Advertisement
Photo Details/zeeodisha/odisha2456927
photoDetails0hindi

Shani Nakshatra Gochar 2024: ନବରାତ୍ରୀରେ ଶନିଦେବଙ୍କ ନକ୍ଷତ୍ର ପରିବର୍ତ୍ତନ, ଆଜିଠୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

Saturn Nakshatra Transit in Navratri 2024: ଆଜିଠୁ ନବରାତ୍ରୀ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ସକାଳ ୯ଟା ୪୫ ମିନିଟ୍ ସମୟରେ ନ୍ୟାୟର ଦେବତା ଶନିଦେବ ରାହୁ-ଶତାବିଶ ନକ୍ଷତ୍ରକୁ ଚଳନ କରିବେ। ଏହି ନକ୍ଷେତ୍ରରେ ୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବେ। ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ୧୨ଟି ରାଶି ଉପରେ ପ୍ରଭାବ ପକାଇବ। କେଉଁ ରାଶିକୁ ଶୁଭଫଳ ମିଳିବ ତ ଆଉ କାହା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କେଉଁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।... 

 

1/12

ମେଷ:  ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, କ୍ୟାରିୟରେ ଅଭୂତପୂର୍ବ ସଫଳତା ମିଳିବ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ମିଳିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ପ୍ରତ୍ୟକ କାର୍ଯ୍ୟରେ ନିଜ ଭାଇ-ଭଉଣୀଙ୍କ ସମର୍ଥନ ପାଇବେ। ଖର୍ଚ୍ଚ ବୃଦ୍ଧି ହୋଇପାରେ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ।

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ALSO READ: Weather Update: ଆସୁଛି ଆଉ ଏକ ଲଘୁଚାପ, ଆସନ୍ତାକାଲିଠୁ ରାଜ୍ୟରେ ବଢିବ ବର୍ଷା!

2/12

ବୃଷ: ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବୃଦ୍ଧି ହେବ। ଦୂରଯାତ୍ରା କରିବେ। ଏହି ଅବଧି ମଧ୍ୟରେ ନୂତନ ଗାଡି କିମ୍ବା ଜମି କ୍ରୟ କରିପାରିବେ। ଯେଉଁମାନେ ବିଦେଶରେ ପାଠପଢିବାକୁ ମନୋ ବଳାଇଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବ। ଦାନ-ଧର୍ମ ପାଇଁ ମନବଳିବ।

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଆଗମୀ ସପ୍ତାହ ରହିବ ଅତ୍ୟନ୍ତ ଶୁଭ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସହ ବ୍ୟବସାୟରୁ ମିଳିବ ଲାଭ!

3/12

ମିଥୁନ: ଶନିଦେବଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ଚାପ କମିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ। ବ୍ୟବସାୟୀଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ। ଆର୍ଥିକ ଦେଣନେଣ କରନ୍ତୁ ନାହିଁ । କ୍ଷତି ସହିବାର ବଡ଼ ସମ୍ଭାବନା ରହିଛି। ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କଲେ ଭଲ ଲାଭ ପାଇବେ। ମାନସିକ ଅଶାନ୍ତି ଲାଗି ରହିବ। ମନକୁ ଶାନ୍ତ ରଖିବା ପାଇଁ ଯୋଗ କରନ୍ତୁ ଏବଂ ସଙ୍ଗୀତ ଶୁଣନ୍ତୁ। ନିଜ ବନ୍ଧୁମାନଙ୍କ ସହ ସମୟ ବିତାନ୍ତୁ।... 

 

4/12

କର୍କଟ: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବିପଦ ଡାକି ଆଣିବ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ -କଚେରୀ ମାମଲାରେ ଅଶୁଭ ଫଳ ପାଇବେ। ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଘାଣ୍ଟି ହେବେ। ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। କୌଣସି ଶୁଭକାର୍ଯ୍ୟ ଏହି ସମୟ ମଧ୍ୟରେ ଆରମ୍ଭ କରନ୍ତୁ ନାହିଁ। ବ୍ୟବାସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରନ୍ତୁ ନାହିଁ। ଏହାକୁ ସ୍ଥଗତି ରଖନ୍ତୁ ନଚେତ୍ କ୍ଷତି ସହିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ବିବାଦ ଦେଖାଦେଇପାରେ।

 

5/12

ସିଂହ: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିଙ୍କ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଦାୟିତ୍ବ ବୃଦ୍ଧି ହୋଇପାରେ। ଯାହାକୁ ନେଇ ଆପଣ ଚାପରେ ରହିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ  ସମସ୍ୟା ଦେଖାଦେବ। ତେଣୁ ସ୍ବାସ୍ଥ୍ୟପ୍ରତି ଯତ୍ନବାନ୍ ହୁଅନ୍ତୁ। ଆର୍ଥିକ ସ୍ଥିତିବି ଦୋହଲି ପାରେ। ଯେଉଁଥି ପାଇଁ ପୂର୍ବରୁ ସଂଚୟ ଟଙ୍କାକୁ ଖର୍ଚ୍ଚ କରିବାକୁ ପଡିପାରେ। ବୈବାହିକ ଜୀବନରେ କୌଣସି କାରଣରୁ ଝଡ଼ ସୃଷ୍ଟି ହୋଇପାରେ। ତେଣୁ ନିଜ ସାଥୀଙ୍କ ସହ କଥାବାର୍ତ୍ତା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। 

 

6/12

କନ୍ୟା :  ଶନିଦେବଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ବିଶେଷକରି, ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଦୂରଯାତ୍ରାରୁ ଶୁଭଫଳ ମିଳିବ। ବ୍ୟବସାୟରେ ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ ହେବ। ନିଜ ସନ୍ତାନ ଓ ପରିବାର ଲୋକଙ୍କ ଠାରୁ ଖୁସି ଖବର ପାଇବେ। ସ୍ବାସ୍ଥ୍ୟପ୍ରତି ବେପରୁଆ ହୁଅନ୍ତୁ ନାହିଁ। ସଂକ୍ରମଣ ଜନିତ ରୋଗର ଶୀକାର ହୋଇପାରନ୍ତି। 

 

7/12

ତୁଳା: ଶନିଙ୍କ କୃପାରୁ ଏହି ରାଶିଙ୍କ ପାଇଁ ସମୟ ଅନୁକୂଳ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ ଚାକିରିଆମାନେ ଆର୍ଥିକ ଭାବେ ଲାଭବାନ୍ ହେବେ। କର୍ମକ୍ଷେତ୍ରରୁ ବୋନସ୍ ମିଳିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଭଲ ରେଜଲ୍ଟ କରିବେ। ଏହି ସମୟ ମଧ୍ୟରେ ନୂତନ ଗାଡି କିମ୍ବା ଘର କିଣିବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରମୀମାନଙ୍କ ପାଇଁ ସମୟ ଶୁଭ ରହିବ। 

 

8/12

ବିଛା: ବିଛା ରାଶିର ଲୋକଙ୍କ ଭାଗ୍ୟ ଉଦୟ କରିବେ ଶନି-ମହାରାଜ୍।  ବିଶେଷକରି, ଯେଉଁମାନେ ବିଦେଶରେ ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଛନ୍ତି । ସେମାନଙ୍କ ଆଶା ପୂରଣ ହେବାକୁ ଯାଉଛି। କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ଧୌର୍ଯ୍ୟର ସହକାରେ ସମସ୍ତ କାର୍ଯ୍ୟକୁ ଶେଷ କରନ୍ତୁ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଆର୍ଥିକ ସ୍ଥିତି ଠିକ୍ ରହିବ। ଅନାବଶ୍ୟକ ବା ବଦ୍ -ଖର୍ଚ୍ଚରୁ ନିଜକୁ ଦୂରେଇ ରଖନ୍ତୁ।

 

9/12

ଧନୁ:  ଶନିଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ବିଶେଷକରି କ୍ୟାରିୟରକୁ ନେଇ କୌଣସି ପ୍ରକାର ଏକ ବଡ଼ ଖବର ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ।  ବ୍ୟବସାୟ-ବାଣିଜ୍ୟ କାରବାରରେ ଜଡିତ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନିକୂଳ ରହିବ। ବାକି ପଡିଥିବା ଟଙ୍କା ପାଇବେ। ବ୍ୟବସାୟରୁ ଲାଭାବନ୍ ହେବେ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ଏହି ସମୟ ମଧ୍ୟରେ ନୂତନ ଜମି କ୍ରୟ କରିବେ। 

 

10/12

ମକର:  ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। କର୍ମକ୍ଷେତ୍ରରେ ପେଣ୍ତିଂ କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ଭୁରି ଭୁରୀ ପ୍ରଂଶାସା କରିବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। କର୍ମକ୍ଷେତ୍ରରେ ସଫଳତା ହାସଲ କରିବାରୁ ସହକର୍ମୀମାନେ ଆପଣଙ୍କୁ ସମାଲୋଚନା କରିବେ। ଏବଂ ଇର୍ସାପରାୟଣ ମନୋଭାବ ଦେଖାଇବେ। ପାର୍ଟନର-ସିପ୍ ରେ ଚାଲିଥିବା ବ୍ୟବସାୟରୁ ଲାଭ ମିଳିବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବାରେ ସଫଳ ହେବ। 

 

11/12

କୁମ୍ଭ:  ଶନି ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।  କଳା, ସାହିତ୍ୟ, ସାମ୍ବାଦିକତା ଓ ମନୋରଞ୍ଜନ କ୍ଷେତ୍ରରେ ଥି୍ବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। କୌଣସି-ସଭା ସମିତିରେ ସମ୍ନାନୀତ ହେବେ। ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବେ। ନିଜ ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବେ। ଯେଉଁମାନେ ଆଇଟି ସେକ୍ଟରରେ କାର୍ଯ୍ୟରତ ସେମାନଙ୍କୁ ବିଦେଶରୁ ବଡ଼ ଚାକିରି ଅଫର ଆସିପାରେ। ଆମଦାନୀ-ରପ୍ତାନୀ ବ୍ୟବସାୟ କରୁଥିବା ଲୋକେ ବ୍ୟବସାୟକୁ ଏକ ନୂଆ ଦିଗ ଦେବେ।

 

12/12

ମୀନ:  ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିକୁ ମିଶ୍ରିତ ଫଳ ପ୍ରଦାନ କରିବ। ଏହି ସମୟ ମଧ୍ୟରେ ଦିର୍ଘ ଦିନର ଆଶା ପୂରଣ ହେବେ। ବ୍ୟବସାୟୀମାନେ ସେୟାର ବଜାରରୁ ଲାଭବାନ୍ ହେବେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ପିଛା ଛାଡିବ ନାହିଁ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ଦାମୀ ଉପହାର ସାଙ୍ଗକୁ ବିବାହ ନେଇ ପ୍ରସ୍ତାବ ମିଳିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)