Advertisement
Photo Details/zeeodisha/odisha2405170
photoDetails0hindi

Shani Gochar 2024: ଶନିଦେବ କରିବେ ନକ୍ଷେତ୍ର ପରିବର୍ତ୍ତନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ !

Shani Nakshatra Parivartan 2024: ନବଗ୍ରହଙ୍କ ମଧ୍ୟରୁ ଶନିଙ୍କୁ ସବୁଠୁ ନିଷ୍ଠୁର ଗ୍ରହ ବୋଲି ବିବେଚନା କରାଯାଏ। ଶନିଦେବଙ୍କୁ ମନ୍ଥର ଗ୍ରହ ବୋଲି କୁହାଯାଏ । କାହିଁକିନ, ଶନି ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା ପାଇଁ ପ୍ରାୟ ଅଢେଇ ବର୍ଷ ସମୟ ନେଇ ଥାନ୍ତି । ଏହି କ୍ରମରେ ଶନିମହାରାଜ୍ ଆସନ୍ତାକାଲି ସକାଳ ୭ଟା ୪୫ ମିନିଟ୍ ସମୟରେ ପୂର୍ବଭଦ୍ରା ନକ୍ଷେତ୍ରକୁ ଚଳନ କରିବେ। ଶନିଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ ତିନି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ । ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ....

1/3

ବୃଷ: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ।  ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ୍ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ଦିର୍ଘ ଦିନ ଧରି ଚାକିରି ଆଶାରେ ଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ବିଶେଷକରି, ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଆମଦାନୀ-ରପ୍ତାନୀ ଓ ଟେକ୍ସଟାଇଲ୍ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ। ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ଭରିବ। ପୁରୁଣା ବିନିଯୋଗରୁ ଲାଭ ମିଳିବ। 

ALSO READ: Guru Gochar 2024: ଆଜିଠୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ୨୦୨୫ ପର୍ଯ୍ୟନ୍ତ ରହିବନି ଧନର ଅଭାବ!

ALSO READ: Petrol Diesel Price Today: ନୂଆ ତେଲ ଦର ଜାରି, ଭୁବନେଶ୍ବରରେ ଆଜି ଲିଟର ପିଛା କମିଲା...

2/3

ତୁଳା: ଶନିଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ପଦୋନ୍ନତି ମିଳିବା ସହ ଦରମା ବଢିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆୟ-ବ୍ୟୟ ସମାନ ରହିବ। ଧାର-କରଜ କରିଥିବା କରିଥିବା ଟଙ୍କାକୁ ସୁଜିବାରେ ସଫଳ ହେବେ। ପ୍ରତ୍ୟକ କାର୍ଯ୍ୟରେ ନିଜ ପରିବାର ଲୋକଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଏହି ସମୟରେ ପୁଞ୍ଜି ବିନିଯୋଗ ମଧ୍ୟ କଲେ ଭବିଷ୍ୟତରେ ଭଲ ଲାଭ ପାଇବେ। ଅଟକି ଥିବା ଟଙ୍କା ପାଇବେ। ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। 

3/3

କୁମ୍ବ:  ଶନି-ମହାରାଜ୍ ଏହି ରାଶିରେ ବିରାଜମାନ ଅଛନ୍ତି । ୨୯, ମାର୍ଚ୍ଚ, ୨୦୨୫ ପର୍ଯ୍ୟନ୍ତ ଶନି ଏହି ରାଶିରେ ରହିବେ। ଫଳରେ ଏହି ଅବଧି ମଧ୍ୟରେ  କୁମ୍ଭ ରାଶିର ଲୋକ ପ୍ରତ୍ୟକ କାର୍ଯ୍ୟରେ ଶୁଭଫଳ ପାଇବେ। ଏହି ସମୟ ମଧ୍ୟରେ ନୂତନ ଗାଡି଼ କିମ୍ବା ଘର କିଣିବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧାର୍ମିକ କାର୍ଯ୍ୟକଳାପ ପ୍ରତି ମନ ବଳିବ। ବ୍ୟବସାୟରେ ଅଗ୍ରଗତି କରିବେ। ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ ପାଇଁ ସମୟ ଅନୁକୂଳ ରହିଛି।  

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)