Advertisement
Photo Details/zeeodisha/odisha2388068
photoDetails0hindi

Weekly Finance Horoscope 2024: ଏହିସବୁ ରାଶିଙ୍କ ପାଇଁ ଆଗାମୀ ସପ୍ତାହ ରହିବ ଅଧିକ ଖାସ୍, ବ୍ୟୟ ଠାରୁ ଆୟ ରହିବ ଅଧିକ!

Weekly Finance Horoscope 19th to 25th August 2024: ଆଉ ଦିନକ ପରେ ସପ୍ତାହ ଶେଷ ହେବାକୁ ଯାଉଛି।  ଏଭଳି ପରିସ୍ଥିତିରେ , ବ୍ୟବସାୟୀ-ଚାକିରିଆଙ୍କ ପାଇଁ ଆସନ୍ତା ସପ୍ତାହରେ ଆର୍ଥିକ ଅବସ୍ଥା କିଭଳି ରହିବ। କେଉଁ ରାଶିଙ୍କ ବ୍ୟବସାୟ- ବାଣିଜ୍ୟ ଆଗେଇବ ଓ କେଉଁ ରାଶିମାନଙ୍କୁ ସତର୍କତାର ସହ ଚଳିବାକୁ ପଡିବ ଆସନ୍ତୁ ଜାଣିବା , କିଭଳି ରହିବ  ୧୨ଟି ରାଶିର ଆଗାମୀ ସପ୍ତାହର ଆର୍ଥିକ ଅବସ୍ଥା....

 

1/12

ମେଷ: ଏହି ରାଶିଙ୍କ ଆଗାମୀ ସପ୍ତାହ ବେଶ୍ ଉଜ୍ଜଳମୟ ରହିବ। ସାଧାରଣତଃ ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ନୂଆ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟରେ ଅଧିକ ଲାଭ ପାଇବେ। ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଧାର -କରଜ କରିଥିବା ଟଙ୍କାକୁ ସୁଝିବାରେ ସମର୍ଥ ହେବେ। ପୂର୍ବ ବିନିଯୋଗରୁ ଲାଭ ପାଇବେ। ଆସନ୍ତା ସପ୍ତାହରେ ଅଧିକ ଅର୍ଥ ସଂଚୟ କରିବାରେ ସଫଳ ହେବେ। ବୈବାହିତ ଜୀବନ ସୁଖମୟ ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କ ଅଧିକ ମଜବୁତ୍ ହେବ। 

ALSO READ: Surya Budh Yuti 2024: ଆଜିଠୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଚାକିରିରେ ପଦୋନ୍ନତି ସହ...

ALSO READ: Janmashtami 2024: ଜନ୍ମାଷ୍ଟମୀରେ ଦୁର୍ଲଭ ସଂଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

2/12

ବୃଷ: ଏହି ରାଶିର ଆଗାମୀ ସପ୍ତାହରେ ଆର୍ଥିକ ସ୍ଥିତି ମଜବୁତ୍ ରହିବ। ବିଶେଷକରି, ସେୟାର ବଜାରରେ ଟଙ୍କା ବିନିଯୋଗ କରିବେ। ସେଥିରୁ ପର୍ଯ୍ୟାନ୍ତ ପରିମାଣରେ ଲାଭ ପାଇବେ। କ୍ଷୁତ୍ର-ମଧ୍ୟମ ଧରଣର ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି । ଯଦି ଆଗାମୀ ସପ୍ତାହରେ ଆପଣ ନୂତନ ବ୍ୟବସାୟ ଆରମ୍ଭ କରନ୍ତି । ସେଥିରୁ ଦ୍ବି-ଗୁଣିତ ଲାଭ ପାଇବେ। ବଡ଼ ବ୍ୟବସାୟୀମାନେ ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି କରିବେ। ଆର୍ଥିକ ନେଣଦେଣ ସମୟରେ ଟିକେ ସତର୍କତା ଅବଲମ୍ବନ କରିବା ଉଚିତ୍। କୌଣସି ବ୍ୟବସାୟିତ ନିସ୍ପତ୍ତି ନେବା ସମୟରେ ନିଜ ସାଥୀ କିମ୍ବା ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ। ନଚେତ୍ ପରେ ପସ୍ତେଇବେ।  ବ୍ୟୟ ଠାରୁ ଆୟ ଅଧିକ ରହିବ। 

3/12

ମିଥୁନ: ଏ-ହି ରାଶିର ଲୋକେ ଆଗାମୀ ସପ୍ତାହରେ ଟିକେ ସତର୍କତାର ସହ ଚଳିବାକୁ ପଡିବ। ପାର୍ଟନରସିପ୍ ରେ ହେଉଥିବା ବ୍ୟବସାୟରେ ଧୋକା ପାଇପାରନ୍ତି। କାଗଜପତ୍ର ବା କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ ହେଉଥିବା ବେଳେ ଦେଖିଚାହିଁ ଦସ୍ତଖତ କରିବେ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବା ପୂର୍ବରୁ ଭଲ ଭାବରେ ସେ ସଂସ୍ଥା ବିଷୟରେ ବୁଝିସୁଝି ଟଙ୍କା ବିନିଯୋଗ କରନ୍ତୁ। ନିଜ ପରିବାର ସହ ହସଖୁସିରେ ସମୟ ଅତିବାହିତ କରିବେ। ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି । ପୁରୁଣା ବନ୍ଧୁଙ୍କୁ ଭେଟି ମନ ଖୁସି ରହିବ। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

 

4/12

କର୍କଟ: ଆଗାମୀ ସପ୍ତାହ ଏ-ହି ରାଶିର ଲୋକଙ୍କ ପାଇଁ ବେଶ୍ ଖାସ୍ ହେବ। ଆଗାମୀ ସପ୍ତାହରେ ଆର୍ଥିକ ଅବସ୍ଥାରେ ଯଥେଷ୍ଟ ଉନ୍ନତି ହେବ। ବ୍ୟୟ ଠାରୁ ଆୟ ଅଧିକ ରହିବ।  ସରକାରୀ ଚାକିରିଆମାନେ ପଦୋନ୍ନତି ପାଇଥିବା ଯୋଗୁଁ  ଆୟ ବୃଦ୍ଧି ହେବ। ବ୍ୟବସାୟୀମାନେ କୌଣସି କାର୍ଯ୍ୟକୁ ନେଇ ବିଦେଶ ଯାତ୍ରା କରିବାକୁ ପଡିପାରେ। ଆମଦାନୀ-ରପ୍ତାନୀ ବ୍ୟବସାୟୀରେ ଜଡ଼ିତ ଥିବା ଲୋକଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ। ବ୍ୟବସାୟରେ ବାକି ପଡି଼ଥିବା ଟଙ୍କା ପାଇବେ। ନିଜ ପରିବାର ଲୋକେଙ୍କ ସହ କୌଣସି ସ୍ଥାନକୁ ଭ୍ୟାକେସନରେ ଯାଇପାରନ୍ତି। 

5/12

ସିଂହ:  ଆଗମୀ ସପ୍ତାହ ଏହି ରାଶିର ଲୋକଙ୍କୁ ଟିକେ ନିଜ ଖର୍ଚ୍ଚ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ।  ନିଜ ସାଙ୍ଗ ସାଥୀଙ୍କ ସହ ମଉଜମଜଲିସ୍ କରି ଅଧିକ ଟଙ୍କା ଅପଚୟ କରିବେ। ବାକି ରହିଥିବା ଟଙ୍କା ସୁଝିବାକୁ ପଡିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇଲେ ମଧ୍ୟ ଟଙ୍କା ପାଣିଭଳି ଖର୍ଚ୍ଚ ହେବ। ମାତା-ପିତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାରୁ ମେଡିକାଲ୍ ଖର୍ଚ୍ଚ ବଢିପାରେ। ତେଣୁ ନିଜ ପରିବାର ଲୋକଙ୍କ ଧ୍ୟାନ ରଖିବା ଜରୁରୀ। ସପ୍ତାହ ଶେଷ ବେଳକୁ ସପିଂରେ ଖର୍ଚ୍ଚ ବଢିପାରେ। 

6/12

କନ୍ୟା: ଏ-ହି ରାଶିର ଲୋକଙ୍କ ପାଇଁ ଆସନ୍ତା ସପ୍ତାହ ଏତେ ଖାସ୍ ରହିବ ନାହିଁ। ଆର୍ଥିକ ଅବସ୍ଥା ସ୍ଥିର ରହିବ। ସଂଚୟ ବୃଦ୍ଧି ପାଇବ। କିନ୍ତୁ ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ । ତାହାକୁ ରୋକିବାକୁ ଚେଷ୍ଟା କରିବା ଉଚିତ୍ । ରିୟଲି-ଇଷ୍ଟେଟ୍ ବ୍ୟବସାୟୀମାନେ ଆଗାମୀ ସପ୍ତାହରେ କୌଣସି ନୂତନ ପ୍ରୋଜେକ୍ଟ  ଆରମ୍ଭ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବେ। ବ୍ୟବସାୟରେ ଫସିଥିବା ଟଙ୍କା ପାଇବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଅବିବାହିତମାନେ ନିଜ ସାଥୀଙ୍କୁ ଡେଟ୍ ରେ ନେଇ ଖର୍ଚ୍ଚାନ୍ତ ହେବେ।

 

7/12

ତୁଳା: ଆମାଗୀ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଭଲରେ କଟିବ। ସଂଚୟ ବୃଦ୍ଧି ପାଇବା ସହ ଆର୍ଥିକ ସ୍ଥିତି ମଜବୁତ୍ ହେବ। କୌଣସି ନୂତନ ବିମା କରିବେ। ଜୀବନସାଥୀଙ୍କ ଦ୍ବାରା ନିଆଯାଇଥିବା ନିସ୍ପତ୍ତିରୁ ଶୁଭଫଳ ପାଇବେ।  ପୂର୍ବରୁ କରିଥିବା ଯୋଜନାକୁ ବ୍ୟବସାୟରେ ଲାଗୁ କଲେ ଅଧିକ ଲାଭ ପାଇବେ। ଆୟ ବଢିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଘରେ ସୁଖ ଶାନ୍ତି ବୃଦ୍ଧି ପାଇବ।  ଦିର୍ଘ ଦିନ ଆଶା ପୂରଣ ହେବ। ପ୍ରେମୀମାନଙ୍କ ପାଇଁ ମଧ୍ୟ ସମୟ ଖୁବ୍ ଭଲ ରହିବ। 

8/12

ବିଛା: ଆସନ୍ତା ସପ୍ତାହ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଖାସ୍ ରହିବ। ବିଶେଷ କରି, ଖୁଚୁରା ବ୍ୟବସାୟୀମାନେ ଲାଭବାନ୍ ହେବେ।  ଆର୍ଥିକ ନେଣଦେଣରୁ ଅଧିକ ଲାଭ ପାଇବେ। କୌଣସି ସ୍ଥାନରେ, ଟଙ୍କା ବିନିଯୋଗ କଲେ ଅଧିକ ଲାଭ ପାଇବେ। ସରକାରୀ କର୍ମଚାରୀଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ। ଚାକିରିରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହୋଇପାରେ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ୍ ମିଳିବ। ଆଗାମୀ ସପ୍ତାହରେ କୌଣସି ନୂଆ ଜମି କିମ୍ବା ଘର କିଣିପାରନ୍ତି।

 

9/12

ଧନୁ: ଆସନ୍ତା ସପ୍ତାହ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମିଶ୍ରିତ ଫଳ ମିଳିବ। ଆସନ୍ତା ସପ୍ତାହରେ କର୍ମକ୍ଷେତ୍ରରୁ କୌଣସି ଖୁସି ଖବର ମିଳିପାରେ। ଯାହାକୁ ନେଇ ଆପଣ ଆନନ୍ଦିତ ରହିବେ। ବ୍ୟବସାୟୀମାନଙ୍କର ଆର୍ଥିକ ଅବସ୍ଥା ବିଗିଡିପାରେ। ନୂତନ ସମ୍ପତ୍ତି କ୍ରୟ କରିବା କାରଣରୁ ହାତ ଖାଲି ରହିବ । ଧାର -କରଜ କରିପାରନ୍ତି। ଋଣଭାର ବଢିପାରେ। ଯାହାକୁ ନେଇ ଚାପରେ ରହିବେ। ଟଙ୍କା-ପଇସାକୁ ନେଇ ନିଜ ପତ୍ନୀଙ୍କ ସହ ଝଗଡା ହୋଇପାରେ। ଅଯଥା ଯୁକ୍ତିରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖନ୍ତୁ। ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ଲାଗି ରହିବା କାରଣରୁ ମେଡିକାଲରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ।  

 

10/12

ମକର: ଆଗାମୀ ସପ୍ତାହ ଏ-ହି ରାଶିଙ୍କ ପାଇଁ ବେଶ୍ ମଙ୍ଗଳମୟ ହେବ। ଦିର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ଭଲ ମାହୋଲ୍ ରହିବ। ପଦୋନ୍ନତି ଖବର ମିଳିବା ସହ ଦରମା ବଢିବ। ଆକସ୍ମିକ ଧନଲାଭର ଯୋଗ ରହିଛି। ଭବିଷ୍ୟତ ପାଇଁ କିଛି ନୂଆ ଯୋଜନା କରିବେ। ସେୟାର ବଜାର୍ ରେ ଟଙ୍କା ବିନିଯୋଗ କଲେ ଅଧିକ ଲାଭ ପାଇବେ। ଏ-ହି ଅବଧି ମଧ୍ୟରେ ନୂତନ ଗାଡି଼ କ୍ରୟ କରିପାରନ୍ତି। ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି।  କୌଣସି ସାଙ୍ଗ ସାଥୀ ଘରକୁ ଆସିବାର ସମ୍ଭାବନା ଥିବାରୁ ଖର୍ଚ୍ଚ ବଢିପାରେ।

 

11/12

କୁମ୍ଭ: ଆଗାମୀ ସପ୍ତାହ ଏହି ରାଶିଙ୍କ ଏତେ ଖାସ୍ ରହିବ ନାହିଁ।  ଆୟ-ଠାରୁ ବ୍ୟୟ ଅଧିକ ରହିବ। ନିଜ ପତ୍ନୀଙ୍କ ପାଇଁ ଅଳକାଙ୍କାର କ୍ରୟ କରିପାରନ୍ତି। ଯାହା ଆପଣଙ୍କ ବଜେଟ୍ କୁ କ୍ଷତି ପହଞ୍ଚାଇବ। ଏହା-ସହ ସପିଂରେ ମଧ୍ୟ ଅଧିକ ଅର୍ଥବ୍ୟୟ ହୋଇପାରେ। ବ୍ୟବସାୟୀମାନେ ବ୍ୟବସାୟୀରେ କୌଣସି ଅର୍ଥ ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ଲାଗି ରହିଥିବା ସ୍ବାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ। ପ୍ରେମୀ ମାନଙ୍କ ପାଇଁ ସମୟ ଖାସ୍ ରହିବ । ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। 

12/12

ମୀନ: ଆଗାମୀ ସପ୍ତାହରେ କିଛି ନୂତନ ବିନିଯୋଗ ବିଷୟରେ ଚିନ୍ତା କରିବେ। ଆର୍ଥିକ ସ୍ଥିତି ମଜବୁତ୍ ରହିଲେ ମଧ୍ୟ ଅଯଥା ଖର୍ଚ୍ଚ ବଢିବ। ପାରିବାରିକ ଜୀବନ ସୁଖମୟ ହେବା ସହ ଦାମ୍ପତ୍ୟ ଜୀବନରେ ପ୍ରେମ ଭରିବ। ପରିବାର ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ପିତା-ମାତାଙ୍କ ସ୍ବାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦ ଦୂର ହେବା ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)