିକିଲେ ପଡିବ ଅଭିଶାପ

Odisha News: ଗାଁ ଗାଁରେ ମଦ ବିରୋଧୀ ସଚେତନତା ଶୋଭାଯାତ୍ରା କରିବା ସହିତ ସଭାସମିତି କରୁଛନ୍ତି ,ମଦ କାରବାର ବନ୍ଦ ପାଇଁ ଚୋରା ମଦ ବେପାରୀଙ୍କୁ ମଧ୍ୟ ବାରଣ କଲେ,ପରେ ଅବକାରୀ ଓ ପୁଲିସ ବିଭାଗକୁ ଲିଖିତ ଅଭିଯୋଗ କଲେ,ହେଲେ କେହି କିଛି ଶୁଣିଲେ ନାହିଁ କି କିଛି ମଧ୍ୟ ପଦକ୍ଷେପ ଗ୍ରହଣ କଲେ ନାହିଁ,ଶେଷରେ ଆଜି ପଡାଙ୍ଗ ପଞ୍ଚାୟତର ସମସ୍ତ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଗାଁ ଦେହୁରୀ ଓ ଜଗନ୍ନାଥ ମନ୍ଦିର ପୂଜକଙ୍କ ଦ୍ବାରା ଗାଁ ଲକ୍ଷ୍ମୀ ମଣ୍ଡପ ଠାରେ ଭାଗବତ ପୂଜା କରିବା ସହିତ ଗାଁରେ ମଦ ବିକ୍ରି ଓ ପିଇବା ପାଇଁ ବାରଣ ସହିତ ପ୍ରତି ଘରୁ ସଂଗୃହିତ ଧାନରେ ପ୍ରସ୍ତୁତ ଧାନ ଓ ଖଇକୁ ଉଡାଇଛନ୍ତି,ଯିଏ ଅମାନ୍ୟ କରିବ ତା''ର କ୍ଷତି ଓ ବିଘ୍ନ ଘଟିବ ବୋଲି ଅଭିଶାପ ଦେଇଛନ୍ତି।

Odisha News: ଗାଁରେ ମଦ ବନ୍ଦ ପାଇଁ ପୂଜା, ମଦ ପିଇଲେ ଓ ବିକିଲେ ପଡିବ ଅଭିଶାପ

Odisha News: (ଅଭୟ ମହାନ୍ତି) କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ପଡାଙ୍ଗ ଗାଁରେ ବେଆଇନ ମଦ କାରବାର ବିରୋଧରେ ମହିଳାମାନେ ଦୀର୍ଘ ଦିନ ହେଲାଣି ଆନ୍ଦୋଳନ ଜାରୀ ରଖିଛନ୍ତି,ଦିନକୁ ଦିନ ଗାଁରେ ବେଆଇନ ମଦ କାରବାର ବୃଦ୍ଧି ପାଉଛି,୪ ରୁ ୫ ଚୋରା ଦେଶୀ ବିଦେଶୀ ମଦ ଦୋକାନ ଖୋଲି ମାଫିଆମାନେ ଦିନ ରାତି ୨୪ ଘଣ୍ଟା ମଦ କାରବାର କରୁଛନ୍ତି ,ବାଇକ୍ ଓ ବୋଲେରୋ ଗାଡ଼ିରେ ଗାଁରେ ମଦ ଯୋଗାଇ ଦିଆଯାଉଛି ,ମଦ ପିଇ ସ୍ବାମୀ ପୁଅ ଓ ପରିବାର ସଦସ୍ୟ ଘରେ ଅଶାନ୍ତି ସୃଷ୍ଟି କରୁଛନ୍ତି ,ରାସନ ସାମଗ୍ରୀ ଓ ସୁଭଦ୍ରା ଅର୍ଥ ମଧ୍ୟ ମଦ ପିଇବା ପାଇଁ ସ୍ବାମୀ ଜୁଲମ କରୁଥିବା ଅଭିଯୋଗ ହେଉଛି। ରୋଗଗ୍ରସ୍ତ ହୋଇ ଅକାଳରେ ଜୀବନ ମଧ୍ୟ ଲୋକଙ୍କ ଯାଉଛି ,ଫଳରେ ଗାଁରେ ବେଆଇନ ମଦ କାରବାର ବନ୍ଦ ନେଇ ମହିଳାମାନେ ଏକତ୍ରିତ ହୋଇ ଏହାକୁ ବିରୋଧ କରିଛନ୍ତି।

 ଗାଁ ଗାଁରେ ମଦ ବିରୋଧୀ ସଚେତନତା ଶୋଭାଯାତ୍ରା କରିବା ସହିତ ସଭାସମିତି କରୁଛନ୍ତି ,ମଦ କାରବାର ବନ୍ଦ ପାଇଁ ଚୋରା ମଦ ବେପାରୀଙ୍କୁ ମଧ୍ୟ ବାରଣ କଲେ,ପରେ ଅବକାରୀ ଓ ପୁଲିସ ବିଭାଗକୁ ଲିଖିତ ଅଭିଯୋଗ କଲେ,ହେଲେ କେହି କିଛି ଶୁଣିଲେ ନାହିଁ କି କିଛି ମଧ୍ୟ ପଦକ୍ଷେପ ଗ୍ରହଣ କଲେ ନାହିଁ,ଶେଷରେ ଆଜି ପଡାଙ୍ଗ ପଞ୍ଚାୟତର ସମସ୍ତ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଗାଁ ଦେହୁରୀ ଓ ଜଗନ୍ନାଥ ମନ୍ଦିର ପୂଜକଙ୍କ ଦ୍ବାରା ଗାଁ ଲକ୍ଷ୍ମୀ ମଣ୍ଡପ ଠାରେ ଭାଗବତ ପୂଜା କରିବା ସହିତ ଗାଁରେ ମଦ ବିକ୍ରି ଓ ପିଇବା ପାଇଁ ବାରଣ ସହିତ ପ୍ରତି ଘରୁ ସଂଗୃହିତ ଧାନରେ ପ୍ରସ୍ତୁତ ଧାନ ଓ ଖଇକୁ ଉଡାଇଛନ୍ତି,ଯିଏ ଅମାନ୍ୟ କରିବ ତା''ର କ୍ଷତି ଓ ବିଘ୍ନ ଘଟିବ ବୋଲି ଅଭିଶାପ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ତେଲକୋଇ ବ୍ଲକରେ ଗୋଟିଏ ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଓ ଦୁଇଟି ଦେଶୀ ମଦ ଭାଟି ଅନୁମତିପ୍ରାପ୍ତ ହୋଇଥିବା ବେଳେ ପ୍ରାୟ ୪୦ ରୁ ଉର୍ଦ୍ଧ୍ୱ ଚୋରା ବିଦେଶୀ ମଦ ଓ ୨୦୦ ରୁ ଉର୍ଦ୍ଧ୍ୱ ଦେଶୀ ମଦ ଦୋକାନ ବିଭିନ୍ନ ଗାଁ ଗଣ୍ଡାରେ ଖୋଲା ଯାଇଛି,ଫଳରେ ହାତ ପାହାନ୍ତାରେ ମଦ ମିଳି ଯାଉଥିବାରୁ ଲୋକେ ପିଇ ଗାଁରେ ଓ ପରିବାରରେ ଅଶାନ୍ତି ସୃଷ୍ଟି କରିବା ସହିତ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି।ଚୋରା ମଦ କାରବାର ବନ୍ଦ କରାନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।