Advertisement
Photo Details/zeeodisha/odisha2337908
photoDetails0hindi

Career Horoscope Today: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ ଏହି ସବୁ ରାଶି, ମିଳିପାରେ ବ୍ୟବସାୟରେ ଅଟକିଥିବା ଟଙ୍କା!


Career Horoscope Today: ଆଜି ଜୁଲାଇ ୧୬ ମଙ୍ଗଳବାର। ହନୁମାନଙ୍କ ଆର୍ଶିବାଦରୁ କର୍କଟ  ଓ ତୁଳା ସମେତ ୫ ରାଶିଙ୍କ ପାଇଁ ଆଜିର ଦିନ ମଙ୍ଗଳମୟ ରହିବ। ଏହି ସମସ୍ତ ରାଶି ଗୁଡିକ କର୍ମକ୍ଷେତ୍ରରେ ଅଭୂତ ପୂର୍ବ ସଫଳତା ପାଇବା ସହିତ ବ୍ୟବସାୟରେ ଅଟକିଥିବା ଟଙ୍କା ପ୍ରାପ୍ତ ହେବ। ଚାକିରିଆମାନେ କ୍ୟାରିୟର ନେଇ କୌଣସି ପ୍ରକାର ଏକ ଖୁସି ଖବର ପାଇବେ। ତେବେ, ଆସନ୍ତୁ ଜାଣିବା କର୍ମକ୍ଷେତ୍ରରେ ୧୨ଟି ରାଶିଙ୍କ ଦିନ ଆଜି କିପରି କଟିବ।  

 

1/12

ମେଷ: ଏ-ହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ମିଶ୍ରିତ ଫଳ ମିଳିପାରେ। କର୍ମକ୍ଷେତ୍ରରେ କିଛି ବଡ଼ ଦାୟିତ୍ବ ମିଳିପାରେ। ଏଥିପାଇଁ ଆପଣ ପ୍ରସ୍ତୁତ ରହିବା ଉଚିତ୍। ସଂନ୍ଧ୍ୟା ସମୟରେ ନିଜ ନିଜ ପରିବାର ବର୍ଗଙ୍କ ସହ ସମୟ ଅତିବାହିତ କରିବେ।  ନିଜ ସନ୍ତାନ ମାନଙ୍କ ପାଖରୁ କୌଣସି ଖୁସି ଖବର ମିଳିପାରେ।  ଆଜି ଆପଣ ନିଜ ପ୍ରିୟଜନଙ୍କୁ ଭେଟିପାରନ୍ତି।

2/12

ବୃଷ:   ମେଷ ରାଶିର ଲୋକଙ୍କର ଦିନଟି ମଉଜ ମଜଲିସ୍ ରେ ଅତିବାହିତ ହେବ। କର୍ମକ୍ଷେତ୍ରରେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ। ଆପଣଙ୍କ ପ୍ରୋଜେକ୍ଚ କାର୍ଯ୍ୟ ଆଜି ଶେଷ କରିବାକୁ ସମର୍ଥ ହେବେ।  କୌଣସି ନୂଆ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ କରିପାରନ୍ତି।  ବ୍ୟବସାୟୀମାନେ କୌଣସି ପ୍ରକାର ଏକ ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ପାର୍ଟନର ସିପରେ ହେଉଥିବା ବ୍ୟବସାୟରୁ ଲାଭ ମିଳିବ। ବ୍ୟବସାୟରେ ଅଟକି ଥିବା ଟଙ୍କା ମିଳିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆଜିର ରାଶିଫଳ

3/12

ମିଥୁନ: ମିଥୁନ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଅଶୁଭ ରହିପାରେ। ଆପଣଙ୍କର କିଛି ମୂଲ୍ୟବାନ୍ ଜିନିଷ ଯାତ୍ରା ବେଳେ ହଜିଯାଇପାରେ। ଯଦି ଆପଣ ଶିକ୍ଷା, ସାମ୍ବାଦିକତା ଓ ରିସର୍ଚ୍ଚ କ୍ଷେତ୍ରରେ ଜଡ଼ିତ ତେବେ ଆଜି ଆପଣଙ୍କ ପାଇଁ ଦିନଟି ଖାସ୍ ରହିବ। କର୍ମକ୍ଷେତ୍ରରେ ବିବାଦର ସମ୍ମୁଖିନ ହୋଇପାରନ୍ତି। ଯାହାକୁ ନେଇ ଚାପରେ ରହିବ। 

 

4/12

କର୍କଟ : କର୍କଟ ରାଶିର ଲୋକଙ୍କ ପାଇଁ ଆଜି ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଦରମା ବୃଦ୍ଧି ହେବା ସହ ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଂଶସା କରିବେ। କର୍ମକ୍ଷେତ୍ରର ଉତ୍ସାହ ବୃଦ୍ଧି ପାଇବ।  ଅଫିସ୍ ଟୁର୍ ରେ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଆଜିର ଦିନ ଶୁଭ ରହିବ। କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ପ୍ରତ୍ୟକ କାର୍ଯ୍ୟରେ ନିଜ ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ନିଜ ପ୍ରିୟଜନଙ୍କ ଠାରୁ ଖୁସି ଖବର ପାଇବେ।

 

5/12

ସିଂହ:   ସିଂହ ରାଶିର ଲୋକେ ଆଜି କୌଣସି କାରଣରୁ ଭାବପ୍ରବଣ ରହିବେ। କର୍ମକ୍ଷେତ୍ରରେ ଚାପରେ ରହିବେ। ଚାକିରି ବଦଳାଇବାକୁ ନେଇ ଦ୍ବନ୍ଦରେ ରହିବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। ଶତ୍ରୃଙ୍କ  ଷଡଯନ୍ତ୍ରର ଶିକାର ହେବେ। ବ୍ୟବସାୟରେ ଆଜି କୌଣସି ପ୍ରକାର ଅର୍ଥ ବିନିଯୋଗ କରନ୍ତୁ ନାହିଁ। କ୍ଷତି ସହିବାର ସମ୍ଭାବନା ରହିଛି। ଅଯଥା ଯୁକ୍ତିରୁ ଦୂରେଇ ରହିଲେ ଦିନଟି ଭଲରେ କଟିବ।

 

6/12

କନ୍ୟା: ଚାକିରି ସନ୍ଧାନ ରେ ଥିବା ଲୋକେ ଆଜି ନୂତନ ଚାକିରି ପାଇବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରେ କୌଣସି ନୂଆ ପ୍ରୋଜେକ୍ଟ କାମ ଆପଣଙ୍କୁ ମିଳିପାରେ। ଦିର୍ଘ ଦିନ ଧରି ଚାଲିଥିବା ବିବାଦର ଆଜି ଅନ୍ତ ଘଟିବ। କୋର୍ଟ କଚେରି ଜନିତ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଆୟ-ଠାରୁ ବ୍ୟୟ ଅଧିକ ରହିବ। ଅଯଥା ଖର୍ଚ୍ଚ ବଢିବ। 

 

7/12

ତୁଳା:  ଆଜି ପୂରା ଦିନ ଆପଣର ଖୁସିରେ କଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ଖବର ଶୁଣି ମନ ଆନନ୍ଦିତ ରହିବ। ସହକର୍ମୀଙ୍କ ସହ ସମ୍ପର୍କ ମଜବୁତ୍ ହେବ।  ଯଦି ଆପଣ ନିଜ ଅର୍ଥକୁ କୌଣସି ସ୍ଥାନରେ ବିନିଯୋଗ କରିବାକୁ ଚାହୁଁଛନ୍ତି । ଆଜି ସମୟ ଅନୁକୂଳ ରହିଛି ଟଙ୍କା ବିନିଯୋଗ ପାଇଁ । କୌଣସି କାରଣରୁ ଆଜି ଦୂରଯାତ୍ରା କରିବାକୁ ପଡିପାରେ। ନିଜ ସାଥୀଙ୍କ ସହ ଆଜି ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି।

 

8/12

ବିଛା: ଦିନ ଆରମ୍ଭରୁ କର୍ମକ୍ଷେତ୍ରରେ ବିବାଦର ସମ୍ମୁଥିନ ହୋଇପାରନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ଯାହାକୁ ନେଇ ଆଜି ପୂରା ଦିନ ଚାପରେ ରହିବେ। ମଧ୍ୟାହ୍ନରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାପମୁକ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ବ୍ୟବସାୟୀମାନେ ଠକାମୀର ଶିକାର ହୋଇପାରନ୍ତି। 

9/12

ଧନୁ:  ଏହି ରାଶିର ଲୋକଙ୍କ ପାଇଁ ଦିନଟି ପ୍ରତିକୂଳ ରହିବ। ଶେଷ ହେବାକୁ ଥିବା କାର୍ଯ୍ୟରେ ବିଭ୍ରାଟ ଦେଖାଦେବ। କର୍ମକ୍ଷେତ୍ରରେ ହେବାକୁ ଥିବା ପଦୋନ୍ନତି ବି ଅଟକିଯାଇପାରେ। ନିଜ ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ବିବାଦ ସୃଷ୍ଟି ହୋଇପାରେ। ତେଣୁ ନିଜ ବାଣୀ ଉପରେ ଆଜି ନିୟନ୍ତ୍ରଣ ରଖନ୍ତୁ। ନଚେତ ଭଲ ସମ୍ପର୍କରେ ବି ଫାଟ ସୃଷ୍ଟି ହୋଇପାରେ। ବ୍ୟବସାୟୀମାନେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ନାହିଁ। ଯାହାକୁ ନେଇ ଚିନ୍ତାରେ ରହିବେ।

 

10/12

ମକର: ବ୍ୟବସାୟୀମାନେ ଆର୍ଥିକ କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟରେ ଅଟକି ଥିବା ଟଙ୍କା ମିଳିପାରେ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିଛି। ସେହିପରି ପ୍ରେମୀମାନଙ୍କ ପାଇଁ ଦିନଟି ଭଲରେ ଅତିବାହିତ ହେବ। ନିଜ ସାଥୀଙ୍କ ସହ ସମୟ ବିତାଇବେ। ଦାମୀ ଉପହାର ମଧ୍ୟ ସାଥୀଙ୍କ ଠାରୁ ମିଳିପାରେ। ସରକାରୀ ଚାକିରିଆଙ୍କ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବାର ସମ୍ଭାବନା ରହିଛି।  

 

11/12

କୁମ୍ଭ: କର୍ମକ୍ଷେତ୍ରର ସମୟ ଭଲ ରହିବ ନାହିଁ। ନିଜ ସହକର୍ମୀ ଆପଣଙ୍କୁ କୌଣସି କାର୍ଯ୍ୟରେ ଅସୁବିଧାରେ ପକାଇପାରନ୍ତି। ଶତ୍ରୃଙ୍କ ଷଡଯନ୍ତ୍ରର ଶିକାର ହୋଇପାରନ୍ତି। କିଛି ଖରାପ ଖବର ଶୁଣିବାକୁ ଆଜି ମିଳିପାରେ। ଯାହାକୁ ନେଇ ଆପଣ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ତେଣୁ ଆଜି ଝଗଡା ଏବଂ ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ଏବଂ ଆପଣଙ୍କ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

12/12

ମୀନ:  ଏହି ରାଶିର ଲୋକେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ମାହୋଲ ଭଲ ରହିବ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ପରୋପକାରରେ ସମୟ ବିତିବ। ଭ୍ରମଣ ସମୟରେ ସତର୍କ ରୁହନ୍ତୁ। କୌଣସି ଅଘଟଣ ଘଟିପାରେ। ବ୍ୟବସାୟୀମାନେ ମଧ୍ୟ ଆଜି ଶୁଭଫଳ ପାଇବେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )