Advertisement
Photo Details/zeeodisha/odisha2401873
photoDetails0hindi

Business Horoscope Today: ଆଜି ଚମକିବ ଏହି ୫ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ଦ୍ବି-ଗୁଣିତ ଲାଭ ସାଙ୍ଗକୁ... !

Business Horoscope Today: ଆଜି ୨୭ ଅଗଷ୍ଟ ମଙ୍ଗଳବାର। ହନୁମାନଙ୍କ କୃପାରୁ ମିଥୁନ, ସିଂହ ସମତେ ୫ ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଏହି ୫ ରାଶିର ବ୍ୟକ୍ତି ବିଶେଷ ବ୍ୟବସାୟରେ ଅଗ୍ରଗତି କରିବା ସହ ଆୟ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ। ତେବେ, ଆସନ୍ତୁ ଜାଣିବା ଆଜି ବାଣିଜ୍ୟ ବ୍ୟବସାୟ ଓ ଚାକିରିଆଙ୍କ ପାଇଁ କେମିତି ରହିବ ଆଜିର ଦିନ।

 

1/12

ମେଷ:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ଆଶା ଅଭିଲାଷ ପୂରଣ ହେବ। ବ୍ୟବସାୟୀମାନେ ଆଜି କୌଣସି ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପୁଞ୍ଜି ବିନିଯୋଗ କରିବା ପାଇଁ ସମୟ ଭଲ ରହିଛି । କର୍ମକ୍ଷେତ୍ରରେ ଚାକିରିଆମାନେ ନିଜ ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ଘରକୁ ଅତିଥିଙ୍କ ଆଗମନ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ । ସ୍ବାସ୍ଥ୍ୟ ଭଲ ରହିବ। ଆୟ ଠାରୁ ବ୍ୟୟ ଅଧିକ ରହିବ। 

ALSO READ: Shani Budh Yuti 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନି-ବୁଧଙ୍କ କୃପା, କ୍ୟାରିୟରରେ ମିଳିବ ସଫଳତା ସାଙ୍ଗକୁ...

2/12

ବୃଷ: ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ସହକର୍ମୀମାନେ ଆପଣଙ୍କ ବିରୋଧରେ ଷଡଯନ୍ତ୍ର ରଚିବେ। ଦିର୍ଘ ଦିନ ଧରି ଚାକିରି ଅପେକ୍ଷାରେ ଥିବା ଲୋକଙ୍କୁ ଭଲ ନିଯୁକ୍ତି ସୁଯୋଗ ମିଳିବ। ଅଯଥା ବିବାଦରୁ ଦୂରେଇ ରହିବା ଭଲ । ଖୁଚୁରା ବ୍ୟବସାୟୀମାନେ ଲାଭବାନ୍ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସମାଜରରେ ମାନ ସମ୍ମାନ ବୃଦ୍ଧି ପାଇବ।  ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ସାଥୀଙ୍କ ସହ ଏକ ଡେଟ୍ ରେ ଯାଇପାରନ୍ତି। ସପିଂ କରିବା ସହ ଦାମୀ ଉପହାର ପାଇବେ। 

 

3/12

ମିଥୁନ: ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଖାସ୍ ରହିବ। କ୍ୟାରିୟରକୁ ନେଇ କୌଣସି ବଡ଼ ଖବର ମିଳିପାରେ । ରାଜନୈତିକ  କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇପାରେ। ବ୍ୟବସାୟୀମାନେ ଆର୍ଥିକ ଦେଣନେଣ କରିବାରେ ସଫଳ ହେବେ। ପାର୍ଟନର-ସିପ୍ ବ୍ୟବସାୟପେ ଆଶାତିତ ଲାଭ ପାଇବ। କିଛି ନୂଆ କରିବାକୁ ଯୋଜନା କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବା ସହ କର୍ମକ୍ଷେତ୍ରରେ ଚାକିରିଆମାନେ ପଦୋନ୍ନତି ନେଇ କୌଣସି ବଡ଼ ଖବର ପାଇବେ। ଆୟ ବୃଦ୍ଧି ହେବା ସହ ବ୍ୟାଙ୍କ୍ ବାଲାନ୍ସ ମଧ୍ୟ ବଢିବ। ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ। 

 

4/12

କର୍କଟ:   ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଦେବ-ମନ ଭଲ ରହିବ। ଆର୍ଥିକ ସମସ୍ୟା ଦେଖାଦେଇପାରେ। ବ୍ୟବସାୟୀମାନେ ସହଭାଗିତା ବା ପାର୍ଟନରସିପ୍ ରେ କରୁଥିବା ବ୍ୟବସାୟରେ କ୍ଷତି ସହି ପାରନ୍ତି।  କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ । ନଚେତ୍ କ୍ଷତି ସହିବେ।  ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିତ ଡିଲ୍ ଫାଇନାଲକୁ ସ୍ଥଗିତ ରଖିବା ଭଲ। କର୍ମକ୍ଷେତ୍ରରେ ନିଜ ମନକୁ ଶାନ୍ତ ରଖନ୍ତୁ। ପରିସ୍ଥିତିକୁ ଧୌର୍ଯ୍ୟ ସହକାରେ ମୁକାବିଲା କରନ୍ତୁ। ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଇପାରେ। ଆୟ-ବ୍ୟୟ ସମାନ ରହିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁରୁଣା କଥାକୁ ନେଇ କହଳ ସୃଷ୍ଟି ହେବ। 

 

5/12

ସିଂହ: ଏ-ହି ରାଶିର ଲୋକଙ୍କ ପାଇଁ ଦିନଟି ଅଶୁଭ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ।  ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ଉଚ୍ଚ ସ୍ବରରେ କାହା ସହ କଥାବାର୍ତ୍ତା କରନ୍ତୁ ନାହିଁ। ବ୍ୟବସାୟୀମାନେ ଆର୍ଥିକ ଦେଣନେଣରୁ ଦୂରେଇ ରୁହନ୍ତୁ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ବିବାଦ ହୋଇପାରେ। ଆୟ ଠାରୁ ବ୍ୟୟ ଅଧିକ ରହିବ। ଗାଡ଼ି ଚାଳନା ସମୟରେ ସତର୍କ ରହିବା ଜରୁରୀ। 

6/12

କନ୍ୟା:  କନ୍ୟା ରାଶିର ଲୋକଙ୍କ ପାଇଁ ଆଜିର ଦିନ ଅନୁକୂଳ ରହିବ। ଆମଦାନୀ-ରପ୍ତାନୀ ବ୍ୟବସାୟ କରୁଥିବା ଲୋକେ ବ୍ୟବସାୟରେ ଅଗ୍ରଗତି କରିବେ। ବାକି ପଡିଥିବା ଟଙ୍କା ପାଇବେ।  ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବା। କର୍ମକ୍ଷେତ୍ରରେ କୌଣସି ନୂଆ ଦାୟିତ୍ବ ମିଳିପାରେ। ଯାହାକୁ ନେଇ ମନ ଆନନ୍ଦିତ ରହିବ। ଦରମା ବୃଦ୍ଧି ହେବ। ନୂତନ କାର୍ଯ୍ୟକୁ ନେଇ ଭୟଭିତ ହୋଇପାରନ୍ତି। ସନ୍ଧ୍ୟା ସମୟରେ ନିଜର ପୁରୁଣା ବନ୍ଧୁ ମାନଙ୍କୁ ଭେଟି ଖୁସି ହେବେ।  କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ପିଛା ଛାଡିବ ନାହିଁ। ପ୍ରେମୀମାନନଙ୍କ ପାଇଁ ସମୟ ଭଲ ରହିବ।  

7/12

ତୁଳା: ବ୍ୟବସାୟୀମାନେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ରିୟଲି-ଇଷ୍ଟେଟ୍ ବ୍ୟବସାୟୀମାନେ ନୂଆ ପ୍ରୋଜେକ୍ଟ ପାଇପାରନ୍ତି। ଯାହା ସେମାନଙ୍କୁ ଲାଭବାନ୍ କରାଇବ । ସେୟାର ବଜାର, କିମ୍ବା କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଚାହୁଁଥିଲେ, ସମୟ ଅନୁକୂଳ ରହିଛି। ଆଜି ବିନିଯୋଗ କଲେ ଦ୍ବି-ଗୁଣିତ ଲାଭ ପାଇବେ। ବଡ଼ ବ୍ୟବସାୟୀମାନେ ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିପାରନ୍ତି। ସନ୍ଧ୍ୟା ସମୟରେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ କୌଣସି ମୂଲ୍ୟବାନ୍ ସାମଗ୍ରୀ ଚୋରୀ ହୋଇପାରେ। ପ୍ରତ୍ୟକ କାର୍ଯ୍ୟରେ ନିଜ ସାଥୀଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ।

8/12

ବିଛା:  ବିଛା ରାଶିର ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। ଅନ୍ୟମାନଙ୍କୁ ସାହାର୍ଯ୍ୟ-ସହଯୋଗ କରି ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ରଚାଯାଇଥିବା ଷଡଯନ୍ତ୍ରକୁ ପଣ୍ତ କରିବେ।  ଶତ୍ରୃ ମାନଙ୍କ ଉପରେ ବିଜୟ ଲାଭ କରିବେ। ବିଶେଷକରି, କ୍ଷୁଦ୍ର, ମଧ୍ୟମ ଧରଣର ବ୍ୟବସାୟୀମାନେ ଲାଭବାନ୍ ହେବେ। ବ୍ୟବସାୟରେ ଅଗ୍ରଗତି କରିବେ। ବାଣିଜ୍ୟ ବେପାର ଭଲ ହେବ। ସନ୍ଧ୍ୟା ସମୟରେ ପିତା-ମାତାଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଖବର ପାଇ ମନବିଚଳିତ ହେବ। ଆୟ ବୃଦ୍ଧି ପାଇବ। 

9/12

ଧନୁ :  ଧନୁ ରାଶିର ଲୋକଙ୍କ ପାଇଁ ଦିନଟି  ଅଶୁଭ ରହିବ। କର୍ମକ୍ଷେତ୍ରରେ କୌଣସି କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀଙ ସହ ବିବାଦ ଦେଖାଦେଇପାରେ। ପେଣ୍ତିଂ କାର୍ଯ୍ୟକୁ  ଶେଷ  କରିବାରେ ସମର୍ଥ ହେବେ। ନିଜ ଲୋକ ବିଶ୍ବାସରେ ବିଷ ଦେଇପାରନ୍ତି । ବ୍ୟବସାୟରେ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ନିଅନ୍ତୁ। ନଚେତ୍ ପରେ ପସ୍ତେଇବେ। ଅବିବାହିତମାନେ ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି । ସ୍ବାସ୍ଥ୍ୟ ଭଲ ରହିବା ସହ ମନ ଖୁସି ରହିବ। 

10/12

ମକର: ବ୍ୟବସାୟୀମାନେ ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବା ସହ ଆର୍ଥିକ ସ୍ଥିତି ମଜବୁତ୍ ରହିବ। ସହଭାଗିତାରେ ଚାଲିଥିବା ବ୍ୟବସାୟରେ ନିଜ ପାର୍ଟନରଙ୍କ ଆପଣଙ୍କୁ ଠକି ପାରନ୍ତି। ତେଣୁ କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ପାଇନାଲ୍ କିମ୍ବା ଆର୍ଥିକ ଦେଣନେଣ ବେଳେ ଉପସ୍ଥିତ ରୁହନ୍ତୁ। ଅନ୍ଧଭଳି ନିଜ ପାର୍ଟନରଙ୍କୁ ଭରଷା କରନ୍ତୁ ନାହିଁ। କୌଣସି ଗାଡି କିମ୍ବା ଜମି କ୍ରୟ କରିପାରନ୍ତି। ଗାଡି଼ ଚାଳନା ବେଳେ ସତର୍କ ରୁହନ୍ତୁ। 

 

11/12

କୁମ୍ଭ:  ଆଜି ବ୍ୟବସାୟରେ ମୋଟା ଆକସ୍ମିକ ଭାବେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ। ଫଳରେ କୌଣସି ସ୍ଥାନରୁ ଧାର-କରଜ କରିବାକୁ ପଡିପାରେ। ନିଜ ସନ୍ତାନଙ୍କ ଅସୁସ୍ଥତା ନେଇ ମନ ଖରାପ ରହିବ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ଆୟ ବୃଦ୍ଧି ପାଇବ। ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ  ଚାପ ଅଧିକ ରହିବ। 

12/12

ମୀନ: ଦିନଟି ବେଶ୍ ଆନନ୍ଦଦାୟକ ରହିବ। କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟକୁ ନେଇ ମନ ଉତ୍ସାହିତ ରହିବ।  ବ୍ୟବସାୟମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ  ବିଦେଶ ଯାତ୍ରା କରିବାକୁ ପଡିପାରେ। ଆଶାୟୀମାନେ ଭଲ ନିଯୁକ୍ତି ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଟେକ୍ସଟାଇଲ୍ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ। ଆର୍ଥିକ ଲାଭ ମିଳିବା ସହ ବ୍ୟବସାୟ ଭଲ ଚାଲିବ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)