Shani Gochar 2024: ଶନି କରିବେ ନକ୍ଷେତ୍ର ପରିବର୍ତ୍ତନ, ଏହି ୩ ରାଶିଙ୍କ ଉପରେ ପଡି଼ବ ବଡ଼ ପ୍ରଭାବ!

Written ByNarmada Behera
Published: Jul 20, 2024, 08:24 AM IST|Updated: Jul 20, 2024, 08:24 AM IST

Shani Gochar 2024: ନଅଟି ଗ୍ରହ ମଧ୍ୟରୁ ଶନିଙ୍କ ଶନିଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶନିଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ପ୍ରତ୍ୟକ ବ୍ୟକ୍ତିଙ୍କୁ ଶନିଦେବ ନିଜ କର୍ମ ଅନୁସାରେ, ଫଳ ଦେଇଥାଆନ୍ତି। ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ଅଗଷ୍ଟ ୩ ରାତି ୧୨ଟା ୩୦ ମିନିଟ୍ ସମୟରେ ଶତାବିଶ ନକ୍ଷେତ୍ରକୁ ଚଳନ କରିବେ।  ଏବଂ ଚଳିତ ବର୍ଷ  ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ସେହି ନକ୍ଷେତ୍ରରେ ରହିବେ। ତେବେ, ଶନିଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ କେତେକ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କେତେକ ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ।  ତେବେ, ଆସନ୍ତୁ ଜାଣିବା ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ କେଉଁ ରାଶି ପାଇଁ ଶୁଭଫଳ କରିବାକୁ ଯାଉଛି।