Advertisement
Photo Details/zeeodisha/odisha2343260
photoDetails0hindi

Guru Purnima 2024: ଗୁରୁ ପୂର୍ଣ୍ଣିମାରେ ପଡୁଛି ୨ଟି ଦୁର୍ଲଭ ସଂଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ

Guru Purnima 2024: ଚଳିତ ବର୍ଷ  ଜୁଲାଇ ୨୨ରେ ଗୁରୁ ପୂର୍ଣ୍ଣିମା ପାଳନ କରାଯିବ।  ଏହି ଦିନ କିଛି ଗ୍ରହ ଓ ନକ୍ଷେତ୍ର ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।  ଏହି କାରଣରୁ ସେହିଦିନ, ସବାର୍ଥ ସିଦ୍ଦି ଯୋଗ, ପ୍ରୀତିଯୋଗ ଓ ବିଷୁକୁମ୍ଭ ଯୋଗ ସୃଷ୍ଟି ହୋଇଛି।  ଏହାସହ ସେହିଦିନ ବୃଷ ରାଶିରେ ମଙ୍ଗଳ ଓ ବୃହସ୍ପତିଙ୍କ ମିଳନ ହେବା ସହ କର୍କଟରେ ସୂର୍ଯ୍ୟ-ଶୁକ୍ରଙ୍କ ଅପୂର୍ବ ମିଳନ ଶୁକ୍ରାଦିତ୍ୟ ଯୋଗ ସୃଷ୍ଟି କରୁଛି।  ଏହି କାରଣରୁ ୨ଟି ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି । ଏହି ଦୁର୍ଲଭ ସଂଯୋଗ କିଛି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...  

1/3

ବୃଷ: ଏହି ଦୁର୍ଲଭ ସଂଯୋଗ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ବିଶେଷକରି, ଏହି ଅବଧି ମଧ୍ୟରେ ଆଶାୟୀମାନେ ଭଲ ଚାକିରି ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଦରମା ବୃଦ୍ଧି ସହ ଆୟ ବଢିବ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ଗାଡି କିମ୍ବା ଜମି କିଣିପାରନ୍ତି। 

 

ALSO READ: Career Horoscope Today: କର୍ମକ୍ଷେତ୍ରରେ ଏହି ରାଶିଙ୍କ ପାଇଁ ମଙ୍ଗଳମୟ ରହିବ ଆଜିର ଦିନ, ନୂଆ ବ୍ୟବସାୟ ଆରମ୍ଭ କରିବାରେ ହେବେ ସଫଳ!

2/3

ସିଂହ : ଗୁରୁ ପୂର୍ଣ୍ଣିମା ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟରେ ଅଗ୍ରଗତି ହେବ।  ଚାକିରି ଆଶାରେ ଥିବା ଲୋକଙ୍କୁ କୈଣସି ସ୍ଥାନରୁ ଅଫର ଲେଟର ମିଳିପାରେ।  ପୁରୁଣା ବିନିଯୋଗରୁ ଲାଭ ପାଇବେ। ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ବିଜୟୀ ଲାଭ କରିବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।

 

3/3

କୁମ୍ଭ: ଏହି ରାଶିର ଲୋକଙ୍କ ପାଇଁ ଗୁରୁ ପୂର୍ଣ୍ଣିମା ମଙ୍ଗଳମୟ ହେବ। କର୍ମକ୍ଷେତ୍ରରୁ ଶୁଭଫଳ ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଆପଣଙ୍କ କାର୍ଯ୍ୟରେ ବରିଷ୍ଠ ଅଧିକାରୀମାନେ ଖୁସି ହେବେ। ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ। ପୁରୁଣା ରୋଗରୁ ମୁକ୍ତି ପାଇବେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)