Advertisement
Photo Details/zeeodisha/odisha2393189
photoDetails0hindi

ବିଷ୍ଣୁଙ୍କ କୃପାରୁ ଆସନ୍ତାକାଲି ଏହିସବୁ ରାଶି ପାଇବେ ବ୍ୟବସାୟରେ ଆଶାତିତ ଲାଭ ସହ...

Financial Horoscope 22 August 2024: ଆସନ୍ତାକାଲି ଅଗଷ୍ଟ ୨୨ ତାରିଖ ଗୁରୁବାର। ବିଷ୍ଣୁଙ୍କ କୃପାରୁ ବୃଷ, ମକର  ସମେତ ତିନି ରାଶିଙ୍କ ପାଇଁ ଭାଗ୍ୟ ଚମକିବ। ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆଶା କରୁଥିବା ଦିଗରୁ ଲାଭବାନ୍ ହେବେ। ତେବେ, ଆଉ କିଛି ରାଶିଙ୍କୁ ସତର୍କର ସହ ଚଳିବାକୁ ପଡି଼ବ। ତେବେ, ଆସନ୍ତୁ ଜାଣିବା ଗୁରୁବାର(ଆସନ୍ତାକାଲି) ୧୨ଟି ରାଶିଙ୍କର ଆର୍ଥିକ ସ୍ଥିତି କିଭଳି ରହିବ?

 

1/12

ମେଷ ରାଶି:  ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ ନାହିଁ। ବାଣିଜ୍ୟ-ବ୍ୟାପାରରେ କୌଣସି ପ୍ରକାର ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ। ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚପସ୍ଥଧିକାରୀଙ୍କ ଠାରୁ ପ୍ରସଂଶା ପାଇବେ । ଏବଂ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି। 

ALSO READ: Plus Two Eaxm Update: ଏହି ଦିନ ହେବ ଯୁକ୍ତ ଦୁଇ ପରୀକ୍ଷା! ଏଠାରେ ଚେକ୍ କରନ୍ତୁ ଡେଟ୍

ALSO READ: Career Horoscope Today: ଆଜି କର୍ମକ୍ଷେତ୍ରରେ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ସରକାରୀ ଚାକିରିଆ ପାଇବେ ଖୁସି ଖବର!

ALSO READ: Budhaditya Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଦ୍ଧାଦିତ୍ୟ ରାଜଯୋଗ, ଆକସ୍ମିକ ଧନଲାଭର ରହିଛି ଯୋଗ!

 

2/12

ବୃଷ ରାଶି: ଆଜି ବାଣିଜ୍ୟ-ବ୍ୟାପାରରେ ନୂତନ ନିବେଶ ଅତ୍ୟନ୍ତ ଶୁଭ ରହିବ। ପରିବାରରେ ସଦସ୍ୟଙ୍କ ସହ ଭ୍ରମଣରେ ଦୂରସ୍ଥାନକୁ ଯାଇପାରନ୍ତି । ସାମାଜିକ ପ୍ରତିଷ୍ଠା, ଯଶ ଓ କୀର୍ତ୍ତି ମିଳିବ । ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ପାଇଁ ଚିନ୍ତିତ ରହିବେ । 

 

3/12

ମିଥୁନ ରାଶି:  ଆଜି ପରିବାର ସଦସ୍ୟାଙ୍କ ସହ ସୁଖ-ଶାନ୍ତିରେ ସମୟ କାଟିବ । ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବାର ସମ୍ଭାବନା ରହିଛି। ଅଯଥା କଥାରେ ଯୁକ୍ତି କରନ୍ତୁ ନାହିଁ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ । ବ୍ୟାପାରରେ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭବାନ ହେବେ।

 

4/12

କର୍କଟ ରାଶି: ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ଚିନ୍ତା ବଢିବ। ଅଯଥା ଖର୍ଚ୍ଚ ବୃଦ୍ଧି ଯୋଗୁଁ ମଧ୍ଯ ମନ ଭଲ ରହିବ ନାହିଁ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କଠାରୁ ନିନ୍ଦା ଅପବାଦ ମିଳିପାରେ। ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ । ଦାମ୍ପତ୍ୟ ଜୀବନରେ ବିଭ୍ରଟ ଦେଖାଦେବ ।

 

5/12

ସିଂହ ରାଶି: ବ୍ୟାବସାୟୀଙ୍କ ଲାଗି ଦିନଟି ମଧ୍ୟମ ରହିବ । ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ପ୍ରିୟଜନଙ୍କ ସହ କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ | ଦୁଃ ସମ୍ବାଦ ମିଳିପାରେ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ସମ୍ଭବନା ରହିଛି ।

 

6/12

କନ୍ୟା ରାଶି: ଶତ୍ରୁ ପରାଜୟ ହେବେ । ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ । ବିଦେଶ ଯାତ୍ରା କରିବେ । ବ୍ୟାପାରରେ ଲାଭବାନ ହେବେ । ପରିବାରରେ ସୁଖରେ ସମୟ ବିତିବ। ବିଦ୍ୟାର୍ଥୀ ମାନେ ସଫଳତା ପାଇବେ ।

7/12

ତୁଳା ରାଶି: ଜିଦିଖୋର ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ । ବ୍ୟାପାରରେ କ୍ଷତି ହୋଇପାରେ । ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ଦେଖାଦେବ । ଆଜି କୌଣସି ଜରୁରୀ ନିଷ୍ପତ୍ତି ନିଅନ୍ତୁ ନାହିଁ । ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

 

8/12

ବିଛା ରାଶି: ବନ୍ଧୁ ପରିଜନଙ୍କ ଠାରୁ ଉପହାର ମିଳିପାରେ। କୌଣସି ଶୁଭ ସମାଚାର ପାଇ ମନ ଉଲ୍ଲସିତ ହେବ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା କାମ ସଫଳତାର ସହ ଶେଷ ହେବ । ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିବ । ଉତ୍ତମ ଭୋଜନ ଲାଗି ମନ ପ୍ରଫୁଲ୍ଲିତ ରହିବ ।

 

9/12

ଧନୁ ରାଶି: ଶାରୀରିକ ଅସୁସ୍ଥତା ଯୋଗୁଁ ଧନ ଖର୍ଚ୍ଚ ହୋଇପାରେ । ବାକ-ସଂଯତ ରୁହନ୍ତୁ; ନଚେତ୍ ବାଦ ବିବାଦ ମଧ୍ଯରେ ପଡ଼ିପାରନ୍ତି । ବ୍ୟାପାରରେ ଦିନଟି ମଧ୍ୟମ ରହିବ । ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।

 

10/12

ମକର ରାଶି: ସାମାଜିକ ମାନ-ସମ୍ମାନ ମିଳିବ । ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି ।  କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ପାଇ ଖୁସି ହେବେ । ବ୍ୟାପାରରେ ନୂତନ ନିବେଶ ଯୋଗୁଁ ଲାଭବାନ ହେବେ । ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ ।

 

11/12

କୁମ୍ଭ ରାଶି: ଆଜି ପ୍ରତି କ୍ଷେତ୍ରରେ ସଫଳତା ପାଇବେ । ଧନ ଲାଭ ନେଇ ଯୋଗ ରହିଛି । ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ମନ ପ୍ରଫୁଲ୍ଲ ରହିବ । ଗୁରୁଜନଙ୍କଠାରୁ ଆଶୀର୍ବାଦ ମିଳିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟାପାରରେ ନିବେଶ ଶୁଭ ରହିବ । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଶୁଭ ରହିବ ।

12/12

ମୀନ ରାଶି:  ଆଜି ବ୍ୟାପାରରେ ବାଧ୍ୟା ଦେଖାଦେବ। ପରିବାରରେ ହଠାତ୍ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ । ହଠାତ୍ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ପରିବାର ସଦସ୍ୟା ଓ ବନ୍ଧୁଙ୍କ ସହ ଦିନଟି ଭଲରେ କଟିବ । ପ୍ରେମୀ ମାନଙ୍କ ଲାଗି ଦିନଟି ଶୁଭ ରହିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)