Advertisement
Photo Details/zeeodisha/odisha1191715
photoDetails0hindi

ଆପଣ କେବଳ ପାନପତ୍ର ଚୋବାଇ ଖାଇଛନ୍ତି କି? ଜାଣନ୍ତୁ ଏହାର ଚମତ୍କାରୀ ଗୁଣ

ବହୁତ କମ ଲୋକେ ଜାଣିଥିବେ କି, କେବଳ ପାନପତ୍ର ଚୋବାଇ ଖାଇବା ସ୍ବାସ୍ଥ୍ୟ ପାଇଁ କେତେ ଲାଭପ୍ରଦ ଅଟେ! ଆଜି ଆମେ ଆପଣଙ୍କୁ ପାନପତ୍ରର ଗୁଣ ବିଷୟରେ ଅବଗତ କରାଇବୁ। ତେବେ ଆସନ୍ତୁ ଜାଣିବା ପାନପତ୍ରର କଣ ବିଶେଷତ୍ବ ରହିଛି...

କଣ ଗ୍ରୀଷ୍ମ ସମୟରେ ବି ପାନପତ୍ର ଖାଇବା ଉଚିତ୍?

1/5
କଣ ଗ୍ରୀଷ୍ମ ସମୟରେ ବି ପାନପତ୍ର ଖାଇବା ଉଚିତ୍?

ବାସ୍ତବରେ ପାନପତ୍ର ଗରମ ଅଟେ। ଏଥିପାଇଁ ଶୀତଦିନେ ଏହାକୁ ଖାଇବା ଭଲ। କିନ୍ତୁ ଆପଣ ଏହାକୁ ସୀମିତ ପରିମାଣରେ କିମ୍ବା ବେଳେ ବେଳେ ଗ୍ରୀଷ୍ମ ସମୟରେ ବି ଖାଇ ପାରିବେ। ପାନପତ୍ରକୁ ଖାଇବା ପୂର୍ବରୁ ଭଲ ଭାବରେ ଧୋଇ ଦିଅନ୍ତୁ। ଯାହାଫଳରେ ସେଥିରେ ଥିବା ଧୂଳି ଏବଂ ମଇଳା ଦୂର ହୋଇଯିବ ଏହା ପରେ ଆପଣ ସେବନ କରିପାରିବେ।

ମାଢି ଫୁଲା ଦୂର କରେ

2/5
ମାଢି ଫୁଲା ଦୂର କରେ

ଦାନ୍ତରେ ଯନ୍ତ୍ରଣା କିମ୍ବା ଦାନ୍ତ ମାଢି ଫୁଲା ଦୂର କରିବାରେ ପାନପତ୍ର ବେଶ ଲାଭଦାୟକ ଅଟେ। ପାନପତ୍ର ଭିତରେ ଅନେକ ପୋଷକତତ୍ତ୍ବ ମିଳିଥାଏ, ଯାହା ଆପଣଙ୍କ ମାଢି ଦରଜକୁ ରୋକିଥାଏ।

ପାଟିର ଦୂର୍ଗନ୍ଧ ଦୂର ହୋଇଥାଏ

3/5
ପାଟିର ଦୂର୍ଗନ୍ଧ ଦୂର ହୋଇଥାଏ

ପାନପତ୍ରକୁ ଚୋବାଇ ଖାଇବା ଦ୍ବାରା ପାଟିର ଦୂର୍ଗନ୍ଧ ଦୂର ହୋଇଥାଏ। ଏହି ପତ୍ରକୁ ଚୋବାଇ ଖାଇବା ଦ୍ବାରା ପତ୍ରର ରସ ଅପକାରୀ ବ୍ୟାକ୍ଟେରିଆକୁ ମାରିଥାଏ। ଯାହା ଦ୍ବାରା ପାଟିର ଦୂର୍ଗନ୍ଧରୁ ଆପଣଙ୍କୁ ଚିନ୍ତା ମୁକ୍ତ କରିଥାଏ।

ହଜମ ଶକ୍ତି ବୃଦ୍ଧି ପାଏ

4/5
ହଜମ ଶକ୍ତି ବୃଦ୍ଧି ପାଏ

ପାନପତ୍ର ପେଟ ପାଇଁ ବହୁତ ଭଲ। ଏହା ନିୟମିତ ବ୍ୟବହାର ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଏ। ଏହା ସହ ପାନପତ୍ର ଖାଇବା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଗଳାକୁ ସଫା ରଖିଥାଏ

5/5
ଗଳାକୁ ସଫା ରଖିଥାଏ

ପାନପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିମାଇକ୍ରୋବାୟଲ୍ସ ତତ୍ତ୍ବ ରହିଛି ଯାହା  ଆପଣଙ୍କ କାଶ ସମସ୍ୟାକୁ ଦୂର କରିଥାଏ ଏହା ସହ ଗଳାକୁ ସଫା ରଖିଥାଏ।