Advertisement
Photo Details/zeeodisha/odisha2394659
photoDetails0hindi

Gold Price Today: ସୁନା ଦର ହ୍ରାସ; ୪୭ ହଜାର ତଳକୁ ଖସିଲା ରେଟ୍

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ଖସିଲା ସୁନା ରେଟ୍ । ଗତକାଲି ସୁନା ରେଟ୍ ଭାରତରେ ରେକର୍ଡ଼ କରିଥିବା ବେଳେ ଆଜି ଦର ହ୍ରାସ ପାଇଛି। ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଲଗାତର ସୁନାଦର ବୃଦ୍ଧି ସାଧାରଣ ଲୋକଙ୍କୁ ଟେନସନରେ ପକାଇଥିଲା। ଯଦି ଆପଣ ଆଜି ସୁନା କିଣିବା ପାଇଁ କିଛି ପ୍ଲାନ୍ କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନାରେଟ୍?

1/6

ଆଜି ବଜାର ଖୋଲିବା ପୂର୍ବରୁ ବୁଲିଅନ ବଜାର ଦର ଅନୁଯାୟୀ ବୁଧବାର ସୁନା ୧୪ କ୍ୟାରେଟ ଭରିପିଛା ୪୬୨୬ ଟଙ୍କାରେ ବ୍ୟବସାୟ କରିଥିଲା। ସେହିପରି ୨୨ କ୍ୟାରେଟ୍ ୭୦୦୦ ଟଙ୍କାରେ ବ୍ୟବସାୟ କରିଥିବା ବେଳେ ୨୦ କ୍ୟାରେଟ ଭରି ପିଛା ୬୩୮୩ ଟଙ୍କାରେ ବ୍ୟବସାୟ କରିଥିଲା।

ALSO READ: Horoscope 23 August 2024: ୨୩ ଅଗଷ୍ଟରେ ଚମକିବ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ଦୈନିକ ରାଶିଫଳ

2/6

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରଟ୍ ର ଦାମ୍ ୭୨,୮୭୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୩୦୦ ଓ ୨୪ କ୍ୟାରେଟ୍ ରେ ୩୩୦ ଟଙ୍କା ହ୍ରାସ ପାଇଛି। 

3/6

ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ମୂଲ୍ୟ ୭୨,୯୭୦ ଟଙ୍କା ରହିଛି । ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ୩୦୦ ଓ ୩୩୦ ଟଙ୍କା ହ୍ରାସ ପାଇଛି। 

 

4/6

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୨,୮୭୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟ୍ ରେ ୩୦୦ ଓ ୩୩୦ ଟଙ୍କା ହ୍ରାସ ପାଇଛି। 

5/6

ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୭୨,୮୭୦ ଟଙ୍କା ରହିଛି।  ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୩୦୦ ଓ ୩୩୦ ଟଙ୍କା ଖସିଛି ।

 

6/6

ସେପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରର ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୬୬,୮୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୮୭୦ ଟଙ୍କା ରହିଛି।  ଏଠାରେ ୨୨ କ୍ୟାରେଟ୍ ରେ ୩୦୦ ଓ ୨୪ କ୍ୟାରେଟ୍ ପିଛା ୩୩୦ ଟଙ୍କା ହ୍ରାସ ପାଇଛି।