Advertisement
Photo Details/zeeodisha/odisha2394570
photoDetails0hindi

Horoscope 23 August 2024: ୨୩ ଅଗଷ୍ଟରେ ଚମକିବ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ଦୈନିକ ରାଶିଫଳ

Rashifal 23 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ଜାଣନ୍ତୁ କେଉଁ ରାଶି ୨୩ ଅଗଷ୍ଟ ୨୦୨୪ ରେ ଉପକୃତ ହେବେ ଓ କେଉଁ ରାଶି ମାନଙ୍କୁ ସତର୍କ ରହିବାକୁ ପଡିବ।

 

1/12

ମେଷ: (Aries Horoscope Today) ଏହି ରାଶିର ଲୋକଙ୍କ ପାଇଁ ଶୁକ୍ରବାର ବେଶ୍ ଶୁଭ ରହିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ସହକର୍ମୀଙ୍କ ଠାରୁ ପ୍ରତ୍ୟକ କ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ ପାଇବେ। ବ୍ୟବସାୟରେ କିଛି ପୁରୁଣା ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସମର୍ଥ ହେବେ। ଆର୍ଥିକ ପରିସ୍ଥିତି ଭଲ ରହିବ। ପୁରୁଣା ବିନିଯୋଗୁ ଅଧିକ ଲାଭ ପାଇବେ। ନିଜ ପରବାର ସହ ହସଖୁସିରେ ସମୟ ବିତାଇବେ। ଜୀବନସାଥୀ ସହିତ ସମ୍ପର୍କ ଆହୁରି ମଜବୁତ୍ ହେବ।  ନିଜ ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି।  ମନ ପ୍ରଫୁଲ୍ଲିତ ରହିବ। 

ALSO READ: September Lucky Zodiac Signs: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ ସେପ୍ଟେମ୍ବର, ବେକାରିଙ୍କୁ ମିଳିବ ଚାକିରି ସହ...!

2/12

ବୃଷ:  (Taurus Horoscope Today) ଦିନଟି ଆପଣଙ୍କ ପାଇଁ ବେଶ୍ ଚ୍ୟାଲେଜିଂ ରହିବ। କର୍ମକ୍ଷେତ୍ରରେ ଅଧିକ ସତର୍କତାର ସହ କାମ କରିବାକୁ ପଡିବ। ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ଅଯଥା ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖନ୍ତୁ। ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଦେଖାଦେବ। ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ଅଯଥା କହଳ ହୋଇପାରେ।  ଆର୍ଥିକ ଦୃଷ୍ଟି କୋଣରୁ ମଧ୍ୟ ଦିନଟି ଅନୁକୂଳ ରହିବ ନାହିଁ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ସୁସ୍ଥ ରହିବା ପାଇଁ ନିଜ ଖାଜ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଏବଂ ବିଶ୍ରାମ ନେବା ଜରୁରୀ। ମାନସିକ ଚାପରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ। 

3/12

ମିଥୁନ: (Gemini Horoscope Today) ମହାଲକ୍ଷ୍ମୀଙ୍କ କୃପାରୁ ଶୁକ୍ରବାର ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ।  କର୍ମକ୍ଷେତ୍ରରେ ସଫଳତା ପାଇବେ। ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅଗ୍ରସର ହେବେ।  ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ନିଜ ପରିବାର ଲୋକଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି।  ସମାଜରେ ମାନ -ସମ୍ମାନ ବୃଦ୍ଧି ପାଇବ। ଯଦି ବ୍ୟବସାୟରେ କୌଣସି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛନ୍ତି । ତେବେ, ଏହାକୁ କାର୍ଯ୍ୟକାରୀ କରିବାକୁ ପାଇଁ ସମୟ ଭଲ ରହିବ। ସ୍ବାସ୍ଥ୍ୟ ଦୃଷ୍ଟି କୋଣରୁ ଦିନଟି ଅନୁକୂଳ ରହିବ। ନିୟମିତ ବ୍ୟାୟାମ୍ କରନ୍ତୁ  ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।  ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ନିଜ ସାଥୀଙ୍କ ସହ ଭଲ ସମୟ ବିତାଇବେ। 

 

4/12

କର୍କଟ:  (Cancer Horoscope Today) ଦିନ ଆରମ୍ଭରୁ କିଛି ଚ୍ୟାଲେଜିଂ କାର୍ଯ୍ୟର ସାମ୍ନା କରିବାକୁ ପଡିପାରେ। ସ୍ବାସ୍ଥ୍ୟ ଖରାପ୍ ରହିବା କାରଣରୁ ଥକ୍କା ପଣ ଅନୁଭବ କରିବ। ଆଶା କରୁଥିବା ଦିଗକୁ ଶୁଭଫଳ ପାଇବେ ନାହିଁ। ଧୌର୍ଯ୍ୟର ସହକାରେ ସମସ୍ତ ପରିସ୍ଥିତିର ମୁକାବିଲା କରିବେ । ନିଜ ପରିବାର ସଦସ୍ୟଙ୍କ ସହ କୌଣସି ପ୍ରକାର ବିବାଦର କରନ୍ତୁ ନାହିଁ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି କଷ୍ଚସାଧ୍ୟ ହୋଇପାରେ।  ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ। 

 

5/12

ସିଂହ:   (Leo Horoscope Today) ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖାସ୍ ରହିବ। ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଂଶସା କରିପାରନ୍ତି।  କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ନିଜ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କୁ ପ୍ରଭାବିତ କରିବ। ବ୍ୟବସାୟୀମାନେ କିଛି ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡ଼ିତ ଥିବା ଲୋକେ ବ୍ୟବସାୟରେ ଅଗ୍ରଗତି କରିବେ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

 

6/12

କନ୍ୟା: (Virgo Horoscope Today) ଏହି ରାଶିର ଲୋକଙ୍କୁ ଟିକେ ସତର୍କ ରହିବାକୁ ପଡିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିପାରେ। ଯାହାକୁ ନେଇ ଆପଣ ବିଚଳିତ ହେବା ସହ ଚାପରେ ରହିବେ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ଖୁଚୁରା-ମଧ୍ୟମ ଧରଣର ବ୍ୟବସାୟୀମାନେ ବ୍ୟବସାୟରେ ଶୁଭଫଳ ପାଇବେ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ ନାହିଁ। ଗାଡି଼ ଚାଳନା ସମୟରେ ସତର୍କ ରୁହନ୍ତୁ। 

 

7/12

ତୁଳା:   (Libra Horoscope Today) ଦିନ ଆରମ୍ଭରୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।  ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଏତେ ଖାସ୍ ରହିବ ନାହିଁ। ମେଡିକାଲ ଖର୍ଚ୍ଚ ବୃଦ୍ଧି ପାଇପାରେ। ତେଣୁ ସ୍ବାସ୍ଥ୍ୟ ଯତ୍ନ ନେବା ଜରୁରୀ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ନଚେତ୍ ପରେ ପସ୍ତେଇବେ। ଧୌର୍ଯ୍ୟର ସହ ପ୍ରତ୍ୟକ କାର୍ଯ୍ୟକୁ ଶେଷ କରିବା ଶିଖନ୍ତୁ। ବ୍ୟବସାୟରେ କୌଣସି ପ୍ରକାର ନିବେଶରୁ ନିବୃତ୍ତ ରୁହନ୍ତୁ । ନଚେତ୍ ଏହାକୁ ସ୍ଥଗତି ରଖନ୍ତୁ।

8/12

ବିଛା: (Scorpio Horoscope Today) ଏହି ରାଶିର ଲୋକଙ୍କ ପାଇଁ ଦିନଟି ଭଲ ରହିବ।  କର୍ମକ୍ଷେତ୍ରରେ  କଠିନ ପରିଶ୍ରମର ଫଳ ମିଳିବ।  ସାହିତ୍ୟ, କଳା, ସାମ୍ବାଦିକତା କ୍ଷେତ୍ରରେ ଜଡ଼ିତ ଥିବା ଲୋକଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ। ନୂଆ ଚାକିରି ଅଫର ମିଳିବା ସହ ଦରମା ବୃଦ୍ଧି ହୋଇପାରେ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ କରିପାରନ୍ତି। ଆର୍ଥିକ ସ୍ଥିତି ଦୃଢ ରହିବା ସହ ନୂତନ ବିନିଯୋଗ କରିପାରନ୍ତି। ଯେଉଁଥିରୁ ଭବିଷ୍ୟତରେ ଲାଭବାନ୍ ହେବେ। 

 

9/12

ଧନୁ:  (Sagittarius Horoscope Today) ଏହି ରାଶିର ଲୋକଙ୍କ ପାଇଁ ଦିନଟି ପ୍ରତିକୂଳ ରହିବ। ମହାଲକ୍ଷ୍ମୀଙ୍କ କୃପାରୁ କର୍ମକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ବ ମିଳିପାରେ। ବରିଷ୍ଠ ଅଧିକାରୀ ଭଲ-କାର୍ଯ୍ୟ ପାଇଁ ପ୍ରଶଂସା କରିବେ। ଆୟ ବୃଦ୍ଧି ହେବା ସହ ପୁରୁଣା ବିବାଦ ପିଛା ଛାଡିବ ନାହିଁ।  ପୁରୁଣା ବନ୍ଧୁଙ୍କ ଠାରୁ କୌଣସି ପ୍ରକାର ସାହାର୍ଯ୍ୟ ପାଇ ପାରନ୍ତି । ସନ୍ତାନ ସନ୍ତତିଙ୍କ ଠାରୁ ଖୁସି ଖବର ପାଇ ମନ ଆନନ୍ଦିତ ରହିବ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟୀ ମାନେ ସରକାରୀ ପ୍ରୋଜେକ୍ଟରୁ ଲାଭବାନ୍ ହୋଇପାରନ୍ତି। ନିଜ ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରା କରିପାରନ୍ତି। 

 

10/12

ମକର:  (Capricorn Horoscope Today) ଏ-ହି ରାଶିର ଲୋକଙ୍କ ପାଇଁ ଶୁକ୍ରବାର ଅଶୁଭ ରହିବ। ଦିନ ଆରମ୍ଭରୁ ବିବାଦୀୟ ପରିସ୍ଥିତିରେ ଫସି ପାରନ୍ତି। କର୍ମକ୍ଷେତ୍ରରେ ପେଣ୍ତି କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇପାରେ। ସହକର୍ମୀଙ୍କ ଦ୍ବାରା ହୋଇଥିବା ଷଡଯନ୍ତ୍ରରେ ଫସିପାରନ୍ତି। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ସହ ଚୁପ୍ ରହିବା ଶିଖନ୍ତୁ। ଆର୍ଥିକ ପରିସ୍ଥିତିରେ ମଧ୍ୟ ପରିବର୍ତ୍ତନ ଆସିବ। ପିତା-ମାତାଙ୍କ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ପ୍ରେମ ଜୀବନରେ ବି  ବିବାଦ  ପିଛା ଛାଡିବ ନାହିଁ। 

 

11/12

କୁମ୍ଭ:  (Aquarius Horoscope Today) ଦିନଟି ଆପଣଙ୍କ ପାଇଁ ଆଦୌ ଅନୁକୂଳ ରହିବ ନାହିଁ। ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ବିଗିଡି ପାରେ।  ବ୍ୟବସାୟରେ ବିନିଯୋଗ ହୋଇଥିବା ଟଙ୍କା ବୁଡିପାରେ। ଆର୍ଥିକ ନେଣଦେଣରୁ ନିବୃତ୍ତ ରୁହନ୍ତୁ। ନିଜ କାର୍ଯ୍ୟରେ ଅଧିକ ଧ୍ୟାନ ଦିଅନ୍ତୁ। ଅଯଥା ବିବାଦରେ ପଶନ୍ତୁ ନାହିଁ। କ୍ରୋଧରେ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନିଅନ୍ତୁ ନାହିଁ। ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ। ଦୂରଯାତ୍ରା ବେଳେ କୌଣସି ଜିନିଷ ହଜି ଯାଇପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ। ପ୍ରେମୀମାନେ ନିଜ ପାର୍ଟନରଙ୍କୁ ଅନ୍ଧ ଭଳି ବିଶ୍ବାସ କରନ୍ତୁ ନାହିଁ। ନଚେତ୍ ଧୋକା ପାଇବେ।

12/12

ମୀନ:  Pisces Horoscope Today)ଦେବ ଦର୍ଶନ ନେଇ ସୁଯୋଗ ମିଳିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ମହାଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସ୍ଥିତି ମଜବୁତ୍ ହେବ । ବାକି ପଡିଥିବା ଟଙ୍କା ପାଇବେ। ବିରୋଧି କରିଥିବା ଷଡଯନ୍ତ୍ର ପଣ୍ତ ହେବ। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)