Advertisement
Photo Details/zeeodisha/odisha2386157
photoDetails0hindi

Guru Gochar 2024: ନକ୍ଷେତ୍ର ପରିବର୍ତ୍ତନ କରିବେ ଦେବଗୁରୁ ବୃହସ୍ପତି, ଏହିସବୁ ରାଶିର ଲୋକେ ରୁହନ୍ତୁ ସତର୍କ !

Guru Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଦାନ, ଧର୍ମ ଓ ପୁଣ୍ୟର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଦେବଗୁରୁ ଶ୍ରାବଣ ପୂର୍ଣ୍ଣିମା ପରଦିନ ଅର୍ଥାତ୍ ଅଗଷ୍ଟ ୨୦ ତାରିଖ ସକାଳ ୫ଟଗ ୨୨ ମିନିଟ୍ ସମୟରେ ରୋହିଣୀ ନକ୍ଷେତ୍ରକୁ ଚଳନ କରିବେ। ନଭେମ୍ବର ୨୮ ପର୍ଯ୍ୟନ୍ତ ସେ ଏହି ନକ୍ଷେତ୍ରରେ ରହିବେ। ତେବେ ଦେବଗୁରୁଙ୍କ ନକ୍ଷେତ୍ର ପରିବର୍ତ୍ତନ କିଛି ରାଶିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ।  ତେବେ, ଆସନ୍ତୁ ଜାଣିବା ଦେବଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କେଉଁ ରାଶିଙ୍କ ପାଇଁ ବିପଦ ସୃଷ୍ଟି କରିବ।..

1/3

ମେଷ: ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିର ଲୋକଙ୍କ ଉପରେ ବଡ଼ ପ୍ରଭାବ ପକାଇବ।  ବିଶେଷକରି, ଖୁଚୁରା ବ୍ୟବସାୟୀମାନେ ବ୍ୟବସାୟରେ ଅନେକ ସମସ୍ୟାର ସମ୍ମୁଖିନ ହେବେ। କର୍ମକ୍ଷେତ୍ରରେ ବିବାଦ ଦେଖାଦେବା ସହ ଚାପ ଅଧିକ ରହିବ । ଏପରିକି କୌଣସି ପ୍ରକାର କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀଙ୍କ ଠାରୁ ଗାଳି ଶୁଣିବାକୁ ପଡିପାରେ। ସହକର୍ମୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ। ଆୟ ଠାରୁ ବ୍ୟୟ ଅଧିକ ରହିବ। ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଘାଣ୍ଟି ହୋଇପାରନ୍ତି। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। 

ALSO READ: ଶ୍ରାବଣର ଶେଷ ସୋମବାରରେ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ସମସ୍ତ ଦୁଃଖକଷ୍ଟ ଲାଘବ କରିବେ ମହାଦେବ!

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

 

 

2/3

ତୁଳା: ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ କ୍ଷତି ପହଞ୍ଚାଇପାରେ। ଏହି ଅବଧି ମଧ୍ୟରେ ବ୍ୟବସାୟୀମାନେ ନିଜ ବାଣିଜ୍ୟ-ବ୍ୟବସାୟରେ କୌଣସି ପ୍ରକାର  ଆର୍ଥିକ ବିନିଯୋଗ କରନ୍ତୁ ନାହିଁ । କ୍ଷତି ସହିବାର ସମ୍ଭାବନା ରହିଛି। ବୈବାହିକ ଜୀବନରେ ଟେନସନ୍ ଦେଖାଦେଇପାରେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଯଥା କହଳ ବୃଦ୍ଧି ପାଇବ। କୋର୍ଟକଚେରୀ ମାମଲାରେ ମଧ୍ୟ ଛନ୍ଦି ହେବାର ସମ୍ଭାବାନ ରହିଛି । କର୍ମକ୍ଷେତ୍ରରେ ଯଥା ସମ୍ଭବ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବା ଜରୁରୀ। 

3/3

କୁମ୍ଭ:  ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ଏତେ ଭଲ ରହିବ ନାହିଁ।  ଏହି ସମୟରେ ମଧ୍ୟରେ, ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନେ, ନିଜ ଯୋଜନାକୁ ସ୍ଥଗିତ ରଖିବା ଭଲ। କୌଣସି ସ୍ଥାନରେ ଆର୍ଥିକ ବିନିଯୋଗ କରନ୍ତୁ ନାହିଁ। ଟଙ୍କା ବୁଡିଯିବାର ଯଥେଷ୍ଟ ସମ୍ଭାବନା ରହିଛି।  ଆର୍ଥିକ ସ୍ଥିତି ଖରାପ ରହିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବା କାରଣରୁ ଚିକିତ୍ସା ବାବଦରେ ଅଯଥା ଟଙ୍କା ଖର୍ଚ୍ଚ ହୋଇପାରେ। ପ୍ରେମୀ ମାନଙ୍କ ପାଇଁ ମଧ୍ୟ ସମୟ ପ୍ରତିକୂଳ ରହିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)