ହାତରେ ଥିବା ରେଖାରୁ ଜାଣନ୍ତୁ କେତେ ସଫଳ ହେବ ଆପଣଙ୍କ Love
Advertisement
Article Detail0/zeeodisha/odisha934239

ହାତରେ ଥିବା ରେଖାରୁ ଜାଣନ୍ତୁ କେତେ ସଫଳ ହେବ ଆପଣଙ୍କ Love

କେବେ କେବେ ଜାତିପ୍ରଥାା, ତ କେତେବେଳେ ଟଙ୍କା ଓ ଷ୍ଟାଟସକୁ ନେଇ ପ୍ରେମୀଯୁଗଳଙ୍କ ସାମ୍ନାରେ ସମସ୍ୟା ଆସିଯାଏ । ଆଉ ଏହି କ୍ରମରେ ଜଣେ ବ୍ୟକ୍ତି ନିଜ ହସ୍ତରେଖାରୁ ହିଁ ଜାଣିପାରିବେ ଆପଣଙ୍କ ପ୍ରେମ କେତେ ସଫଳ ହେବ ।

ହାତରେ ଥିବା ରେଖାରୁ ଜାଣନ୍ତୁ କେତେ ସଫଳ ହେବ ଆପଣଙ୍କ Love

ନୂଆଦିଲ୍ଲୀ: ଦୁନିଆର ସମସ୍ତେ ଚାହାଁନ୍ତି ଯେ ସେମାନଙ୍କର ଦାମ୍ପତ୍ୟ ଜୀବନ ସୁଖରେ ପରିପୂର୍ଣ୍ଣ ହେଉ, ସେମାନଙ୍କ ସାଥୀ ସେମାନଙ୍କୁ ବହୁତ ଭଲ ପାଆନ୍ତୁ । ମାତ୍ର ଏମିତି ସମସ୍ତଙ୍କ କ୍ଷେତ୍ରରେ ହୋଇନଥାଏ । ତାହା ପ୍ରେମ ବିବାହ ହେଉ ବା ଆରେଞ୍ଜ ମ୍ୟାରେଜ । ସେପଟେ ଯେଉଁମାନେ ପ୍ରେମ କରିଥାନ୍ତି ସେମାନଙ୍କ ସାମ୍ନାରେ ସବୁବେଳେ ସମସ୍ୟା ମୁଣ୍ଡ ଟେକି ଛିଡ଼ା ହୋଇଥାଏ । କେବେ କେବେ ଜାତିପ୍ରଥାା, ତ କେତେବେଳେ ଟଙ୍କା ଓ ଷ୍ଟାଟସକୁ ନେଇ ପ୍ରେମୀଯୁଗଳଙ୍କ ସାମ୍ନାରେ ସମସ୍ୟା ଆସିଯାଏ । ଆଉ ଏହି କ୍ରମରେ ଜଣେ ବ୍ୟକ୍ତି ନିଜ ହସ୍ତରେଖାରୁ ହିଁ ଜାଣିପାରିବେ ଆପଣଙ୍କ ପ୍ରେମ କେତେ ସଫଳ ହେବ ।

ଜାତକ (Horoscope) ର ହାତରେ ବୁଧ ପର୍ବତ ଯେତେ ଉଚ୍ଚତର ବିକଶିତ ହେବ ସେମାନଙ୍କର ପ୍ରେମ ସେତେ ପବିତ୍ର । ଏପରି ଲୋକ ନିଜ ଭଲପାଇବାକୁ ସଫଳ କରିବାକୁ ଯାଇ କୌଣସି ବି ପ୍ରତିବନ୍ଧକକୁ ସାମ୍ନା କରିବାକୁ ପ୍ରସ୍ତୁତ ଥାଆନ୍ତି । ଆଉ ଏଭଳି କ୍ଷେତ୍ରରେ ସେମାନେ ସଫଳ ହୋଇଥାନ୍ତି ମଧ୍ୟ । ବିବାହ ରେଖା ପାଖରେ ଥିବା ତ୍ରିଶୁଳ ଆକାର ଚିହ୍ନ ଯଦି ଥାଏ ତେବେ ଜାଣିବେ ଯେ, ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଜୀବନସାଥୀ ଆପଣଙ୍କୁ ମିଳିବ। ଏମିତି ଲୋକ ସବୁବେଳେ ସାଥୀ ସାଥୀ ଖୁସିରେ ରହିଥାନ୍ତି ।

Also Read: ମୋନାଲିସା ସେୟାର କଲେ ବେଡ୍ରୁମ Video, ଗୋବିନ୍ଦାଙ୍କ ଗୀତରେ ଲଗାଉଛନ୍ତି ଜବରଦସ୍ତ ଠୁମକା

ବୁଧ ପର୍ବତ ରେଖାରେ ଜାତକ ଅନୁଯାୟୀ ରିଲେସନ ସିପ୍ (Relationship) ବିଷୟରେ ମଧ୍ୟ କହିଥାଏ । ରେଖାଠାରୁ ଅଧିକ ଥିବାର ଅର୍ଥ କି ଅଧିକ ଅଫେୟାର୍ସ ବା ଅଧିକ ରିଲେସନ ରଖିବାର ସାମର୍ଥ୍ୟ ରଖିଥାନ୍ତି । ଏମିତି ହେଲେ ସେମାନଙ୍କ ବୈବାହିକ ଜୀବନରେ ଉଥାନ ପତନ ଦେଖିବାକୁ ମିଳିଥାଏ। ଜାତକରେ ଅନାମିକା ଅଙ୍ଗୁଳିର ତଳେ ଥିବା ରେଖା ଯଦି ସୂର୍ଯ୍ୟ ରେଖା ପର୍ଯ୍ୟନ୍ତ ଯାଏ ତେବେ ସେମାନଙ୍କ ଜୀବନସାଥୀ ବହୁତ ଖାସ୍ ହୋଇଥାନ୍ତି । ଏମିତି ଲୋକଙ୍କର ଆକର୍ଷଣ ଏତେ ଥାଏ ଯେ, ସହଜରେ ଏମାନଙ୍କ ପ୍ରେମରେ କେହି ବି ପଡ଼ିଯାଇପାରନ୍ତି। 

Also Read: ବିନା ଟଙ୍କାରେ କରନ୍ତୁ ୫ ଥର Recharge, ଜାଣନ୍ତୁ ପୁରା ପ୍ରୋସେସ୍

କେବଳ ଏତିକି ନୁହେଁ, ଅନେକ ଥର ଏମିତି ବ୍ୟକ୍ତିବିଶେଷଙ୍କ ଜୀବନସାଥୀ ଅର୍ଥନୈତିକ(Financial Problem) ଓ ସାମାଜିକ ସ୍ତରରେ ସେମାନଙ୍କ ଅପେକ୍ଷା ଏକ ଉଚ୍ଚ ସ୍ତରୀୟ ପରିବାରର ହୋଇଥାନ୍ତି । ଯେଉଁ ମାନଙ୍କର ବିବାହ ରେଖା ଆରମ୍ଭ ହୋଇ ଦୁଇଟି ଶାଖାରେ ବିଭକ୍ତ ହୋଇଥାଏ ସେହିପରି ଲୋକଙ୍କ ବିବାହ ବିଚ୍ଛେଦର ବେଶି ସମ୍ଭାବନା ରହିଛି । ଯଦିଓ ଏପରି ଲୋକମାନଙ୍କର ପ୍ରଥମ ବିବାହ ବିଚ୍ଛେଦ ହୁଏନି ତଥାପି ଏମାନେ ଦାମ୍ପତ୍ୟ ଜୀବନରେ ଖୁସି ନଥାନ୍ତି ।