Advertisement
Photo Details/zeeodisha/odisha2373782
photoDetails0hindi

Gajalakshmi Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ଚମକାଇବ ଗଜଲକ୍ଷ୍ମୀ ରାଜଯୋଗ, କିଣିବେ ନୂଆ ଗାଡି ସାଙ୍ଗକୁ...

Gajalakshmi Rajyog 2024: ବୌଦିକ ଜ୍ୟୋତିଷ ଶାସ୍ତ୍ରରେ  ଶୁକ୍ରଙ୍କୁ ଧନ, ପ୍ରେମ, ସମ୍ପର୍କ ଏବଂ ସୌନ୍ଦର୍ଯ୍ୟର କାରକ ବୋଲି ବିବେଚନା କରାଯାଏ।  ଏହି କ୍ରମରେ ଗତକାଲି ଶୁକ୍ର ନିଜ ମୂଳ ରାଶି ପରିବର୍ତ୍ତନ କରି କର୍କଟ ରାଶିକୁ ଚଳନ କରିଛନ୍ତି। କର୍କଟର ସପ୍ତମ ଘରେ ଶୁକ୍ରଙ୍କ ଚଳନ ଗଜଲକ୍ଷ୍ମୀ ରାଜଯୋଗ ଗଠନ କରୁଛି। ଏହି ଗଜଲକ୍ଷ୍ମୀ ରାଜଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ରାଶି ବା ଜାତକରେ ଶୁକ୍ରଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ତା ଜୀବନରେ ସୁଖ ସମୃଦ୍ଧି ସହ ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ ବୋଲି ବିଶ୍ବାସ୍ ରହିଛି। ତେବେ, ଆସନ୍ତୁ ଜାଣିବା ଗଜଲକ୍ଷ୍ମୀ ରାଜଯୋଗ କେଉଁ ରାଶିର ବ୍ୟକ୍ତି ବିଶେଷଙ୍କୁ ଧନବାନ୍ କରିବ।....

1/4

ମିଥୁନ୍: ଗଜଲକ୍ଷ୍ମୀ ରାଜଯୋଗର ପ୍ରଭାବ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଏହି ସମୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଟଙ୍କା ସଂଚୟ କରିବେ। ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ବିଶେଷ କରି, ସାମ୍ବାଦିକ, ସାହିତ୍ୟ ଓ କଳା କ୍ଷେତ୍ରରେ ଜଡି଼ତ ଲୋକଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ। ଦୂରଯାତ୍ରା ଫଳପ୍ରଦ ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ।  

ALSO READ: Solar Eclipse 2024: ଅକ୍ଟୋବର ୨ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ, ଏହିସବୁ ରାଶିଙ୍କ ଉପରେ ପଡି଼ବ ବଡ଼ ପ୍ରଭାବ!

2/4

କର୍କଟ:  ଗଜଲକ୍ଷ୍ମୀ ରାଜଯୋଗ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳମୟ ରହିବ। ଏହି ଅବଧି ମଧ୍ୟରେ କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ଦରମା ବୃଦ୍ଧି ହେବ। ବ୍ୟବାସାୟୀଙ୍କ ପାଇଁ ସମୟ ବି ଭଲ ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ବ୍ୟବସାୟରେ ଆୟ ବଢିବ। କୌଣସି ବଡ଼ ଡିଲ୍ ଫାଇନାଲ ହୋଇପାରେ।  ନିଜ ପରିବାର ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମୀମାନେ ଏକ ରୋମାଣ୍ଟିକ୍ ଡେଟ୍ ରେ ଯିବେ । ଏବଂ ସାଥୀଙ୍କ ଠାରୁ ଭଲ ଉପହାର ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

 

3/4

କନ୍ୟା:  ଗଜଲକ୍ଷ୍ମୀ ରାଜଯୋଗ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇବ। ଶୁକ୍ର ଏହି ରାଶିର ଆୟ ଘରେ ଥିବାରୁ ଆର୍ଥିକ ସ୍ଥିତି ମଜବୁତ୍ ହେବ।  ବେକାରିମାନେ ଭଲ ଚାକିରି ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ।  ବାକେୟା ଥିବା ଟଙ୍କା ପ୍ରାପ୍ତ ହେବ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ଖୁସି ଖବର ପାଇ ପାରନ୍ତି। ଯାହାକୁ ନେଇ ମନ ପ୍ରଫୁଲ୍ଲିତ ରହିବ। ଆମଦାନୀ- ରପ୍ତାନୀ ବ୍ୟବସାୟରେ ଜଡ଼ିତ ଥିବା ଲୋକେ ଲାଭବାନ୍ ହେବେ। ବ୍ୟବସାୟରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିଛି।  ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ଦିର୍ଘ ଦିନଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷେରେ ଯିବ। 

4/4

ତୁଳା: ଗଜଲକ୍ଷ୍ମୀ  ରାଜଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ବ୍ୟବସାୟ ବୃଦ୍ଧି ହେବା ସହ ଅଗ୍ରଗତି ହେବ।କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଚାକିରିରେ ପଦୋନ୍ନତି ସହ ଦରମା ବଢିବ। ପାରିବାରିକ ଜୀବନ ସୁଖମୟ ହେବାସହ ପ୍ରେମ ଜୀବନରେ ମଧୁରତା ଭରିବ। ଏହି ଅବଧି ମଧ୍ୟରେ ନୂତନ ଗାଡି଼ କିମ୍ବା ଜମି କ୍ରୟ କରିପାରନ୍ତି।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)