Advertisement
Photo Details/zeeodisha/odisha2286971
photoDetails0hindi

Chaturgrahi Yog 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଚତୁଃଗ୍ରାହୀ ଯୋଗ, ବୃଷ, କନ୍ୟା ସହ ଲାଭରେ ରହିବେ ଏହି ୩ ରାଶି!

Chaturgrahi Yog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ଜୁନ୍ ର ମଧ୍ୟ ଭାଗରେ କିଛି ଗ୍ରହ ଓ ନକ୍ଷେତ୍ର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯାହାକି ରାଶିଚକ୍ରରେ ଥିବା ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇବ। ଏହି କ୍ରମରେ, ଗ୍ରହ ମାନଙ୍କର ରାଜକୁମାର ବୁଧ ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଶୁକ୍ର ଓ ଦେବଗୁରୁ ବୃହସ୍ପତି  ଆସନ୍ତାକାଲି ସକାଳ  ୭ଟା ୫୦ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ବୁଧ-ଶୁକ୍ର-ଦେବଗୁରୁ ବୃହସ୍ପତିଙ୍କ ମିଳନ ଦୁର୍ଲଭ ସଂଯୋଗ ବା ଚତୁଃଗ୍ରାହୀ ଯୋଗ ସୃଷ୍ଟି କରୁଛି । ଏହି ଯୋଗ କିଛି ରାଶିଙ୍କ ପାଇଁ ଶୁଭଫଳ ପ୍ରଦାନ କରିବା ସହ ସେମାନଙ୍କ ଜୀବନ ଧନଧାନ୍ୟରେ ଭରିଯିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ... 

1/5

ବୃଷ: ଚତୁଃଗ୍ରାହୀ ଯୋଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ।  ଆଶା କରୁଥିବା ଦିଗରୁ ଅର୍ଥ ପାଇବାର ସମ୍ଭାବନା ରହିଛି । ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ଏବଂ ଆପଣଙ୍କ କାମକୁ ପ୍ରଶଂସା କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି ।  ଆୟ ବଢିବ । କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ, ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ସହ ଖାଦ୍ୟପେୟର ଯତ୍ନ ନିଅନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ ରହିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ଦୂରଯାତ୍ରା ଶୁଭପ୍ରଦ ହେବ। 

 

2/5

କନ୍ୟା: ଚତୁଃଗ୍ରାହୀ ଯୋଗ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ବିଶେଷକରି, ବ୍ୟବସାୟୀମାନେ ବେଶ୍ ଲାଭବାନ୍ ହେବେ। ଯେଉଁମାନେ ଆମଦାନୀ ଓ ରପ୍ତାନୀ ବ୍ୟବସାୟରେ ଲିପ୍ତ ଅଛନ୍ତି । ସେମାନେ ନିଜ ବ୍ୟବସାୟରେ ଦ୍ବିଗୁଣିତ ଲାଭ ପାଇବେ। କମ୍ ପରିଶ୍ରମ କରି ଅଧିକ ଫଳ ପାଇବେ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବ। ସେହିପରି, କର୍ମକ୍ଷେତ୍ରରେ ଆପଣଙ୍କୁ କିଛି ବଡ଼ ଦାୟିତ୍ବ ମିଳିପାରେ। ନିଜ କାର୍ଯ୍ୟରେ ଆପଣ ବରିଷ୍ଠ ଅଧିକାରୀଙ୍କ ମନ କିଣିବେ। କିନ୍ତୁ ପ୍ରେମୀ ମାନଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ। ଜୀବନ ସାଥୀଙ୍କ ସହିତ କୌଣସି କଥାକୁ ନେଇ ମନୋମାଳିନ୍ୟ ଦେଖାଦେଇପାରେ। ବୈବାହିକ ଜୀବନ ସୁଖମୟ ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

3/5

କର୍କଟ: ଚତୁଃଗ୍ରାହୀ ଯୋଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ଦିନ ଆଣିବ। ଏହି ଅବଧି ମଧ୍ୟରେ ଆପଣ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ନିଜ ଜୀବନ ସାଥୀଙ୍କ ସହ ଦୂର ଯାତ୍ରା କରିପାରନ୍ତି। ଯେଉଁମାନେ ଆଇଟି ସେକ୍ଟରରେ କାମ କରୁଛନ୍ତି । ସେମାନଙ୍କ ପାଇଁ ସମୟ ଭଲ ରହିଛି । ବିଦେଶରୁ ସେମାନଙ୍କୁ ନିଯୁକ୍ତି ଅଫର ମିଳିବାର ସମ୍ଭାବନା ରହିଛି।  ଏହି ଅବଧି ମଧ୍ୟରେ ଗାଡି କିମ୍ବା କୌଣସି ଜମି କିଣିପାରନ୍ତି। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ହେବା ନେଇ ଖୁସି ଖବର ପାଇପାରନ୍ତି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ସ୍ବାସ୍ଥ୍ୟ ଭଲ ରହିବା ସହ ମନ ଖୁସି ରହିବ। 

 

4/5

ମକର: ଏହି ରାଶିଙ୍କ ପାଇଁ ବେଶ ଲାଭଦାୟୀ ରହିବ ଚତୁଃଗ୍ରାହୀ ଯୋଗ।  ବିଶେଷକରି, ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି । ଦରମା ବୃଦ୍ଧି ହେବ। ବ୍ୟବସାୟ କରୁଥିବା ଲୋକେ ବେପାର-ବାଣିଜ୍ୟରେ ଲାଭ ପାଇବେ। କୌଣସି ଏକ ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଯଦି ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି । ତେବେ, ଏହି ସମୟରେ କରନ୍ତୁ । ଯାହା ଆପଣଙ୍କୁ ଅଧିକ ଲାଭଦେବ। 

 

5/5

ମୀନ :  ସେହିପରି, ଏହି ରାଶିଙ୍କ ଭାଗ୍ୟ ବଦଳାଇବ ଚତୁଃଗ୍ରାହୀ ଯୋଗ। ଆକସ୍ମିକ ଧନଲାଭର ଯୋଗ ରହିଛି। ଦିର୍ଘ ଦିନର ଆଶା ପୂରଣ ହେବା ସହ ବ୍ୟବସାୟୀମାନେ ଲାଭବାନ୍ ହେବେ। ରିୟଲି ଇଷ୍ଟେଟ୍ ସହିତ ଜଡି଼ତ ବ୍ୟବସାୟୀ ବେଶ୍ ଲାଭରେ ରହିବ। କୌଣସି ନୂଆ ପ୍ରୋଜେକ୍ଟ ଆପଣଙ୍କୁ ମିଳିବାର ସମ୍ଭାବନା ରହିଛି । କଠିନ ପରିଶ୍ରମର ଫଳ ପାଇବେ।  ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମୀ ମାନଙ୍କ ପାଇଁ ସମୟ ଖୁବ୍ ଭଲ ରହିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)