Healthy Breakfast: ସକାଳ ଜଳଖିଆ ଠିକ୍ ସମୟରେ ଖାଇବା ଦ୍ବାରା ଶରୀର ନିରୋଗ ରହିଥାଏ। ଏକଥା ଆମେ କହୁନୁ, ସ୍ବାସ୍ଥ୍ୟ ବିଶେଷଜ୍ଞ ଏନେଇ ମତବ୍ୟକ୍ତ କରିଛନ୍ତି। ସକାଳ ଜଳଖିଆ ସାରା ଦିନ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ସକାଳ ଜଳଖିଆରେ କ'ଣ ଖାଇବା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ?
ସକାଳ ଜଳଖିଆରେ ପ୍ରତିଦିନ, ଗୋଟିଏ ଅଣ୍ତା ସାମିଲ୍ କରିବା ଜରୁରୀ । ସକାଳ ଜଳଖିଆରେ ଅଣ୍ତା ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ। ଅଣ୍ତାରେ ପ୍ରଚୁର ପରିମାଣରେ ପୋଷକ-ତତ୍ତ୍ବ ଓ ପ୍ରୋଟିନ୍ ମିଳିଥାଏ। ଯାହା ଶରୀରକୁ ନିରୋଗ ରଖିବାରେ ସାହାର୍ଯ୍ୟ କରିବା ସହ ଶକ୍ତି ଯୋଗାଇଥାଏ।
ALSO READ: Vishwakarma Puja 2024: ବିଶ୍ବକର୍ମା ପୂଜାରେ ପଡୁଛି ଦୁଇଟି ଦୁର୍ଲଭ ଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!
(ଚିଆ ସିଡ୍ସ୍ ଓ୍ବାଟର) ମଧ୍ୟ ସକାଳ ବ୍ରେକଫାଷ୍ଟରେ ସାମିଲ୍ କରିପାରିବେ। ଚିଆ ସିଡ୍ସ୍ ଓ୍ବାଟର ବା (ନାଣ୍ତି ବଗୁଲି) ମିଶ୍ରିତ ପାଣି ପ୍ରତିଦିନ ସକାଳେ ପିଇବା ଦ୍ବାରା ଶରରୀକୁ ପ୍ରୋଟିନ୍ ମିଳିଥାଏ। ଏବଂ ମାଂସପେଶୀ ଶକ୍ତିଶାଳୀ ହୋଇଥାଏ।
ସକାଳ ଜଳଖିଆରେ ଦଲିଆ ମଧ୍ୟ ଖାଇଲେ ଶରୀରକୁ ଅଧିକ ଫାଇଦା ମିଳିଥାଏ। ଦଲିଆରେ ପ୍ରଚୁର ପରିମାଣର ଫାଇବର ଓ ରହିଥାଏ। ଏହା ଓଜନ ହ୍ରାସ କରିବାରେ ବେଶ୍ ସହାୟକ ହୋଇଥାଏ। ଏହା ହାଡ଼କୁ ମଜବୁତ୍ କରିବାରେ ସହାୟକ ହୋଇଥାଏ। ଏବଂ ପେଟକୁ ଦିର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିଥାଏ।
ଚୁଡା ଉପମା ବା ପୋହା ଏହାକୁ ଏକ ହେଲଦି ବ୍ରେକ୍ ଫାଷ୍ଟ ବୋଲି କୁହାଯାଇପାରିବ। ଅଧିକାଂଶ ଭାରତୀୟମାନେ ସକାଳେ ଏହି ଖାଦ୍ୟ ଖାଇଥାଆନ୍ତି। ଏଥିରେ ଅଧିକ ଫ୍ୟାଟ୍ , ପ୍ରୋଟିନ୍ ଓ କାର୍ବନ୍ ରହିଥାଏ। ଏହା ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ। ରକ୍ତରେ ସର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ।
ସ୍ପାଉଡ୍ ସାଲାଟ୍ ମଧ୍ୟ ଏକ ହେଲଦି ବ୍ରେକଫାଷ୍ଟ। ଏଥିରେ ଫାଇବର, ଭିଟାମିନ୍ , ମିନେରାଲ୍ସ ଭରପୂର ପରିମାଣରେ ରହିଥାଏ।
(Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)
ट्रेन्डिंग फोटोज़