Advertisement
Photo Details/zeeodisha/odisha2427770
photoDetails0hindi

Pitrupaksha Horoscope 2024: ପିତୃପକ୍ଷରୁ ବଦଳିବାକୁ ଯାଉଛି ଏହି ସବୁ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସନାତନ ଧର୍ମର ଲୋକମାନଙ୍କ ପାଇଁ ପିତୃପକ୍ଷର ପ୍ରତ୍ୟେକ ଦିନ ବିଶେଷ ମହତ୍ତ୍ୱ ରହିଛି। ଏହି ସମୟ ମଧ୍ୟରେ, ପୂଜା କରିବା ଏବଂ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ନୈବେଦ୍ୟ କରିବା ଶୁଭ ବୋଲି ବିବେଚନା କରାଯାଏ। ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ଏଥର ଭାଦ୍ରବ ପୂର୍ଣ୍ଣିମା ଅର୍ଥାତ୍ ପିତୃପକ୍ଷ ୧

1/12

ମେଷ: ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ। କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

 

2/12

ବୃଷ: ପାରିବାରିକ ସୁଖ ମିଳିବ। ଦାନ ଧର୍ମ ପ୍ରତି ମନ ବଳିବ। ଦିଅଁ ଦର୍ଶନ ପାଇଁ ଦୂରଯାତ୍ରା କରିବେ। ବ୍ୟୟ ଅଧିକ ହେବ। ସାମାନ୍ୟ ଅସୁସ୍ଥତା ବୋଧ ହେବ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ।

3/12

ମିଥୁନ: କର୍ତ୍ତବ୍ୟ ନିଷ୍ଠ ହେବେ। କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ସଂପାଦନ କରିବେ। ଶରୀର ସୁସ୍ଥ ରହିବ। ଆୟ ବ୍ୟୟ ପ୍ରାୟ ସମାନ ରହିବ। ସୁସମ୍ବାଦ ପ୍ରାପ୍ତ ହେବ।

4/12

କର୍କଟ: ମନ ଅସ୍ଥିର ରହିବ। ଆୟା ବାଧାପ୍ରତ୍ତ ହେବ। ପଡୋଶୀମାନଙ୍କ ସହ ମନାନ୍ତର ହେଖା ଦେବ। କର୍ମ କ୍ଷେତ୍ରରେ ଅଶାନ୍ତି ଦେଖା ଦେବ। ବ୍ୟବସାୟ ସ୍ୱଳ୍ପ ଲାଭ ହେବ। ଅନାବଶ୍ୟକ ଖର୍ଚ୍ଚ ବଢିବ। ଧାର କରଜ କରିପାରନ୍ତି। ଧୈର୍ଯ୍ୟଚ୍ୟୁତ ହେବେ। ପାଖଲୋକ ବିଶ୍ୱାସଘାତକତା କରିବେ।

5/12

ସିଂହ: ସୌଭାଗ୍ୟ ବନ୍ତ ହେବେ। ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ।

6/12

କନ୍ୟା: ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ। ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନ କରିବେ। ବନ୍ଧୁଙ୍କ ସହଯୋଗ ମିଳିବ। ଆୟ ବୃଦ୍ଧି ପାଇବ। ଭୋଜିଭାତରେ ଯୋଗ ଦେବେ।

7/12

ତୁଳା: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଆତ୍ମଶାନ୍ତି ଲଭିବେ। ଦିଅଁ ଦର୍ଶନ ମଙ୍ଗଳକର ହେବ। ଭୂମି କିମ୍ବା ଗୃହ କ୍ରୟ ପାଇଁ ଯୋଗାଯୋଗ ସ୍ଥାପନ କରିବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ।

8/12

ବିଛା: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ପରିସ୍ଥିତି ପ୍ରତି ସଜାଗ ରୁହନ୍ତୁ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଚୋରର ଭୟ ରହିବ। ଅଚିହ୍ନା ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ ନାହଁ। ମନ ଭାରାକ୍ରାନ୍ତ ରହିବ।

9/12

ଧନୁ: ମନରେ ଈର୍ଷାଭାବ ଜାଗ୍ରତ ହେବ। କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ। ଘାତଚନ୍ଦ୍ର  ଭୋଗ ହେତୁ ଦିନଟିରେ ଜଗି ରଖି ଚଳନ୍ତୁ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ।

10/12

ମକର: ସ୍ୱାସ୍ଥ୍ୟଗତ ସମସ୍ୟା ଚିନ୍ତାର କାରଣ ହେବ। ଚିଡିଚିଡା ସ୍ୱଭାବର ହେବେ। କାର୍ଯ୍ୟଭରା ବୃଦ୍ଧି ପାଇବ। ଆୟ ଆଶାନୁରୂପକ ହେବ। ବ୍ୟବସାୟରେ ଅଭିବୃଦ୍ଧି ହେବ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। 

11/12

କୁମ୍ଭ: ମାନସିକ ଓ ଶାରୀରିକ ସୁସ୍ଥତା ଫେରି ପାଇବେ। କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ। ଅକସ୍ମାତ୍ ଧନ ପ୍ରାପ୍ତିର ଯୋଗ ରହୁଛି। ବ୍ୟବସାୟରେ ଲାଭ ଆତ୍ମସନ୍ତୋଷ ପ୍ରଦାନ କରିବ।

12/12

ମୀନ: ଶରୀର ସାମାନ୍ୟ ଅସୁସ୍ଥ ରହିବ। କର୍ମକ୍ଷେତ୍ରରେ ଅଶାନ୍ତିର ବାତାବରଣ ମିଳିବ। ଆର୍ଥିକ ଅନାଟନ ଦେଇ ଗତିକରିବେ। ପାରିବାରିକ ସୁଖଶାନ୍ତି ବ୍ୟାହତ ହେବ।

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।