Advertisement
Photo Details/zeeodisha/odisha2388258
photoDetails0hindi

Shani Gochar 2024: ୨୦୨୫ ମାର୍ଚ୍ଚରୁ ଏହିସବୁ ରାଶିଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ, ଶନିଙ୍କ କୃପାରୁ ହେବ ଧନବର୍ଷା!

Shani Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହଙ୍କ ମଧ୍ୟରୁ ଶନିଙ୍କ ସ୍ଥାନ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ଶନି ପ୍ରାୟ ଅଢେଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ଏହିକ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ଥିବା ବେଳେ ୨୦୨୫,  ମାର୍ଚ୍ଚ ୨୯ ତାରିଖ ରାତି  ୧୧ଟା ୦୧ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ମୀନ ରାଶିରେ ଜୁନ୍ ୩,୨୦୨୭ ପର୍ଯ୍ୟନ୍ତ ରହିବେ।  ତେବେ, ଶନିଙ୍କ ଏହି ଆଗାମୀ ଚଳନ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ୨୦୨୫ ରେ ଶନିଙ୍କ କୃପାରୁ କେଉଁରାଶିର ଲୋକେମାନେ ଧନବାନ୍ ହେବାକୁ ଯାଉଛନ୍ତି। 

1/3

ସିଂହ: ଶନିଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ବେଶ ଶୁଭଫଳ ପ୍ରଦାନ କରିବ। ବିଶେଷକରି, ଏ-ହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାର ସମର୍ଥ ହେବେ। ଗାଡି଼ କିମ୍ବା ନୂତନ ଜମି କ୍ରୟ କରିପାରନ୍ତି। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।  ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନେ ଭଲ ଚାକିରି ପାଇବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ବ୍ୟବସାୟରେ ଅଗ୍ରଗତି କରିବେ। ପୁଞ୍ଜି ବିନିଯୋଗ ପାଇଁ ସମୟ ଖୁବ୍ ଭଲ ରହିବ। ଜଣେ ଏକ୍ସପର୍ଟଙ୍କ  ପରାମର୍ଶ ଅନୁସାରେ ଟଙ୍କା ବିନିଯୋଗ କଲେ ଭଲ ଲାଭ ପାଇବେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବ। ସଂକ୍ରମଣ ଜନିତ ରୋଗ ଦେଖାଦେଇପାରେ। ତେଣୁ ନିଜ ଖାଦ୍ୟପେୟର ଯତ୍ନ ନିଅନ୍ତୁ। 

ALSO READ: Weekly Finance Horoscope 2024: ଏହିସବୁ ରାଶିଙ୍କ ପାଇଁ ଆଗାମୀ ସପ୍ତାହ ରହିବ ଅଧିକ ଖାସ୍, ବ୍ୟୟ ଠାରୁ ଆୟ ରହିବ ଅଧିକ!

ALSO READ: Surya Budh Yuti 2024: ଆଜିଠୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଚାକିରିରେ ପଦୋନ୍ନତି ସହ...

ALSO READ: ଶ୍ରାବଣର ଶେଷ ସୋମବାରରେ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ସମସ୍ତ ଦୁଃଖକଷ୍ଟ ଲାଘବ କରିବେ ମହାଦେବ!

 

2/3

କନ୍ୟା: କନ୍ୟା ରାଶିଙ୍କ ପାଇଁ ଆଗାମୀ ବର୍ଷ ବେଶ୍ ଫଳଦାୟୀ ରହିବ। ଶନିଙ୍କ କୃପାରୁ ଏହି ରାଶିର ଲୋକେ କର୍ମକ୍ଷେତ୍ରରେ ଭଲ ଫଳାଫଳ ପାଇବେ। ପଦୋନ୍ନତି ସହ ଦରମା ବି ବୃଦ୍ଧି ପାଇପାରେ। ବେକାରୀମାନେ ନୂଆ ଚାକିରି ପାଇବେ। ବ୍ୟବସାୟରେ ବାକି ପଡିଥିବା ଅର୍ଥକୁ ଫେରି ପାଇବେ। ଡାକ୍ତର, ରିସର୍ଚ୍ଚ, ଶିକ୍ଷାକ୍ଷେତ୍ରରେ ଜଡି଼ତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଆୟ ବଢିବ। ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ବିବାଦ ଦୂର ହେବ। କିନ୍ତୁ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହିବ। ବ୍ୟବସାୟୀଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। 

 

3/3

ବିଛା:  ଶନିଙ୍କ କୃପାରୁ ଏହି ରାଶିର ଲୋକଙ୍କ ପାଇଁ ଆଗାମୀ ବର୍ଷରୁ ଶୁଭ ଦିନ ଆରମ୍ଭ ହେବ। ବିଶେଷକରି, ଅବିବାହିତଙ୍କ ବିବାହ ଯୋଗ ଫିଟିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ସରକାରୀ ଚାକିରିଆଙ୍କ ପଦୋନ୍ନତି ହେବା ସହ ଟ୍ରାନ୍ସଫର ହେବାର ସମ୍ଭାବନା ରହିଛି। ବିଦେଶ ଯାତ୍ରାର ଯୋଗ ରହିଛି। ସ୍ବାସ୍ଥ୍ୟ ଭଲ ରହିବା। ଆର୍ଥିକ ସ୍ଥିତି ସୁଦୃଢ ହେବ। ସେହିପରି କର୍ପୋରେଟ୍ ସେକ୍ଟରରେ କାମ କରୁଥିବା ଲୋକେ ପ୍ରତ୍ୟକ କାର୍ଯ୍ୟରେ ଶୁଭଫଳ ପାଇବେ। ପୌତୃକ ସମ୍ପତ୍ତିରୁ ଲାଭ ବାନ୍ ହେବେ। ଦିର୍ଘ ଦିନଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)