Advertisement
Photo Details/zeeodisha/odisha2344450
photoDetails0hindi

Budh Gochar 2024: ସିଂହ ରାଶିକୁ ଚଳନ କଲେ ବୁଧ, ଏହି ୫ ରାଶିଙ୍କୁ ମିଳିବ ବ୍ୟବସାୟରେ ଦ୍ବିଗୁଣା ଲାଭ ସହ...

Budh Gochar 2024: ଗ୍ରହ ମାନଙ୍କର ରାଜକୁମାର ବୁଧଙ୍କୁ ବୁଦ୍ଧି, ଜ୍ଞାନ,ବ୍ୟବସାୟୀ ଓ ବକ୍ତବ୍ୟର କାରକ ବୋଲି ବିବେଚନା କରାଯାଏ। ଯେଉଁମାନଙ୍କ ରାଶି ବା ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ରହିଥାଏ । ସେମାନେ ବାଣିଜ୍ୟ-ବ୍ୟବସାୟରେ ଶୁଭଫଳ ପାଇବା ସହ ଧନ ଓ ଐଶ୍ବର୍ଯ୍ୟ ମଧ୍ୟ ଲାଭ କରନ୍ତି। ବିଳାସ୍ୟବ୍ୟସନରେ ସେମାନଙ୍କ ଜୀବନ ଅତିବାହିତ ହୁଏ। ଏହି କ୍ରମରେ ବୁଧ ଗତକାଲି ସିଂହ ରାଶିକୁ ଚଳନ କରିଛନ୍ତି।  ଅଗଷ୍ଟ ୫ ପର୍ଯ୍ୟନ୍ତ ସେ ଏହି ରାଶିରେ ରହିବେ। ଏହାପରେ ଅଗଷ୍ଟ ୨୨ରେ  କନ୍ୟା ରାଶିକୁ ଚଳନ କରିବେ। ତେବେ, ବୁଧଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କୁ ଲାଭବାନ୍ କରାଇବ। ତେବେ,ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ... 

 

1/5

ମିଥୁନ:  ମିଥୁନ ରାଶିର ପ୍ରଭୁ ହେଉଛନ୍ତି ବୁଧ। ଏଭଳି ସ୍ଥିତିରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଦ୍ବିଗୁଣିତ ଲାଭ ସହ ନୂଆ ବ୍ୟବସାୟ ଆରମ୍ଭ କଲେ ଲାବନାନ୍ ହେବେ। ଆମଦାନୀ ଓ ରପ୍ତାନୀ ବ୍ୟବସାୟୀରେ ଜଡ଼ିତ ଥିବା ଲୋକେ ଶୁଭଫଳ ପାଇବେ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ। 

ALSO READ: Shani Gochar 2024: ଶନି କରିବେ ନକ୍ଷେତ୍ର ପରିବର୍ତ୍ତନ, ଏହି ୩ ରାଶିଙ୍କ ଉପରେ ପଡି଼ବ ବଡ଼ ପ୍ରଭାବ!

2/5

କର୍କଟ:  କର୍କଟ ରାଶିର ଲୋକମାନେ ବୁଧଙ୍କ ଚଳନରେ ବିଶେଷ ଭାବେ ଲାଭବାନ୍ ହେବେ। ବ୍ୟବସାୟୀମାନେ ବ୍ୟବସାୟରେ ପୁଞ୍ଜି ବିନିଯୋଗ କଲେ ଭଲ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଲାଭ ମିଳିବ। ଦୂରଯାତ୍ରା ସଫଳ ହେବ। କମ୍ପିଟେଟିଭ୍ ଏକ୍ସାମ୍ ଦେଉଥିବା ଛାତ୍ରଛାତ୍ରୀ ଏହି ସମୟରେ ଭଲ ରେଜଲ୍ଟ କରିବେ। ସରକାରୀ ଚାକିରିଆମାନେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି।

 

3/5

କନ୍ୟା: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୁଧ ଏହି ରାଶିଙ୍କୁ ମାଲେମାଲ୍ କରିବେ। ବ୍ୟବସାୟୀ ଶ୍ରେଣୀର ଲୋକେ ଉପକୃତ ହେବେ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ବୈବାହିକ ଜୀବନରେ ପ୍ରେମ ବଢିବ। 

4/5

ତୁଳା: ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ବିଶେଷକରି ଏହି ଅବଧି ମଧ୍ୟରେ କ୍ଷୁଦ୍ର ବ୍ୟବସାୟୀମାନେ ବେଶ୍ ଲାଭବାନ୍ ହେବେ। ପୁରୁଣା ବିନିଯୋଗରୁ ଅପ୍ରତ୍ୟାଶିତ ଲାଭ ପାଇବେ। ବ୍ୟବସାୟରେ କୌଣସି ଡିଲ୍ ଫାଇନାଲ୍ ହୋଇପାରେ। ଯେଉଁମାନେ ଚାକିରି ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିବାରେ। ଆୟ-ବ୍ୟୟ ସମାନ ରହିବ। 

 

5/5

ବିଛା:  ବିଛା: ରାଶିର ଲୋକମାନେ ଏହି ଅବଧି ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଅଗଷ୍ଟ ୫ ପର୍ଯ୍ୟନ୍ତ ବ୍ୟବସାୟୀମାନେ ବ୍ୟବସାୟରେ ଅତୁଳନୀୟ ଲାଭ ପାଇବେ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)