Advertisement
Photo Details/zeeodisha/odisha2450079
photoDetails0hindi

Shani Budh Yuti 2024: ଶନି-ବୁଧଙ୍କ କୃପାରୁ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ ସହ...

Shani Budh Yuti 2024: ନବଗ୍ରହଙ୍କ ମଧ୍ୟରୁ ଶନି ମହାରାଜଙ୍କୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଗ୍ରହ ବୋଲି  ବିବେଚନା କରାଯାଏ। ବର୍ତ୍ତମାନ ଶନିଦେବ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତାମାସ ୧୦ ତାରିଖ ସକାଳ ୧୦ଟା ୫୦ ମିନିଟ୍ ସମୟରେ ସେହି ରାଶିକୁ ବୁଧ ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ଏହି ଅପୂର୍ବ ମିଳନ କିଛି ରାଶିଙ୍କ ପାଇଁ ବେଶ୍ ଭାଗ୍ୟଶାଳୀ ପ୍ରମାଣିତ ହେବ। ଦୁଇ ଗ୍ରହଙ୍କ ଶୁଭ ପ୍ରଭାବ ହେତୁ, ୫ଟି ରାଶିର ଭାଗ୍ୟ ଉଜ୍ଜଳ ହେବାକୁ ଯାଉଛି । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

1/5
ବୃଷ:  ଶନି-ବୁଧଙ୍କ ଶୁଭ ପ୍ରଭାବ ଏ-ହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ବିଶେଷକରି, ଏ-ସମୟ ମଧ୍ୟରେ କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିପାରେ। ଆର୍ଥିକ ସ୍ଥିତିକୁ ମଜବୁତ୍ ହେବ। ବ୍ୟବସାୟୀମାନେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। କ୍ଷୁଦ୍ର-ମଧ୍ୟମ ଧରଣ ବ୍ୟବସାୟୀଙ୍କ ବ୍ୟବସାୟରେ ଲାଭ ବଢିବ। ପିତାମାତାଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବାରୁ ସପ୍ତାହର ଶେଷ ବେଳକୁ ଖର୍ଚ୍ଚ ବୃଦ୍ଧି ପାଇପାରେ।  ଦିର୍ଘ ଦିନର ଆଶା ପୂରଣ ହେବ। ପାରିବାରିକ ଜୀବନ ସୁଖମୟ ହେବ। 

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଆଗମୀ ସପ୍ତାହ ରହିବ ଅତ୍ୟନ୍ତ ଶୁଭ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସହ ବ୍ୟବସାୟରୁ ମିଳିବ ଲାଭ!

ALSO READ: Bus Accident: ଜଳେଶ୍ବରରେ ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍, ଘଟଣାସ୍ଥଳରେ ୪ ମୃତ

2/5
  ମିଥୁନ:  ଶନି ଓ ବୁଧଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ବିଶେଷକରି, ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ।  ବିଦେଶରେ ପାଠ ପଢିବାର ସୁଯୋଗ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ନିଜ ସାଥୀଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଏବଂ ଦାମୀ ଉପହାର ମଧ୍ୟ ପାଇପାରନ୍ତି। ବ୍ୟବସାୟୀମାନେ ବିଦେଶ ଯାତ୍ରା କରିବେ। ଦୂରଯାତ୍ରରୁ ଶୁଭଫଳ ପାଇବେ।

3/5
କର୍କଟ:  ଆସନ୍ତାମାସରୁ ଏ-ହି ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବାକୁ ଯାଉଛି। ଦିର୍ଘ ଦିନ ଧରି ଅଟିକି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ।  ପାରିବାରିକ ଜୀବନ ସୁଖମୟ ହେବ। ନିଜ ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହୋଇପାରେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ନୂତନ ଘର କିଣିବେ। ସେୟାର ମାର୍କେଟ୍ ରୁ ଲାଭ ପାଇବେ। 

4/5
ତୁଳା:  ଶନି ଓ ବୁଧଙ୍କ କୃପାରୁ ଆସନ୍ତାମାସ ଏହି ରାଶିଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ।  ଆର୍ଥିକ ଦୃଷ୍ଟି କୋଣରୁ  ଆସନ୍ତାମାସ ଏହି ରାଶିଙ୍କ ପାଇଁ ବେଶ୍ ଭଲ ରହିବ। କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିପାରେ। ଦିର୍ଘ ଦିନ ଧରି ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ଭଲ ଚାକିରି ମିଳିପାରେ। ଆର୍ଥିକ ସ୍ଥିତି ସେତେ ଭଲ ନଥିଲେ ମଧ୍ୟ କ୍ଷୁଦ୍ର ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ନିଜ ପରିବାର ଲୋକଙ୍କ ସହ ଦୂରଯାତ୍ରା କରିପାରନ୍ତି । ସ୍ବାସ୍ଥ୍ୟରେ ଉନ୍ନତି ଆସିବ।

5/5
କୁମ୍ଭ:  ଅକ୍ଟୋବର ମାସର ଦ୍ବୀତିୟ ସପ୍ତାହରୁ ଚମକିବାକୁ ଯାଉଛି କୁମ୍ଭ ରାଶିର ଭାଗ୍ୟ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ। ଆଶାୟୀଙ୍କୁ ମନ ଲାଗି ଚାକିରି ମଧ୍ୟ ମିଳିବ। କିନ୍ତୁ ପ୍ରେମୀ ମାନଙ୍କ ପାଇଁ ସମୟ ସେତେଟା ଖାସ୍ ରହିବ ନାହିଁ। ବ୍ୟବସାୟୀଙ୍କ ପାଇଁ ସମୟ ଭଲ ରହିବ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଂଶସା କରିବେ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସାହାର୍ଯ୍ୟ ସହଯୋଗ କରିବେ। କର୍ମକ୍ଷେତ୍ରରେ ଭଲ ମାହୋଲ୍ ରହିବ। ସ୍ବାସ୍ଥ୍ୟ ଭଲ ରହିବା ସହ ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ।   ​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)