Advertisement
Photo Details/zeeodisha/odisha2394381
photoDetails0hindi

September Lucky Zodiac Signs: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ ସେପ୍ଟେମ୍ବର, ବେକାରିଙ୍କୁ ମିଳିବ ଚାକିରି ସହ...!

September Zodiac Signs: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଏ-ହି କ୍ରମରେ ଆସନ୍ତାମାସ କିଛି ରାଶିଙ୍କ ପାଇଁ ଖାସ୍ ହେବାକୁ ଯାଉଛି। କାହିଁକିନା, ଗ୍ରହ ମାନଙ୍କର ରାଜକୁମାର ବୁଧ ସେପ୍ଟେମ୍ବର ୨୨ ତାରିଖ ସକାଳ  ୧୦ଟା ୧୫ ମିନିଟ୍ ସମୟରେ କନ୍ୟା ରାଶିକୁ ଚଳନ କରିବେ। ଏବଂ ସେହିଦିନ ସଂନ୍ଧ୍ୟାରେ ବୃହସ୍ପତି ମୃଗଶିରା ନକ୍ଷେତ୍ରରେ ବିରାଜିବେ। ଏଭଳି ସ୍ଥିତି ୨ ଗ୍ରହଙ୍କ ନକ୍ଷେତ୍ର ଓ ରାଶି ପରିବର୍ତ୍ତନ କିଛି ରାଶିକୁ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ବ୍ୟକ୍ତିଙ୍କ ଜାତକରେ ଜ୍ଞାନ ଓ ଦାନର କାରକ ବୃହସ୍ପତିଙ୍କ ସ୍ଥିତି ସୁଦୃଢ ରହିଲେ ବ୍ୟକ୍ତି ଜୀବନରେ ଧନୀ ଓ ସୁଖି ହୋଇଥାଆନ୍ତି। ତେବେ, ଆସନ୍ତୁ ଜାଣିବା ଆଗାମୀ ମାସ (ସେପ୍ଟେମ୍ବର) କେଉଁ ସବୁ ରାଶିଙ୍କ ପାଇଁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।  

1/3

ମେଷ: ଆସନ୍ତାମାସ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ।  ବୃହସ୍ପତି ଓ ବୁଧଙ୍କ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। କର୍ମକ୍ଷେତ୍ରରେ ଚାଲିଥିବା ପୁରୁଣା ବିବାଦର ଅନ୍ତ ଘଟିବ। ପଦୋନ୍ନତି ହେବା ସହ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଆୟରେ ବୃଦ୍ଧି ଘଟିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଧାର୍ମିକ କାର୍ଯ୍ୟକଳାପରେ ସମୟ ଅତିବାହିତ କରିବେ। ଶରୀର ସୁସ୍ଥ ରହିବା ସହ ମାନସିକ ଶାନ୍ତି ପାଇବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ମିଳିବ। 

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

2/3

କନ୍ୟା:  ଆସନ୍ତାମାସ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିଙ୍କ ଭାଗ୍ୟ। ଆର୍ଥିକ ସ୍ଥିତି ମଜବୁତ୍ ହେବେ। ବିଶେଷକରି, ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଯେଉଁମାନେ ଦିର୍ଘ ଦିନ ଧରି ସିଙ୍ଗିଲ୍ ଅଛନ୍ତି। ସେମାନଙ୍କୁ ଭଲ ଜୀବନ ସାଥୀ ମିଳିବ। ଅଟକି ରହିଥିବା ଟଙ୍କା ପାଇବେ। ଯେଉଁମାନେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି , ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ ଟଙ୍କା ବିନିଯୋଗ କଲେ ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ଭରିବ। 

3/3

ମକର:  ମକର ରାଶିର ଲୋକଙ୍କ ପାଇଁ ଆସନ୍ତାମାସ ଅତ୍ୟନ୍ତ ଫଳଦାୟୀ ରହିବ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ  ଆପଣଙ୍କ ସପକ୍ଷରେ ଯିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବ। ବ୍ୟବସାୟୀମାନେ ଲାଭବାନ୍ ହେବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)