କିଛି ଘରୋଇ ପଦ୍ଧତି କିମ୍ବା ଟିପ୍ସ ସାହାଯ୍ୟରେ ଶିଶୁର ଶରୀରର କେଶ ସବୁଦିନ ପାଇଁ ଅପସାରିତ ହୋଇପାରିବ । ଏହି ରିପୋର୍ଟରେ ଏହି ପଦ୍ଧତିଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା।
Trending Photos
ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଜାଣିଥିବେ ଯେ, କିଛି ନବଜାତ ଶିଶୁର ଶରୀରରେ ଅଧିକ କେଶ ଥାଏ । ଏହି କେଶ ଦେଖି ସେମାନଙ୍କ ମାଆ ମାନେ ଚିନ୍ତା କରିବା ଆରମ୍ଭ କରିଦେଇଥାନ୍ତି । ଯଦି ଶରୀରରେ ଅଧିକ କେଶ ଥାଏ, ତେବେ ପରେ ପିଲା ଅସୁବିଧାରେ ପଡ଼ନ୍ତି। ଶିଶୁର ଶରୀର ଉପରେ ଥିବା କେଶ ତାଙ୍କ ପିତାମାତାଙ୍କ ଜିନ୍ ଉପରେ ନିର୍ଭର କରେ । କିଛି ଘରୋଇ ପଦ୍ଧତି କିମ୍ବା ଟିପ୍ସ ସାହାଯ୍ୟରେ ଶିଶୁର ଶରୀରର କେଶ ସବୁଦିନ ପାଇଁ ଅପସାରିତ ହୋଇପାରିବ । ଏହି ରିପୋର୍ଟରେ ଏହି ପଦ୍ଧତିଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା।
ଜେଜେ ମାଆ ଏବଂ ବୁଢି ମାଆଙ୍କ ସମୟରେ ଏହି ଏକ ଘରୋଇ ଉପଚାର (Home Remedies) ବେଶ ଲାଭ ଦାୟକ ସାବ୍ୟସ୍ତ ହୋଇଛି । ଶିଶୁର ଶରୀରରୁ କେଶ ବାହାର କରିବା ପାଇଁ ମଇଦା ଏବଂ ବେସନକୁ ଭଲ ଭାବରେ ଗୋଳାନ୍ତୁ । ପରେ ଏହାକୁ ଶିଶୁର ଶରୀରରେ ଠିକସେ ମାଲିସ କରନ୍ତୁ । ଏହା କରିବା ଦ୍ୱାରା କେଶର ମୂଳ ନରମ ହେବ ଏବଂ କେଶ ସ୍ୱୟଂଚାଳିତ ଭାବରେ ବାହାରକୁ ଆସିଯିବ। ଯେଉଁଠାରେ ଶିଶୁର ଶରୀରରେ ସର୍ବାଧିକ କେଶ ଥାଏ ସେହି ସ୍ଥାନରେ ଚନ୍ଦନ ପାଉଡର (Sandal Powder) , କ୍ଷୀର ପାଉଡର ଏବଂ ହଳଦୀ ପାଉଡରର ପେଷ୍ଟ ଲଗାନ୍ତୁ। ଶିଶୁକୁ ଗାଧୋଇବା ପୂର୍ବରୁ ଏହି ପେଷ୍ଟ ଲଗାଇଦିଅନ୍ତୁ ।
Also Read: ମୁହଁରୁ ଦାଗ ଲିଭାଇବ ପିଆଜ ଚୋପା, ଜାଣନ୍ତୁ କେମିତି ?
ଶିଶୁର କୋମଳ ଚର୍ମକୁ ଅଲିଭ୍ ତେଲ(Olive Oil) ରେ ମାଲିସ୍ କରିବା ପରେ, ଲାଲ୍ ମସୁର ଡାଲି ଏବଂ କ୍ଷୀରରେ ତିଆରି ଏକ ପେଷ୍ଟକୁ ଶରୀରରେ ଲଗାନ୍ତୁ । ଶିଶୁର ସେହିସ୍ଥାନରେ ଧିରେ ଧିରେ ମାଲିସ କରନ୍ତୁ ଯେଉଁଠାରେ କେଶ (Remove Baby Hair) ଦେଖାଯାଉଥିବ । ଏହା କରିବା ଦ୍ୱାରା ଆପଣ ଦେଖିବେ ଯେ କିଛି ଦିନ ମଧ୍ୟରେ ଏଥିରେ କିଛିଟା ମାତ୍ରାରେ ପାର୍ଥକ୍ୟ ଦେଖାଯିବ । ଶିଶୁର ଶରୀରରେ ହଳଦୀ ଏବଂ କ୍ଷୀରର ମିଶ୍ରଣ ପ୍ରୟୋଗ କରାଗଲେ ବି ତାହା ଲାଭଦାୟକ ହୋଇଥାଏ । ପରେ ଏହା ଶୁଖିଯିବା ପରେ ଏକ ନରମ କପଡ଼ାକୁ କ୍ଷୀରରେ ବୁଡାଇ ଶିଶୁର ଶରୀରକୁ ଧିରେ ଧିରେ ପୋଛି ଦିଅନ୍ତୁ । ପ୍ରତିଦିନ ୨ ଥର ବେବି ଅଏଲରେ ଶିଶୁକ ମାଲିସ କରିବା ଦ୍ୱାରା ଲାଭ ମିଳିଥାଏ । ଏହା କରିବା ଦ୍ୱାରା ଶିଶୁର ଶରୀରରୁ କେଶ ଗୁଡ଼ିକ କମ ହୋଇଥାଏ ।
ବିଶେଷ ଅନୁରୋଧ: ଶିଶୁଙ୍କ ତ୍ୱଚା ବହୁତ କୋମଳ ହୋଇଥାଏ ତେବେ କୌଣସି ପ୍ରକାରର କେମିକାଲ ପ୍ରଡକ୍ଟ (Chemical Product) ବ୍ୟବହାର କରନ୍ତୁନି । ତେବେ ଘରୋଇ ଉପଚାର ଓ କୌଣସି ପ୍ରଡକ୍ଟ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଜରୁରୀ।