Advertisement
Photo Details/zeeodisha/odisha2427642
photoDetails0hindi

Budh Asta 2024: ବୁଧଙ୍କ ଅସ୍ତ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଚାକିରିରେ ପଦୋନ୍ନତି ସାଙ୍ଗକୁ...

Budh Asta 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ଅର୍ଥ, ବ୍ୟବସାୟ, ବକ୍ତବ୍ୟ ଓ ଯୋଗାଯୋଗର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଆସନ୍ତାକାଲି ସକାଳ ୧୦ଟା ୪୦ ମିନିଟ୍ ସମୟରେ ସିଂହ ରାଶିରେ ଅସ୍ତ ହେବାକୁ ଯାଉଛନ୍ତି। ବୁଧଙ୍କ ଏହି ଅସ୍ତ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭଯୋଗ ସୃଷ୍ଟି କରୁଛି। ଜାତକ ବା ରାଶିରେ ବୁଧଙ୍କ ସ୍ଥିତି ମଜବୁତ୍ ରହିଲେ, ବ୍ୟକ୍ତି ଜୀବନରେ ଧନୀ ହେବା ସହ ଐଶ୍ବର୍ଯ୍ୟ ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ବୁଧଙ୍କ ଅସ୍ତ....

1/5

ମିଥୁନ : ବୁଧଙ୍କ ଅସ୍ତ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ଏହି ଅବଧି ମଧ୍ୟରେ ବିଶେଷକରି, ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ଆୟରେ ବୃଦ୍ଧି ଘଟିବ। ଶତ୍ରୃମାନଙ୍କ ଉପରେ ବିଜୟ ଲାଭ କରିବେ। ସମ୍ପର୍କୀୟଙ୍କ ସହ ଦିର୍ଘ ଦିନ ଧରି ଚାଲି ଥିବା ବିବାଦର ଅନ୍ତ ଘଟିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ପିଛା ଛାଡିବ ନାହିଁ। ସଂକ୍ରମଣ ଓ ଜ୍ବର ଭଳି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖିନ ହେବେ। ପାରିବାରିକ ଜୀବନ ସୁଖମୟ ହେବା ସହ ପ୍ରେମୀମାନଙ୍କ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ।  

ALSO READ: Today Horoscope: ଆଜି ଦୂରଯାତ୍ରା ବେଳେ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ALSO READ: Shani Budh Yuti 2024: ଶନି-ବୁଧଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ଦ୍ବି-ଗୁଣିତ ଲାଭ ସାଙ୍ଗକୁ...

ALSO READ:  Guru Gochar 2024: ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ, ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ!

2/5

ସିଂହ : ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଦିର୍ଘ  ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରୁ ଖୁସି ଖବର ମିଳିବ। ଦିର୍ଘ ଦିନର ଆଶା ପୂରଣ ହେବ। ଏହି ଅବଧି ମଧ୍ୟରେ ନୂଆ ଗାଡି଼ କିମ୍ବା ଜମି କିଣିବେ। ସରକାରୀ ଚାକିରିଆମାନଙ୍କର ପ୍ରମୋସନ୍ ହେବା ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବ। ଆମଦାନୀ- ରପ୍ତାନୀ ବ୍ୟବସାୟରେ ଜଡି଼ତ ଥିବା ଲୋକେମାନେ ବ୍ୟବସାୟରେ ଦ୍ବି-ଗୁଣିତ ଲାଭ ପାଇବେ। ବାକି ପଡିଥିବା ଟଙ୍କା ପାଇବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗିଥିବା ବିବାଦର ଅନ୍ତ ଘଟିବ। ନିଜ ପରିବାର ସହ ଧାର୍ମିକ ସ୍ଥାନ ଯାତ୍ରା କରିବେ। ଆୟରେ ବୃଦ୍ଧି ଘଟିବ। 

 

3/5

ତୁଳା : ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି।  ଏହି ରାଶିର ସପ୍ତମ ଘରେ ବୁଧ ବିରାଜମାନ ଅଛନ୍ତି। ତେଣୁ କର୍ମକ୍ଷେତ୍ରରୁ କୌଣସି ପ୍ରକାର ବଡ଼ ଖବର ମିଳିପାରେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ମିଳିବ। ଧାର-କରଜ କରିଥିବା ଟଙ୍କା ସୁଝିବାରେ ସଫଳ ହେବେ। ବ୍ୟବସାୟୀମାନଙ୍କର ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବ। ଟଙ୍କା ସଞ୍ଚୟ ପାଇଁ ଯୋଜନା କରିବେ। ପରିବାର ସହ ହସଖୁସିରେ ସମୟ ଅତିବାହିତ କରିବେ। ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି। 

 

4/5

କୁମ୍ଭ : ବୃଧଙ୍କ ଅସ୍ତ ଏହି ରାଶିକୁ ଲାଭବାନ୍ କରାଇବ। ବୁଧ ଏହି ରାଶିର ପଞ୍ଚମ ଘରେ ବିରାଜମାନ ଅଛନ୍ତି। ତେଣୁ, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଏହି ଅବଧି ମଧ୍ୟରେ ନୂତନ ଜମିବା ସହ ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। କର୍ମକ୍ଷେତ୍ରରେ ଶତ୍ରୃମାନେ ରଚିଥିବା ଷଡଯନ୍ତ୍ରକୁ ପଣ୍ତ କରିବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ତାରିଫ୍ କରିବେ। ଉଚ୍ଚଶିକ୍ଷା ପାଇଁ ସ୍ବପ୍ନଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖାସ୍ ରହିବ। ବିଦେଶରେ ପଢିବା ପାଇଁ ସୁଯୋଗ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

5/5

ମୀନ :  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ବୁଧଙ୍କ ଅସ୍ତ। ଏହି ଅବଧି ମଧ୍ୟରେ ରିୟଲି-ଇ-ଷ୍ଟେଟ୍ ରେ ଜଡି଼ତ ବ୍ୟକ୍ତି ବିଶେଷ ବିଶେଷ ଭାବରେ ଲାଭବାନ୍ ହେବେ। ନୂତନ ପ୍ରୋଜେକ୍ଟ ମିଳିବା ସହ ଆୟ ବୃଦ୍ଧି ହେବ। ଡାକ୍ତରୀ , ଗବେଷଣା ଓ ରାଜନୈତିକ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। କୌଣସି ସ୍ଥାନରେ ସମ୍ମାନୀତ ହୋଇପାରନ୍ତି। ଚାକିରିଆଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀମାନେ ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)